ସମୟରେ ଆସୁନାହାନ୍ତି ଗୋଷ୍ଠୀ ସ୍ବାସ୍ଥ୍ୟକର୍ମୀ

ସୋସୋ,୭।୪(ସତ୍ୟବ୍ରତ ଜେନା)କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଦଧିବାମନପୁର ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ସ୍ବାସ୍ଥ୍ୟ ସେବା ବ୍ୟାହତ ହୋଇଛି। ଏଠାରେ ନିୟୋଜିତ ଗୋଷ୍ଠୀ ସ୍ବାସ୍ଥ୍ୟ କର୍ମୀଙ୍କ ମନମାନୀ ଯୋଗୁ ଗ୍ରାମାଞ୍ଚଳରେ ଲୋକେ ଉପଯୁକ୍ତ ସେବା ପାଇପାରୁନାହାନ୍ତି। ଅନେକ ସମୟରେ ରୋଗୀଙ୍କୁ ଦୁର୍ବ୍ୟବହାର କରାଯିବା ସହ ନିରାମୟ ଔଷଧ ଦେବାକୁ ମନା କରିଦେଉଥିବା ମଧ୍ୟ ଅଭିଯୋଗ ହୋଇଛି। ସରକାରଙ୍କ ଦ୍ୱାରା ଗ୍ରାମାଞ୍ଚଳରେ ଯୋଜନା ଫଳପ୍ରଦ ହୋଇପାରୁନାହିଁ।
ସୂଚନା ମୁତାବକ, ଦଧିବାମନପୁର ଗ୍ରାମର ସୁନା ଯେନା (୬୨) ଗତ ୫ ଦିନ ହେବ ଜ୍ୱର ଓ ଥଣ୍ଡାରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ନିୟମିତ ସ୍ବାସ୍ଥ୍ୟକେନ୍ଦ୍ରକୁ ଦୌଡୁଛନ୍ତି। ଗୁରୁବାର ସକାଳ ୮ଟା ୩୦ରେ ମଧ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିବା ବେଳେ ଗୋଷ୍ଠୀ ସ୍ବାସ୍ଥ୍ୟକର୍ମୀ ନ ଥିବାରୁ ନିରାଶ ହୋଇ ଫେରିଯାଇଥିବା କହିଛନ୍ତି। ପୂର୍ବରୁ ହେମଲତା ଯେନା ନାମକ ମହିଳା ଜ୍ୱରରେ ଆକ୍ରାନ୍ତ ହୋଇ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଦଧିବାମନପୁରକୁ ଚିକିତ୍ସା ପାଇଁ ଯାଇଥିଲେ। ସେଠାରେ କେହି କର୍ମଚାରୀ ନ ଥିବାରୁ ନିରାଶ ହୋଇ ତରତରା ମେଡିକାଲକୁ ଯାଇ ଚିକିତ୍ସିତ ହୋଇଥିଲେ। ସେହିପରି ଉକ୍ତ ଗ୍ରାମର ଅନାମ ଯେନା ବିଦ୍ୟୁତ୍‌ ଆଘାତରେ ଆହତ ହୋଇଥିବାରୁ ପରିବାର ଲୋକେ ଏଠାକୁ ଆଣିଥିବା ବେଳେ ମୁଖ୍ୟ ଫାଟକରେ ତାଲା ଝୁଲୁଥିବା ଦେଖି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ନେଇ ଚିକିତ୍ସା କରାଇଥିଲେ। ଅନୁରୂପ ହେମ ଯେନା ନାମକ ମହିଳା ଗୁରୁବାର ବ୍ଲଡ଼୍‌ ପେସର ମାପିବାକୁ ସ୍ବାସ୍ଥ୍ୟକେନ୍ଦ୍ର ଯାଇଥିଲେ। କେହି ନ ଥିବା ଦେଖି ନିରାଶ ହୋଇ ଘରକୁ ଫେରିଥିଲେ। ସ୍ବାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ରଗୁଡ଼ିକ ସକାଳ ୮ଟାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଖୋଲା ରହିବା ସରକାରୀ ନିୟମ ଅନୁଯାୟୀ। କିନ୍ତୁ ଏଠାରେ ଗୋଷ୍ଠୀ ସ୍ବାସ୍ଥ୍ୟକର୍ମୀ ମନମାନୀ ଚଳାଇ ତାଙ୍କ ସୁବିଧାରେ ଉପକେନ୍ଦ୍ରକୁ ଖୋଲୁଛନ୍ତି। ଏଥିସହ ମେଡିକାଲକୁ ଆସୁଥିବା ରୋଗୀଙ୍କୁ ଦୁର୍ବ୍ୟବହାର କରି ଆମ୍ବଗଡ଼ିଆ ଓ ଦଧିବାମନପୁର ଲୋକଙ୍କ ଦେହ ପ୍ରତିଦିନ କ’ଣ ଖରାପ ହେଉଛି। ଯଦି ଖରାପ ହେଉଛି ମେଡିସିନ ଦୋକାନରୁ ଔଷଧ କି’ଣି କାହିଁକି ଖାଉନ ବୋଲି କହୁଛନ୍ତି। ନିରାମୟ ଯୋଜନା ବ୍ୟବସ୍ଥା କାହିଁକି କରାଯାଇଛି ବୋଲି ପଚାରିଲେ ଗୋଷ୍ଠୀ ସ୍ବାସ୍ଥ୍ୟକର୍ମୀ ରୋଗୀଙ୍କ କଟୁ ମନ୍ତବ୍ୟରେ ଦୁର୍ବ୍ୟବହାର କରୁଥିବା ନେଇ ସୁନା ଯେନାଙ୍କ ସମେତ ଅନ୍ୟରୋଗୀମାନେ ଅଭିଯୋଗ କରିଛନ୍ତି। ଏପରି କି ନିରାମୟ ଔଷଧକୁ ରୋଗୀଙ୍କୁ ପ୍ରଦାନ କରିବା ପରିବର୍ତ୍ତେ ଫୋପଡ଼ା ଯାଉଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିସହ ସ୍ବାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ଜଣେ ପୁରୁଷ ଓ ଜଣେ ମହିଳା ଏଏନ୍‌ଏମ୍‌ ମଧ୍ୟ ନିୟମିତ ଅସୁ ନ ଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଗୋଷ୍ଠୀ ସ୍ବାସ୍ଥ୍ୟ କର୍ମୀ ମିନତୀ ଜେନା କହିଛନ୍ତି, ଠିକ୍‌ ସମୟରେ ସକାଳେ ଅଫିସ ଆସି ସରପଞ୍ଚଙ୍କ ପାଖକୁ ଯାଇଥିଲେ। ଅଭିଯୋଗକୁ ଅସ୍ବୀକାର କରିବା ସହ ତମେ କାହିଁକି ମୋ ପଛରେ ପଡ଼ିଛ, ତମେ କିଏ ମତେ ପ୍ରଶ୍ନ କରିବାକୁ? କହି ଫୋନ କାଟିଦେଇଥିଲେ। ଶାଳନିଆଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ପ୍ରଭାତ ନାୟକ କହିଛନ୍ତି, ଏହା ଏକ ନିନ୍ଦନୀୟ ଘଟଣା, ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri