ଶ୍ରମିକ କାର୍ଡ ହାତେଇଛନ୍ତି ଅଣଶ୍ରମିକ

ଭଦ୍ରକ,୭।୪ (ସନାତନ ରାଉତ)ଭଦ୍ରକ ଜିଲାରେ ଶ୍ରମିକ କାର୍ଡ ହାତେଇଛନ୍ତି ବହୁ ଅଣଶ୍ରମିକ। ଫଳରେ ପ୍ରକୃତ ଶ୍ରମିକ ଶ୍ରମକାର୍ଡରୁ ବଞ୍ଚତ୍ତ ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ଜିଲାରେ ଏବେ ନିର୍ମାଣ ଶ୍ରମିକ କାର୍ଡ ସଂଖ୍ୟା ଦେଢ଼ ଲକ୍ଷ ଟପିଥିବା ବେଳେ ବହୁ ଶ୍ରମିକ ଏଥିରୁ ବାଦ୍‌ ପଡ଼ିଛନ୍ତି। ଜିଲା ଶ୍ରମ କାର୍ଯ୍ୟାଳୟ ଦଲାଲଙ୍କ କବ୍‌ଜାରେ ରହିଛି। ଦଲାଲଙ୍କୁ ନ ଧରିଲେ ଗ୍ରାମାଞ୍ଚଳର ସାଧାରଣ ଶ୍ରମିକଟିଏ କାର୍ଡ ପାଇବା କଷ୍ଟକର ହୋଇପଡ଼ୁଛି। ଗୋଟିଏ ଶ୍ରମ କାର୍ଡ କରାଇ ଦେବାକୁ ୧୫ ଶହରୁ ଊର୍ଦ୍ଧ୍ୱ ଟଙ୍କା ଲାଞ୍ଚ ଦେବାକୁ ପଡ଼ୁଛି ବୋଲି ପଞ୍ଜୀକରଣ ପାଇଁ ଆସୁଥିବା ଶ୍ରମିକମାନେ ଅଭିଯୋଗ କରୁଛନ୍ତି। କିଛି ଅନାମଧ୍ୟେୟ ଶ୍ରମିକ ସଙ୍ଗଠନ କାର୍ଡ କରାଇ ଦେବାକୁ କହି ଦଲାଲ କାମ କରୁଛନ୍ତି। ଗଁା ଗଁାରେ ବୁଲି ନିର୍ମାଣ ଶ୍ରମିକମାନଙ୍କ ପାଖରୁ ଫର୍ମ ପୂରଣ କରି କାର୍ଡ କରାଇ ଦେବା ପର୍ଯ୍ୟନ୍ତ ସବୁକାମ କରାଇଦେବେ କହି ଟଙ୍କା ଆଦାୟ କରୁଛନ୍ତି। କିଛି ବର୍ଷ ତଳେ ମଧ୍ୟ ଭଦ୍ରକ ଶ୍ରମ କାର୍ଯ୍ୟାଳୟରେ କିଛି ନକଲି କାର୍ଡ଼ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା।
୨୦୨୩ ଶେଷ ସୁଦ୍ଧା ଶ୍ରମ କାର୍ଯ୍ୟାଳୟରେ ୧ ଲକ୍ଷ ୬୫ ହଜାର ୬୯୭ ଶ୍ରମିକଙ୍କ ନାମ ପଞ୍ଜୀକରଣ ହୋଇସାରିଛି। ଶ୍ରମିକ ହୁଅନ୍ତୁ କି ନ ହୁଅନ୍ତୁ ଶ୍ରମିକ ସଙ୍ଗଠନ ମଞ୍ଜୁରୀ ପତ୍ର ଦେବା ପରେ ଶ୍ରମିକ କାର୍ଡ ମିଳିପାରୁଛି। ନିର୍ମାଣ ଶ୍ରମିକମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଯନ୍ତ୍ରପାତି ଯୋଗାଇ ଦେବା, ସାଇକେଲ ଦେବା, ପିଲାମାନଙ୍କୁ ଶିକ୍ଷାବୃତ୍ତି ପ୍ରଦାନ, ଝିଅ ବାହାଘର ପାଇଁ ସହାୟତା ରାଶି ପ୍ରଦାନ ଆଦି ବହୁ କଲ୍ୟାଣକାରୀ ଯୋଜନା ପ୍ରଣୟନ ହୋଇଥିବାରୁ ଏହି ସୁବିଧା ହାତେଇବାକୁ ଅଣଶ୍ରମିକମାନେ ବିଭିନ୍ନ ଉପାୟରେ କାର୍ଡ ହାତେଇ ନେଉଛନ୍ତି। ଶ୍ରମିକ ନେତାଙ୍କଠାରୁ ଆରମ୍ଭ କରି ଶ୍ରମିକ ଓ ଅଣଶ୍ରମିକମାନଙ୍କ କାର୍ଡ ହାତେଇବା ପାଇଁ ପ୍ରତିଦିନ ଶ୍ରମ କାର୍ଯ୍ୟାଳୟ ଆଗରେ ଲମ୍ବା ଧାଡ଼ି ଲାଗୁଛି। ଏନେଇ ଜିଲା ଶ୍ରମ ଅଧିକାରୀ ପ୍ରେମ ମଞ୍ଜରୀ ନାୟକ କହିଛନ୍ତି, ନିୟମ ଅନୁସାରେ ଶ୍ରମ କାର୍ଡ ପ୍ରସ୍ତୁତ କରାଯାଉଛି, ଲାଞ୍ଚ ନିଆଯାଉଥିବା ନେଇ କୌଣସି ଅଭିଯୋଗ ଆସିନାହିଁ। ଅଭିଯୋଗ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା ତୋରଣ ଭଙ୍ଗା ଘଟଣା: ଜନପ୍ରିୟ ସରକାରକୁ ବଦନାମ କରିବାକୁ ଚାଲିଛି ଚକ୍ରାନ୍ତ,ବରଗଡ଼ ଏମପି…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା ସବୁଠି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାର ତୁରନ୍ତ ଭିଜିଲାନ୍ସ ତଦନ୍ତ କରିବା ପାଇଁ ବରଗଡ଼…

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

ଉତ୍କଟ ପାନୀୟ ଜଳ ସମସ୍ୟା: ଗରା-ମାଠିଆ ଧରି ୨୦ କିଲୋମିଟର ପଦଯାତ୍ରା କଲେ ଶତାଧିକ ମହିଳା,ପ୍ରତିବାଦ…

ବଲାଙ୍ଗିର, ୨୬।୫ (ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଏବେ ଉତ୍କଟ ରୂପ ଧାରଣ କରିଛି। ପିଇବା ପାଣି…

କଂଗ୍ରେସର ବଡ଼ ନିଷ୍ପତ୍ତି: ୧୭ କର୍ମୀଙ୍କ ନିଲମ୍ବନ ପ୍ରତ୍ୟାହାର, ଚିଠି ଲେଖିଲେ ରାଜ୍ୟ ସଭାପତି

ଦାରିଙ୍ଗବାଡି, ୨୬।୫ (ଅରୁଣ ସାହୁ): କନ୍ଧମାଳ ଜିଲା ପ୍ରଦେଶ କଂଗ୍ରେସ କମିଟିର ଜିଲ୍ଲା ସଭାପତି ଚନ୍ଦ୍ରଶେଖର ପରିଡା ଗତ କିଛି ଦିନ ପୁର୍ବରୁ ଦାରିଙ୍ଗବାଡି ଏବଂ ରାଇକିଆ…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ: ଶତରୁଦ୍ର ମହାଯଜ୍ଞରେ ପୂଜାର୍ଚ୍ଚନା କଲେ ଖଣି ମନ୍ତ୍ରୀ

ଦିଗପହଣ୍ଡି,୨୬।୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା  ଦିଗପହଣ୍ଡି ସହର ଉପକଣ୍ଠ  କୁଶପଡ଼ା ଗ୍ରାମ ନିକଟ କମାପଡିଆ ସ୍ଥିତ ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଓ ଶତରୁଦ୍ର ମହାଯଜ୍ଞର…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri