Posted inରାଜ୍ୟ

ଓଡ଼ିଶାକୁ ବଡ଼ ବିପଦ, ଏଲନିନୋ ପ୍ରଭାବରେ ମାଡ଼ି ଆସୁଛି ମହା ପ୍ରଳୟ!

ଭୁବନେଶ୍ୱର,୧୯।୫: ପ୍ରଶାନ୍ତ ମହାସାଗରରେ ଜଳସ୍ତର ଉପରି ଭାଗର ତାପମାତ୍ରା ସ୍ବାଭାବିକଠାରୁ ୨ ଡିଗ୍ରୀ ଅଧିକ ରହିଲେ ଏଲ ନିନୋ ଆକ୍ଟିଭ ହୋଇଥାଏ। ଚଳିତବର୍ଷ ଏହି ତାପମାତ୍ରା ୨.୦ ରୁ ୩.୦ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏଥିପାଇଁ ଏହାକୁ ସୁପର୍ ଏଲ ନି ନୋ ବୋଲି କୁହାଯାଉଛି।

୨୦୦୨ରେ ଏଲ୍‌ ନିନୋ ସ୍ଥିତି ଯୋଗୁଁ ମୌସୁମି ବର୍ଷାରେ ଅନିୟମିତତା ଦେଖାଯାଇଥିଲା । ଓଡ଼ିଶାର ଅନେକ ଜିଲ୍ଲାରେ ମରୁଡ଼ି ସ୍ଥିତି ସୃଷ୍ଟି ହୋଇଥିଲା। ୨୦୨୬ରେ ଆସୁଛି ସୁପର୍ ଏଲ ନିନୋ।  ସାରା ବିଶ୍ୱରେ ବଦଳିବ ଜଳବାୟୁର ଚିତ୍ର। ପାଣିପାଗ ଉପରେ ରହିବ ପ୍ରଭାବ। ବର୍ତ୍ତିବ ନାହିଁ ଓଡ଼ିଶା।

ଏଲ ନିନୋ ପ୍ରଭାବରେ ପ୍ରବଳ ହିଟ୍ ୱେବ୍, ଦୁର୍ବଳ ମୌସୁମୀ, ଚାଷବାସ କ୍ଷତି, ଜଳାଭାବ ଓ ଅସ୍ଥିର ପାଣିପାଗ ଭଳି ସ୍ଥିତି ଦେଖିବାକୁ ମିଳିବ। ୧୫୦ ବର୍ଷ ପରେ ଏବର୍ଷ ରହିବ ସୁପର ଏଲ-ନିନୋ ସ୍ଥିତି । ଆଉ ଏହାର ପ୍ରଭାବ ଓଡ଼ିଶା ସମେତ ସମଗ୍ର ଭାରତ ଉପରେ ପଡ଼ିବ । ସୁପର ଏଲନିନୋର ପ୍ରଭାବରେ ମୁଖ୍ୟତଃ ପାଣିପାଗରେ ତାରତମ୍ୟ ଆସିଥାଏ । ଯେମିତି ଅତ୍ୟଧିକ ଖରା କିମ୍ବା ଅତ୍ୟଧିକ ବର୍ଷା ହୋଇଥାଏ । ପ୍ରାକ୍ ମୌସୁମି ଋତୁରେ ପ୍ରବଳ ଖରା ବା ହିଟ୍ ୱେଭ ସ୍ଥିତି ରହିପାରେ । ଏମିତି ବି ହୋଇପାରେ ବିଳମ୍ବରେ ଆସିପାରେ ମୌସୁମି । ଦୁର୍ବଳ ମୌସୁମି ଯୋଗୁଁ ଲମ୍ବା ସମୟ ଧରି ବର୍ଷା ନ ହୋଇପାରେ । ଓଡ଼ିଶାରେ ସୁପର ଏଲନିନୋର ଏସବୁ ପ୍ରଭାବ ପଡ଼ିପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରୁଛନ୍ତି ।

ଯଦି ଦୀର୍ଘ ସମୟ ଧରି ବର୍ଷା ନ ହୁଏ ତେବେ ମରୁଡ଼ି ପରିସ୍ଥିତି ଉପୁଜିପାରେ, ଚାଷବାସ ଉଜୁଡ଼ି ଯାଇପାରେ ଅବା ପ୍ରବଳ ବର୍ଷା ଯୋଗୁଁ ବନ୍ୟା-ବାତ୍ୟା ସ୍ଥିତି ମଧ୍ୟ ଉପୁଜିପାରେ । ୧୯୯୭-୯୮ରେ ଉପୁଜିଥିଲା ସୁପର ଏଲ୍‌ ନିନୋ । ଯାହା ବିଶ୍ବର ସବୁଠାରୁ ଶକ୍ତିଶାଳୀ ଏଲ୍‌ନିନୋ ଭିତରେ ଗୋଟିଏ ଥିଲା । ସେବର୍ଷ ଦେଶରେ ପ୍ରବଳ ବର୍ଷା ହେବାରୁ ଅନେକ ଅଞ୍ଚଳ ପ୍ରଭାବିତ ହୋଇଥିଲା । ତାପମାତ୍ରା ମଧ୍ୟ ବହୁତ ଅଧିକ ଥିଲା ।

ସେହିପରି ୨୦୦୨ରେ ଏଲ୍‌ ନିନୋ ସ୍ଥିତି ଯୋଗୁଁ ମୌସୁମି ବର୍ଷାରେ ଅନିୟମିତତା ଦେଖାଯାଇଥିଲା । ଓଡ଼ିଶାର ଅନେକ ଜିଲ୍ଲାରେ ମରୁଡ଼ି ସ୍ଥିତି ସୃଷ୍ଟି ହୋଇଥିଲା। ଧାନ ଉତ୍ପାଦନ କମିଥିଲା। । ୨୦୦୯ ଏଲ୍‌ ନିନୋ ଯୋଗୁଁ କମ୍ ବର୍ଷା ଯୋଗୁଁ ପଶ୍ଚିମ ଓଡ଼ିଶାରେ ମରୁଡ଼ି ଦେଖାଦେଇଥିଲା ଆଉ ଚାଷ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା।  ୨୦୧୫-୧୬ ସୁପର ଏଲ୍‌ ନିନୋ ଯୋଗୁଁ ସିଭିଅର ହିଟ୍‌ୱେଭ୍‌ ଆସିଥିଲା । ରାଜ୍ୟରେ ଅଂଶୁଘାତ ମୃତ୍ୟୁ ବହୁତ ହୋଇଥିଲା ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଟି୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଲକ୍ଷ୍ନୌ,୬ା୧୦(ପିଟି): ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ମଙ୍ଗଳବାର ଖେଳାଯିବ। ଗତ ଶନିବାର ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ

ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…

ନବୀନ ପଟ୍ଟନାୟକ ନେଲେ ବଡ଼ ନିଷ୍ପତ୍ତି: ଆଗକୁ ବିଜେଡି…

ଭୁବନେଶ୍ୱର,୬।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ଦିଲ୍ଲୀରେ ହେବାକୁ ଥିବା ବିରୋଧୀଙ୍କ ପ୍ରତିବାଦରେ ସାମିଲ ହେବ ବିଜୁ ଜନତା ଦଳ…

ଅକ୍ଟୋବର ୧୦ ଆନ୍ଦୋଳନ ପୂର୍ବରୁ CJPର ବଡ଼ ଘୋଷଣା, ସୌରଭ ଦାସ କହିଲେ Gen Z….

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ବଡ଼ ଯୁବ ଆନ୍ଦୋଳନ କରିବାକୁ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (CJP)। ଦଳର ପ୍ରବକ୍ତା ସୌରଭ ଦାସ କହିଛନ୍ତି,…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?