ସମୟରେ ଆସୁନାହାନ୍ତି ଗୋଷ୍ଠୀ ସ୍ବାସ୍ଥ୍ୟକର୍ମୀ

ସୋସୋ,୭।୪(ସତ୍ୟବ୍ରତ ଜେନା)କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଦଧିବାମନପୁର ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ସ୍ବାସ୍ଥ୍ୟ ସେବା ବ୍ୟାହତ ହୋଇଛି। ଏଠାରେ ନିୟୋଜିତ ଗୋଷ୍ଠୀ ସ୍ବାସ୍ଥ୍ୟ କର୍ମୀଙ୍କ ମନମାନୀ ଯୋଗୁ ଗ୍ରାମାଞ୍ଚଳରେ ଲୋକେ ଉପଯୁକ୍ତ ସେବା ପାଇପାରୁନାହାନ୍ତି। ଅନେକ ସମୟରେ ରୋଗୀଙ୍କୁ ଦୁର୍ବ୍ୟବହାର କରାଯିବା ସହ ନିରାମୟ ଔଷଧ ଦେବାକୁ ମନା କରିଦେଉଥିବା ମଧ୍ୟ ଅଭିଯୋଗ ହୋଇଛି। ସରକାରଙ୍କ ଦ୍ୱାରା ଗ୍ରାମାଞ୍ଚଳରେ ଯୋଜନା ଫଳପ୍ରଦ ହୋଇପାରୁନାହିଁ।
ସୂଚନା ମୁତାବକ, ଦଧିବାମନପୁର ଗ୍ରାମର ସୁନା ଯେନା (୬୨) ଗତ ୫ ଦିନ ହେବ ଜ୍ୱର ଓ ଥଣ୍ଡାରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ନିୟମିତ ସ୍ବାସ୍ଥ୍ୟକେନ୍ଦ୍ରକୁ ଦୌଡୁଛନ୍ତି। ଗୁରୁବାର ସକାଳ ୮ଟା ୩୦ରେ ମଧ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିବା ବେଳେ ଗୋଷ୍ଠୀ ସ୍ବାସ୍ଥ୍ୟକର୍ମୀ ନ ଥିବାରୁ ନିରାଶ ହୋଇ ଫେରିଯାଇଥିବା କହିଛନ୍ତି। ପୂର୍ବରୁ ହେମଲତା ଯେନା ନାମକ ମହିଳା ଜ୍ୱରରେ ଆକ୍ରାନ୍ତ ହୋଇ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଦଧିବାମନପୁରକୁ ଚିକିତ୍ସା ପାଇଁ ଯାଇଥିଲେ। ସେଠାରେ କେହି କର୍ମଚାରୀ ନ ଥିବାରୁ ନିରାଶ ହୋଇ ତରତରା ମେଡିକାଲକୁ ଯାଇ ଚିକିତ୍ସିତ ହୋଇଥିଲେ। ସେହିପରି ଉକ୍ତ ଗ୍ରାମର ଅନାମ ଯେନା ବିଦ୍ୟୁତ୍‌ ଆଘାତରେ ଆହତ ହୋଇଥିବାରୁ ପରିବାର ଲୋକେ ଏଠାକୁ ଆଣିଥିବା ବେଳେ ମୁଖ୍ୟ ଫାଟକରେ ତାଲା ଝୁଲୁଥିବା ଦେଖି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ନେଇ ଚିକିତ୍ସା କରାଇଥିଲେ। ଅନୁରୂପ ହେମ ଯେନା ନାମକ ମହିଳା ଗୁରୁବାର ବ୍ଲଡ଼୍‌ ପେସର ମାପିବାକୁ ସ୍ବାସ୍ଥ୍ୟକେନ୍ଦ୍ର ଯାଇଥିଲେ। କେହି ନ ଥିବା ଦେଖି ନିରାଶ ହୋଇ ଘରକୁ ଫେରିଥିଲେ। ସ୍ବାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ରଗୁଡ଼ିକ ସକାଳ ୮ଟାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଖୋଲା ରହିବା ସରକାରୀ ନିୟମ ଅନୁଯାୟୀ। କିନ୍ତୁ ଏଠାରେ ଗୋଷ୍ଠୀ ସ୍ବାସ୍ଥ୍ୟକର୍ମୀ ମନମାନୀ ଚଳାଇ ତାଙ୍କ ସୁବିଧାରେ ଉପକେନ୍ଦ୍ରକୁ ଖୋଲୁଛନ୍ତି। ଏଥିସହ ମେଡିକାଲକୁ ଆସୁଥିବା ରୋଗୀଙ୍କୁ ଦୁର୍ବ୍ୟବହାର କରି ଆମ୍ବଗଡ଼ିଆ ଓ ଦଧିବାମନପୁର ଲୋକଙ୍କ ଦେହ ପ୍ରତିଦିନ କ’ଣ ଖରାପ ହେଉଛି। ଯଦି ଖରାପ ହେଉଛି ମେଡିସିନ ଦୋକାନରୁ ଔଷଧ କି’ଣି କାହିଁକି ଖାଉନ ବୋଲି କହୁଛନ୍ତି। ନିରାମୟ ଯୋଜନା ବ୍ୟବସ୍ଥା କାହିଁକି କରାଯାଇଛି ବୋଲି ପଚାରିଲେ ଗୋଷ୍ଠୀ ସ୍ବାସ୍ଥ୍ୟକର୍ମୀ ରୋଗୀଙ୍କ କଟୁ ମନ୍ତବ୍ୟରେ ଦୁର୍ବ୍ୟବହାର କରୁଥିବା ନେଇ ସୁନା ଯେନାଙ୍କ ସମେତ ଅନ୍ୟରୋଗୀମାନେ ଅଭିଯୋଗ କରିଛନ୍ତି। ଏପରି କି ନିରାମୟ ଔଷଧକୁ ରୋଗୀଙ୍କୁ ପ୍ରଦାନ କରିବା ପରିବର୍ତ୍ତେ ଫୋପଡ଼ା ଯାଉଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିସହ ସ୍ବାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ଜଣେ ପୁରୁଷ ଓ ଜଣେ ମହିଳା ଏଏନ୍‌ଏମ୍‌ ମଧ୍ୟ ନିୟମିତ ଅସୁ ନ ଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଗୋଷ୍ଠୀ ସ୍ବାସ୍ଥ୍ୟ କର୍ମୀ ମିନତୀ ଜେନା କହିଛନ୍ତି, ଠିକ୍‌ ସମୟରେ ସକାଳେ ଅଫିସ ଆସି ସରପଞ୍ଚଙ୍କ ପାଖକୁ ଯାଇଥିଲେ। ଅଭିଯୋଗକୁ ଅସ୍ବୀକାର କରିବା ସହ ତମେ କାହିଁକି ମୋ ପଛରେ ପଡ଼ିଛ, ତମେ କିଏ ମତେ ପ୍ରଶ୍ନ କରିବାକୁ? କହି ଫୋନ କାଟିଦେଇଥିଲେ। ଶାଳନିଆଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ପ୍ରଭାତ ନାୟକ କହିଛନ୍ତି, ଏହା ଏକ ନିନ୍ଦନୀୟ ଘଟଣା, ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?