ଏକଚ୍ଛତ୍ରବାଦର ମଡେଲ

ଜେରେମୀ ଆଡେଲ୍‌ମ୍ୟାନ

 

୨୦୧୬ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ଗଣତନ୍ତ୍ରର ଅଧୋଗତି ହେବ ବୋଲି ବିଶ୍ୱର ଅନେକ ବିଶେଷଜ୍ଞ ଆକଳନ କରିଥିଲେ। ଆଉ କେତେଜଣ ଗୃହଯୁଦ୍ଧ ହେବ ବୋଲି ସତର୍କ କରିଦେଇଥିଲେ। କିନ୍ତୁ ଆଫ୍ରିକାର ସହେଲ ଅଞ୍ଚଳରେ ସେନା କ୍ଷମତା ଦଖଲ କରିବା ଥିଲା ଏକ ବିରଳ ଘଟଣା ଏବଂ ସେଠାକାର ଗୃହଯୁଦ୍ଧ ଥିଲା ସମ୍ପୂର୍ଣ୍ଣ ନିଆରା। ଏହା ସତ୍ତ୍ୱେ ଅଣ ସାମରିକ ନେତାଙ୍କ ଦ୍ୱାରା ଜବରଦସ୍ତ ଶାସନ ଦଖଲ ଦ୍ୱାରା ଗଣତନ୍ତ୍ରଗୁଡ଼ିକର ଅଧୋପତନ ହୋଇ ଚାଲିଛି। ଶୀତଳଯୁଦ୍ଧ ପରେ ୩ ପ୍ରକାର କ୍ଷମତା ଦଖଲ ହୋଇଆସିଛି। ଏଥିରୁ ଦୁଇଟି ଗଣମାଧ୍ୟମର ଅଧିକ ଦୃଷ୍ଟି ଆକର୍ଷଣ କରିିଛି। ଅପର ପଟେ ଗୋଟିଏ ବିଶେଷକରି ଡୋନାଲ୍ଡ ଟ୍ରମ୍ପ ୨୦୨୫ ପ୍ରାରମ୍ଭରେ ପୁନର୍ବାର କ୍ଷମତାକୁ ଫେରିବା ଆମ ପାଇଁ ସବୁଠୁ ଚିନ୍ତାଜନକ ହେବ, କିନ୍ତୁ ଏହା ଏଯାବତ ହୋଇନାହିଁ। ଗଣତନ୍ତ୍ର ଅଧୋଗତିର ପ୍ରଥମ ମଡେଲ ଉଦାହରଣ ହେଉଛି ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଅର୍ବାନ । ସେ କ୍ଷମତା ହାସଲ କରିବା ପରେ ୨୦୨୦ରେ ଏକ କଠୋର ମିଡିଆ ଆଇନ ପ୍ରଣୟନ କରିଥିଲେ। ଓର୍ବାନ ଏବଂ ତାଙ୍କ ରାଜନୈତିକ ଦଳ ଫିଦ୍‌ଜେ ଏହି ଆଇନ ବଳରେ ପ୍ରବାସୀ ଏବଂ ଏଲ୍‌ଜିବିଟିଙ୍କ ଭୟକୁ ନିୟନ୍ତ୍ରଣ କରିବା ଲାଗି ସବୁ ମିଡିଆ ସଂସ୍ଥାକୁ ବ୍ୟବହାର କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ଜଣେ ଦେଶ ରକ୍ଷକ ଭାବେ ପ୍ରତିପାଦିତ କରିଥିଲେ। ଓର୍ବାନ ମଧ୍ୟ ୟୁକ୍ରେନ ଯୁଦ୍ଧ ଭଳି ଆଞ୍ଚଳିକ ଉତ୍ତେଜନାରୁ ଫାଇଦା ଉଠାଇଛନ୍ତି। ଶେଷରେ ଫିଦ୍‌ଜେ ଏକ ଅଜେୟ ସଂସଦୀୟ ବହୁମତ ନିଶ୍ଚିତ କରିବା ପାଇଁ ହଙ୍ଗେରୀର ନିର୍ବାଚନ ଆଇନ ପୁନର୍ବାର ପ୍ରସ୍ତୁତ କରିଛନ୍ତି। ଦକ୍ଷିଣପନ୍ଥୀ ଆମେରିକୀୟ ଗଣମାଧ୍ୟମର ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ ଟକର କାର୍ଲସନ ଖୋଲାଖୋଲି ଭାବେ ଯେତେବେଳେ ଓର୍ବାନ ମଡେଲର ପ୍ରଚାର ଆରମ୍ଭ କରିଦେଲେ ସେତେବେଳେ ଋଢ଼ିବାଦୀ ବିଶ୍ୱରେ ହଙ୍ଗେରୀ ସିଷ୍ଟମ ପ୍ରକାଶ ପାଇବ ବୋଲି ଅନେକେ ଆଶଙ୍କା କରିଥିଲେ। କିନ୍ତୁ ତାହା ହୋଇନାହିଁ। କାରଣ, ହଙ୍ଗେରୀ ବାହାରେ ଥିବା ଓର୍ବାନଙ୍କ କେତେଜଣ ସପକ୍ଷବାଦୀ ୩ଟି ଯାକ ଅସ୍ତ୍ର ବିଶେଷକରି ଏକ ବୃହତ୍‌ ପାର୍ଟିର କ୍ଷମତାକୁ ଅଟକାଇବାକୁ ସକ୍ଷମ ହୋଇଛନ୍ତି।
ଦ୍ୱିତୀୟ ପ୍ରକାର ଗଣତାନ୍ତ୍ରିକ ଅଧୋଗତି ଭା୍ଲଦିମିର ପୁଟିନଙ୍କ ଅଧୀନରେ ଥିବା ରୁଷିଆ ଭଳି ବୃହତ୍‌ ଦେଶଠାରୁ ଆରମ୍ଭକରି ଡାନିଏଲ ଓର୍ଟେଗାଙ୍କ ଶାସିତ ନିକାରାଗୁଆରେ ଏହା ଦେଖିପାରିବା। ଏହି ମଡେଲରେ ଏକ ଗଣତାନ୍ତ୍ରିକ ଜାତୀୟ ସଙ୍କଟ ଏକଚ୍ଛତ୍ରବାଦୀଙ୍କୁ ସୃଷ୍ଟି କରିଛି। ଉଭୟ ରୁଷିଆ ଓ ନିକାରାଗୁଆରେ ଆର୍ଥିକ ବିଫଳତାରୁ ଏହି ସୁଯୋଗ ଆସିଥିଲା। ଏହି ଏକଚ୍ଛତ୍ରବାଦୀ ନେତା ବିଶେଷକରି ଆମେରିକାର ଭୟକୁ ଖାତିର ନ କରି କ୍ଷମତାକୁ ଦୃଢ କରିବା ଲାଗି ତା’ଠାରୁ ଦୂରେଇ ରହିଛନ୍ତି। ଉଦାହରଣ ସ୍ବରୂପ, ପୁଟିନ ବିଦେଶୀ କମ୍ପାନୀଗୁଡ଼ିକର ସମ୍ପତ୍ତି ଜବତକରି ସାମନ୍ତବାଦୀ ଯୁଦ୍ଧ ଲୁଟେରା ବନ୍ଧୁମାନଙ୍କୁ ବାଣ୍ଟି ଆସୁଥିବାବେଳେ ଦେଶରେ ଅସନ୍ତୁଷ୍ଟଙ୍କୁ ଦବାଇବା ଲାଗି ଗୁଣ୍ଡାଗର୍ଦ୍ଦି ଉପରେ ନିର୍ଭର କରନ୍ତି। ପରିଣାମ ସ୍ବରୂପ, ବନ୍ଧୁମାନଙ୍କ ଏକ ନେଟ୍‌ଓ୍ବର୍କ ଓ ଅନୌପଚାରିକତା ନିର୍ବାଚନ ଉପରେ ନିର୍ଭର କରନ୍ତି। ସେମାନେ ଦେଶକୁ ଏକ ପରିବାର ଓ ବନ୍ଧୁଙ୍କ ବିଜ୍‌ନେସ୍‌ରେ ପରିଣତ କରିଦେଇଛନ୍ତି। ଏପରିକି ଆବଶ୍ୟକ ସ୍ଥଳେ ଶକ୍ତି ପ୍ରଯୋଗକରି ଏହାକୁ ସୁରକ୍ଷିତ ରଖନ୍ତି। ଏଭଳି ଦ୍ୱିତୀୟ ମଡେଲ କ୍ୱଚିତ ଦେଖିବାକୁ ମିଳେ। ପରିବାର ଓ ବନ୍ଧୁଭିତ୍ତିକ ରଣନୀତି ସୂଚିତକରେ ଯେ,ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକ ଦୁର୍ବଳ ଏବଂ ବିରୋଧୀ ଦୁର୍ବଳ; ଘରୋଇ କ୍ଷେତ୍ର ସରକାର ଉପରେ ନିର୍ଭରଶୀଳ। ବିଶେଷକରି ଏଥିରେ ନ୍ୟାୟିକ ବ୍ୟବସ୍ଥାକୁ ଆୟତ୍ତ କରିବାର ବିପଦ ରହେ। କିଛି ବିକଳ୍ପ ରାଜନୈତିକ ଶକ୍ତି କିମ୍ବା ବୈଧ ସଂସ୍ଥାରେ ଏହି ନେତାମାନେ ପରିବର୍ତ୍ତନ କରିବାକୁ ଯଥେଷ୍ଟ ସୁଯୋଗ ପାଇଥାନ୍ତି।
ଏହାଦ୍ୱାରା ବ୍ୟବସ୍ଥାରେ ସତ୍ୟ, ଯାଞ୍ଚ ଓ ସମନ୍ବୟ ଧୀରେ ଧୀରେ ନିମ୍ନଗାମୀ ହୁଏ ଏବଂ ଏହି ନେତାମାନଙ୍କୁ ଭାଗ୍ୟ ସାହାରା ହୁଏ। କିନ୍ତୁ ଅଧିକାଂଶ ସମୟରେ ଏକଚ୍ଛତ୍ରବାଦୀ ନେତାମାନେ ସେମାନଙ୍କୁ ପ୍ରତିରୋଧ କରିବାକୁ ମୁଣ୍ଡ ଟେକୁଥିବା ବିରୋଧୀ ମେଣ୍ଟକୁ ହାତରେ ରଖିବାକୁ ଚାହାନ୍ତି, ଯାହା ୨୦୨୦ରେ ଟ୍ରମ୍ପ୍‌ଙ୍କ କ୍ଷେତ୍ରରେ ଘଟିଥିଲା। ଏହା ପ୍ରଭାବଶାଳୀ ପାର୍ଟି କିମ୍ବା ଏକଚ୍ଛତ୍ରବାଦୀ କ୍ଷମତାଶାଳୀ ନେତାମାନଙ୍କ ଉପରେ ନିର୍ଭର କରେ ନାହିଁ ବରଂ ଏହା ଜାତୀୟ ଜରୁରୀ ସ୍ଥିତି ପ୍ରୟୋଗକରି ସେଥିରୁ ଲାଭ ଉଠାନ୍ତି। ଏଭଳି ଦୃଷ୍ଟିକୋଣର ସମସାମୟିକ ପ୍ରତିପାଦକ ହେଉଛନ୍ତି ଏଲ୍‌ ସାଲଭାଡରର ଏକଚ୍ଛତ୍ରବାଦୀ ଶାସକ ନାୟିବ ବୁକେଲେ। ସେ ଏଭଳି ନିୟମ ପ୍ରସ୍ତୁତ କରିଛନ୍ତି ଯାହା ଗଣତନ୍ତ୍ରବାଦୀଙ୍କୁ ଚିନ୍ତାରେ ପକାଇବ। ଅନେକ ବର୍ଷର ସମସ୍ୟା ପରେ ଏଲ୍‌ ସାଲଭାଡରର ଅର୍ଥନୀତି ଏବେ ଉତ୍ତମ ସ୍ଥିତିରେ ଅଛି। ସେଥିରେ ପୁଞ୍ଜି ଓ ଅଧିକ ସାର୍ବଜନୀନ ବ୍ୟୟ ଘରୋଇ ଉପଯୋଗକୁ ମଜଭୁତ କରିଛି। ଏହା ମଧ୍ୟରେ ଦେଶର କଳଙ୍କମୟ ଗୋଷ୍ଠୀ ସଂଘର୍ଷ ଅତୀତର ବିଷୟ ହୋଇଯାଇଛି। ଗୋଷ୍ଠୀ ନେତାଙ୍କ ଗଣକାରାବାସ ପଡ଼ୋଶୀ ଦେଶଗୁଡ଼ିକୁ ଶାନ୍ତ କରିଛି। ମାର୍ଚ୍ଚ ୨୦୨୨ରେ ନିର୍ଦ୍ଦିଷ୍ଟ କେତେକ ନାଗରିକ ଅଧିକାରକୁ ରଦ୍ଦ କରିଥିତ୍ଲେ , ଯାହା ତଥାକଥିତ ଅପରାଧୀଙ୍କ ପାଇଁ ଥିଲା ଏକ ଉଚିତ ପ୍ରକ୍ରିୟା। ପୋଲିସ ଗୋଷ୍ଠୀରେ ଜଡ଼ିତ ଥିବା ୧୬ରୁ ୩୦ ବର୍ଷ ବୟସ ମଧ୍ୟରେ ୭୦,୦୦୦ ଲୋକଙ୍କୁ ଗିରଫ କରିଛନ୍ତି। ପରିଣାମ ସ୍ବରୂପ ବୁକେଲେ ଭଲ କାମ କରୁଛନ୍ତି ବୋଲି ଅଧିକ ଲୋକ ସ୍ବୀକାର କରନ୍ତି ଯାହା ତାଙ୍କୁ ସବୁଠି ରାଜନୈତିକ ଈର୍ଷାର ଶିକାର ହେବାକୁ ପଡ଼ିଛି। ସେ ଦ୍ୱିତୀୟ ଥର କ୍ଷମତାକୁ ଆସିବାରେ ବାଧା ସୃଷ୍ଟିକରୁଥିବା ସାମ୍ବିଧାନିକ କଟକଣାକୁ ହଟାଇ ଦେଇଛନ୍ତି ଏବଂ ଏବକାର ନିର୍ବାଚନରୁ ଜଣାପଡ଼ୁଛି, ସେ ଫେବୃଆରୀରେ ୬୮.୪% ଭୋଟ ପାଇ ପୁନର୍ବାର କ୍ଷମତାକୁ ଫେରିବେ।
ସ୍ବାଭାବିକ ସମୟରେ ଗଣତନ୍ତ୍ର ପ୍ରତି ବାଧା ଗୁରୁତ୍ୱପୂର୍ଣ୍ଣ ବୋଲି ଯୁକ୍ତି କରାଯାଉଥିବାବେଳେ ଜରୁରୀ ସ୍ଥିିତିକୁ ରଦ୍ଦ କରିବା ଦରକାର। ହେଲେ ଜରୁରିକାଳୀନ କ୍ଷମତାଗୁଡ଼ିକୁ ଅର୍ଦ୍ଧ ସ୍ଥାୟୀ ଶାସନରେ ପରିଣତ କରି ବୁକେଲେ ଏକ ନୂଆ ସରକାର ପ୍ରତିଷ୍ଠା କରିଛନ୍ତି, ଯେଉଁଥିରେ ଗଣତନ୍ତ୍ର ପୁନଃ ସ୍ଥାପିତ କରିବା ବାହାନାରେ ନିଜକୁ ବିଭିନ୍ନ ବାଧାରୁ ମୁକ୍ତ କରିପାରିଛନ୍ତି। ଏହା ହିଁ ହେଉଛି ଏକଚ୍ଛତ୍ରବାଦ ଆଡକୁ ରାସ୍ତା। ହ୍ବାଇଟ ହାଉସ୍‌ରେ ଶାସନ ପରିବର୍ତ୍ତନ କରିବା ସକାଶେ ଟ୍ରମ୍ପ ଜୋର୍‌ସୋର ଆୋଗଉଥିବାବେଳେ ଏଭଳି ଏକଚ୍ଛତ୍ରବାଦ ଉପରେ ଆମେ ଚିନ୍ତା କରିବା ଉଚିତ। ଯଦି ସେ ବିଜୟୀ ହୁଅନ୍ତି,ଶାସକୀୟ ରଣନୀତି ହଙ୍ଗେରୀ ଭଳି ହେବ ନାହିଁ । ରିପ୍ଲିକାନ ପାର୍ଟି ଭାରି କ୍ରୋଧୀ ଓ ପ୍ରତିଶୋଧ ପରାୟଣ, ଡେମୋକ୍ରାଟ୍‌ମାନେ ମଧ୍ୟ ଭାରି ଦୃଢ ଏବଂ ଆମେରିକା ରାଜ୍ୟଗୁଡ଼ିକ ଏମାନଙ୍କ ପ୍ରତି ବହୁତ ସହନଶୀଳ। ଟ୍ରମ୍ପ ତାଙ୍କ ସରକାରକୁ ପରିବାର ଓ ବନ୍ଧୁଙ୍କ ବ୍ୟବସାୟରେ ପରିଣତ କରିବାର କୌଣସି ସୁଯୋଗ ନାହିଁ କିମ୍ବା ଆମେରିକାର ଘରୋଇ କ୍ଷେତ୍ର ମଧ୍ୟ ସେତେ ସ୍ବୟଂଚାଳିତ ଓ ଜଟିଳ ନୁହେଁ। ଜାନୁଆରୀ ୬ରେ ଲାଫାୟେଟ ଛକରେ ତାଙ୍କ ପ୍ରାରମ୍ଭିକ ପ୍ରୟାସ ବିଫଳ ହୋଇଗଲା। ତଥାପି ସୀମରେ ବିପଦ ଥିବା ଅବଧାରଣା,ସାଂସ୍କୃତିକ ସଂସ୍ଥାଗୁଡ଼ିକରେ ଦୁର୍ବଳ ମାନଦଣ୍ଡ, ୟୁକ୍ରେନ୍‌ ଯୁଦ୍ଧର ଥକ୍କାପଣ ଏବଂ କଂଗ୍ରେସରେ ଅସ୍ଥିର ସ୍ଥିତି ଟ୍ରମ୍ପଙ୍କୁ ଅଧିକ ସଶକ୍ତ ଦୃଷ୍ଟିକୋଣ ଆପଣାଇବାକୁ ପ୍ରୋତ୍ସାହିତ କରିବ। ସାଧାରଣଙ୍କ ଭଲ ପାଇଁ ଶାସନର ଆଇନ ବାହାନାରେ ଚାଲୁଥିବା ଜରୁରୀ ସ୍ଥିତି ଅନିଶ୍ଚିତ ସମୟରେ ଶାସନ ପାଇଁ ଏକ ସହଜ ଉପାୟ। ଓପଚାରିକ ଗଣତନ୍ତ୍ରକୁ ଶେଷ ନ କରି ଏହା ଚରମ ପଦକ୍ଷେପଗୁଡ଼ିକୁ ଅନୁମତି ଦେଇଥାଏ। ଏହା ସାମରିକ ଆଇନ ବିନା ସୁରକ୍ଷା(ବିଶେଷକରି ସୀମାରେ) ପ୍ରତି ଧ୍ୟାନ କେନ୍ଦ୍ରିତ କରେ। ସର୍ବୋପରି, ଗଣତନ୍ତ୍ରକୁ ଅସ୍ବୀକାର କରିବା ବିନା ଏହା ପ୍ରତି ଅସନ୍ତୋଷ ପ୍ରକାଶ କରିବା ସହ ଏହାକୁ ହତ୍ୟା କରିଥାଏ।
ନିର୍ଦ୍ଦେଶକ, ଗ୍ଲୋବାଲ ହିଷ୍ଟ୍ରି ଲାବ୍‌, ପ୍ରିନ୍ସଟନ ବିଶ୍ୱବିଦ୍ୟାଳୟ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri