ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଜେଲ,ଦିନକ ପରେ ଝିଅ ବାହାଘର

ବ୍ରହ୍ମପୁର ଅଫିସ,୨୨ା୨:ଦିନକ ପରେ ଅର୍ଥାତ୍‌ ଆସନ୍ତା ବୁଧବାର ଝିଅ ବାହାଘର ନିର୍ଦ୍ଧାରିତ ହୋଇଛି। ଅନ୍ୟପଟେ ତାଙ୍କ ବାପା ଅନ୍ୟ ଜଣେ ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ବ୍ରହ୍ମପୁର ବଡବଜାର ଥାନା ଅଞ୍ଚଳରେ ରହୁଥିବା ଅଭି ପ୍ରଧାନ (୪୮)। ପୋଲିସ ସୋମବାର ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କ ଏମ୍‌କେସିଜିରେ ଡାକ୍ତରୀ ମାଇନା ପରେ କୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛିି। ମାମଲା ନଂ.୩୬/୨୨ରେ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି। ପ୍ରକାଶ ଯେ, ପୀଡ଼ିତା ବିବାହିତା ହୋଇଥିବା ବେଳେ ତାଙ୍କର ଏକ ପୁତ୍ରସନ୍ତାନ ରହିଛି। ସେ ଭଞ୍ଜନଗର ଅଞ୍ଚଳରେ ରହୁଥିଲେ। ଅନ୍ୟପଟେ ପୀଡ଼ିତା ଜଣେ ଭଲ ଗାୟିକା। ସେ ବିଭିନ୍ନ ଅପେରା ଓ ନାଟକରେ ଗୀତ ଗାଇଥାନ୍ତି। କୌଶଳକ୍ରମେ ଅଭି ଉକ୍ତ ମହିଳାଙ୍କୁ ପ୍ରଲୋଭନ ଦେଖାଇ ବ୍ରହ୍ମପୁର ଆଣିଥିଲେ। ସେ ରହୁଥିବା ସାହିରେ ଏକ ଘରଭଡା ନେଇ ସେଠାରେ ତାଙ୍କୁ ରଖିଥିଲେ। ପରେ ପୀଡ଼ିତାଙ୍କ ଅନିଚ୍ଛା ସତ୍ତ୍ୱେ ତାଙ୍କୁ ଅଭି ବଳାତ୍କାର କରିଥିଲେ। ଏକଥା କାହାକୁ କହିଲେ ତୋର ଏକମାତ୍ର ପୁଅକୁ ଜୀବନରେ ମାରିଦେବାକୁ ଅଭି ପୀଡ଼ିତାଙ୍କୁ ଧମକ ଦେଇଥିଲେ। ଏନେଇ ପୀଡ଼ିତା ରବିବାର ବଡବଜାର ଥାନାରେ ଲିଖିତ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ସୁଦୃଢ଼ ଗଣତନ୍ତ୍ର ପାଇଁ ନିର୍ବାଚନୀ ସାକ୍ଷରତା ଜରୁରୀ’

ଢେଙ୍କାନାଳ ଅଫିସ, ୨୬।୧-ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ୧୨ତମ ରାଷ୍ଟ୍ରୀୟ ମତଦାତା ଦିବସ ପାଳିତ ହୋଇଯାଇଛି। ଭର୍ଚୁଆଲ ମୋଡ୍‌ରେ ଆୟୋଜିତ ଏହି ଜିଲାସ୍ତରୀୟ କାର୍ଯ୍ୟକ୍ରମରେ...

ବାଡ଼ିଆ ହେଲା ହଂସପଟା

ପୁରୀ ଅଫିସ,୧୮ା୬: ପ୍ରସ୍ତୁତ ହୋଇଗଲାଣି ତିନିରଥ। ଅଳ୍ପ କିଛି ଯାହା କାମ ରହିଛି ତାହା ଖୁବ୍‌ଶୀଘ୍ର ଶେଷ ହୋଇଯିବ। ବୁଧବାର ତିନିରଥରେ ହଂସପଟା ବାଡ଼ିଆଯାଇଛି। ଏଥିସହ...

ଧାନ ଉତ୍ପାଦନରେ କେନ୍ଦ୍ରାପଡ଼ା ପଛୁଆ

କେନ୍ଦ୍ରାପଡ଼ା ଅଫିସ, ୩୦ା୭: କେନ୍ଦ୍ରାପଡ଼ା ଜିଲା କୃଷି ଅର୍ଥନୀତିରେ ପରିଚାଳିତ। ଧାନ ହେଉଛି ମୁଖ୍ୟ ଫସଲ। ତେବେ ୨୦୨୧ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଜିଲାର ଦୁର୍ବଳ...

ନବରଙ୍ଗପୁର ଜିଲାର ୬୯୩ ଗାଁ ବାଲ୍ୟବିବାହ ମୁକ୍ତ

ନବରଙ୍ଗପୁର,୨୩ା୬(ବି.ପ୍ର.): ନବରଙ୍ଗପୁର ଜିଲାରେ ବାଲ୍ୟବିବାହ ରୋକିବା ନିମନ୍ତେ ବୁଧବାର ସ୍ଥାନୀୟ ମିଶନଶକ୍ତି ସଭାଗୃହରେ ସମାଜ କଲ୍ୟାଣ ବିଭାଗ, ଜିଲା ଶିଶୁ ସୁରକ୍ଷା ୟୁନିଟି, ୟୁନିସେଫ୍‌, ଆକ୍ସନଏଡ୍‌...

ସୂଚନା ଫଳକରେ ସୀମିତ ସୌନ୍ଦର୍ଯ୍ୟକରଣ

ବାରିପଦା ଅଫିସ,୧୭ା୬ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ମାଣତ୍ରୀସ୍ଥିତ ବାବା କଖାରୁଆ ବୈଦ୍ୟନାଥଙ୍କ ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ହେଉ ନ ଥିବାରୁ ଶ୍ରଦ୍ଧାଳୁ ତଥା...

ଉଛୁଳିଲା କୋଏଲ ନଦୀ: ୮୦ ପରିବାର ବାହ୍ୟଜଗତରୁ ବିଚ୍ଛିନ୍ନ

କୁଆଁରମୁଣ୍ଡା,୧୬ା୯(ଡି.ଏନ୍‌.ଏ.): ଲଗାଣ ବର୍ଷାରେ ସୁନ୍ଦରଗଡ଼ ଜିଲାରେ ପ୍ରବାହିତ ବିଭିନ୍ନ ନଦୀ ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଥିଯୋଗୁ ନଦୀଗୁଡିକ କୂଳ ଲଙ୍ଘି ନିକଟବର୍ତ୍ତୀ...

ବିଶ୍ୱ ପର୍ଯ୍ୟଟନ ଦିବସ : ଅବ୍ୟବସ୍ଥା ଘେରରେ ପର୍ଯ୍ୟଟନ କ୍ଷେତ୍ର

ନୟାଗଡ଼ ଅଫିସ,୨୭।୯ : ଆଜି ବିଶ୍ୱ ପର୍ଯ୍ୟଟନ ଦିବସ। ପ୍ରତିବର୍ଷ ଭଳି ନୟାଗଡ଼ ଜିଲାରେ ଶୋଭାଯାତ୍ରାରେ ସୀମିତ ରହିବ ଦିବସ ପାଳନ କାର୍ଯ୍ୟକ୍ରମ। ଏଥିନେଇ କୌଣସି...

ଜାଗରରେ ଅଘଟଣ: ଦୀପରୁ ନିଆଁ ଲାଗି ମହିଳା ଆହତ

ଆନନ୍ଦପୁର,୨୧।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ଦେଓଗାଁର କୁଶଳେଶ୍ୱର ମହାଦେବଙ୍କ ମନ୍ଦିରରେ ଶୁକ୍ରବାର ଜାଗରରେ ଅଘଟଣ ଘଟିଛି । ଆନନ୍ଦପୁରର ଏହି ପ୍ରାଚୀନ ଶୈବପୀଠରେ...

Advertisement
Archives

Model This Week