ମେ’, ଜୁନ୍‌ରେ ୪ ଦିନ ଡ୍ରାଏ ଡେ

ନବରଙ୍ଗପୁର,୭।୪(ସଦାଶିବ ପ୍ରହରାଜ)ନବରଙ୍ଗପୁର ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ, ସ୍ବଚ୍ଛ ଓ ଶାନ୍ତିଶୃଙ୍ଖଳାର ସହିତ ସୁଚାରୁରୂପେ ପରିଚାଳନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ତତ୍ପରତାର ସହ ଜାରି ରହିଛି। ନିର୍ବାଚନ ଆଚରଣବିଧିକୁ କଡ଼ାକଡ଼ି କରାଯିବା ସମ୍ପର୍କରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଡ. କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିର୍ବାଚନ ଆଚରଣବିଧି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଅବାଧ, ନିରପେକ୍ଷ, ଶାନ୍ତିଶୃଙ୍ଖଳା ସହ ନିର୍ବାଚନ ସମ୍ପାଦନ କରିବା ପାଇଁ ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୧୨ଟି ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌, ସର୍ଭେଲାନ୍ସ ଟିମ୍‌, ଷ୍ଟାଟିଷ୍ଟିକ୍ସ ସର୍ଭେଲାନ୍ସ ଟିମ୍‌, ଭିଡିଓ ସର୍ଭେଲାନ୍ସ ଟିମ୍‌ ଗଠନ କରାଯାଇଛି। ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୩ ଟିମ୍‌ କ୍ଷେତ୍ରସ୍ତରରେ କାର୍ଯ୍ୟକ୍ଷମ ଅଛନ୍ତି।
ମେ’ ୧୩ ତାରିଖରେ ନବରଙ୍ଗପୁର ଜିଲାରେ ସାଧାରଣ ନିର୍ବାଚନ ହେବ। ତେଣୁ ଅବକାରୀ ବିଭାଗ ପକ୍ଷରୁ ମେ’ ୧୧, ୧୨ ଓ ୧୩ ତାରିଖ ସହ ନିର୍ବାଚନ ଫଳାଫଳ ଘୋଷଣା ଦିନ ଜୁନ୍‌ ୪କୁ ଡ୍ରାଏ ଡେ’ ପାଇଁ ନିଷ୍ପତ୍ତି ନିଆଯାଇଛି। ଉକ୍ତ ୪ ଦିନ ଜିଲାର ସମସ୍ତ ମଦଦୋକାନ ବନ୍ଦ ରହିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଅବକାରୀ ବିଭାଗ ଦ୍ୱାରା ବିଭିନ୍ନ ସମୟରେ କରାଯାଉଥିବା ରେଡ୍‌, ଜବତ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପୋଲିସ, ଅବକାରୀ, ଆର୍‌ଟିଓ, ସିଟିଜିଏସ୍‌ଟିଙ୍କ ମିଳିତ ଉଦ୍ୟମରେ ଚେକ୍‌ ପୋଷ୍ଟଗୁଡ଼ିକରେ କଡ଼ାକଡ଼ି ଯାଞ୍ଚ ପାଇଁ ଜିଲା ନିର୍ବାଚନ ଅଧିକାରୀ ଡ. ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଏସ୍‌ପି ରୋହିତ୍‌ ବର୍ମାଙ୍କ ପରାମର୍ଶକ୍ରମେ ଛତିଶଗଡ଼ ବର୍ଡର ଚେକ୍‌ ପୋଷ୍ଟଗୁଡ଼ିକରେ ସିସିଟିଭି ଦ୍ୱାରା ନିରୀକ୍ଷଣ କରାଯିବ। ଜିଲାରେ ବେସରକାରୀଭାବେ ବ୍ୟକ୍ତିବିଶେଷ ରଖିଥିବା ଅସ୍ତ୍ରଶସ୍ତ୍ର ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ନିକଟରେ ଜମା କରିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ରାଜନୈତିକ ଦଳ ପାଇଁ ଆବଶ୍ୟକ ଥିବା ଅନୁମତି, ଆଦେଶ ପାଇଁ ସମ୍ପୃକ୍ତ ବିଭାଗୀୟ ନୋଡାଲ ଅଧିକାରୀ ତୁରନ୍ତ ଏନ୍‌ଓସି ଇସ୍ୟୁ କରିବା, ସମସ୍ତ ବେସରକାରୀ ଯାନବାହନ, ଏପରିକି ସନ୍ଦେହଜନକ ଆମ୍ବୁଲାନ୍ସକୁ ମଧ୍ୟ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲାର ସମସ୍ତ ବ୍ୟାଙ୍କରେ ହେଉଥିବା ସନ୍ଦେହଜନକ ଟ୍ରାଞ୍ଜାକ୍‌ଶନ ମୁଖ୍ୟତଃ ଦଶଲକ୍ଷରୁ ଊର୍ଦ୍ଧ୍ୱ ଏବଂ ଅନ୍ୟ ବ୍ୟାଙ୍କ କିମ୍ବା ଏଟିଏମ୍‌ ସ୍ଥାନାନ୍ତର କରାଯାଉଥିବା ଅର୍ଥରାଶି ସମ୍ପର୍କରେ ଏଲ୍‌ଡିଏମ୍‌ ଓ ଜିଲା ନିର୍ବାଚନ ଅଧିକାରୀଙ୍କୁ ସୂଚନା ଦେବାକୁ ନିର୍ଦ୍ଦେଶ ରହିଛି। ସାଧାରଣ ଲୋକେ ନିଜ ପାଖରେ ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଧରି ଯାତାୟାତ କରୁଥିଲେ ସେ ସମ୍ପର୍କରେ ନ୍ୟାୟୋଚିତ କାରଣ ରଖିବାକୁ ଅନୁରୋଧ କରାଯାଇଛି। ନିର୍ବାଚନ ଆଚରଣବିଧିକୁ ପାଳନ, ସୁଚାରୁରୂପେ ପରିଚାଳନା ପାଇଁ ପୋଲିସ, ଅବକାରୀ, ଆଞ୍ଚଳିକ ପରିବହନ, ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌ ସମନ୍ବୟ ରଖି ମିଳିତଭାବେ କାର୍ଯ୍ୟ କରିବାକୁ ଅତିରିକ୍ତ ଜିଲାପାଳ(ସାଧାରଣ)ମହେଶ୍ବର ନାୟକ କହିଛନ୍ତି। ଏହି ବୈଠକରେ ଉପଜିଲାପାଳ ପ୍ରକାଶ କୁମାର ମିଶ୍ର, ଡେପୁଟି କଲେକ୍ଟର ନିର୍ବାଚନ ପି. ମନସ୍ମିତାଙ୍କ ସମେତ ଡିଏଫ୍‌ଓ, ଆର୍‌ଟିଓ, ଅବକାରୀ ଅଧୀକ୍ଷକ, ଏଲ୍‌ଡିଏମ୍‌, ପୋଷ୍ଟ ମାଷ୍ଟର, ସିଟିଜିଏସ୍‌ଟି ପ୍ରମୁଖ ଉପସ୍ଥିତ ଥିଲେ। ପି. ମନସ୍ମିତା ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?