ମେ’, ଜୁନ୍‌ରେ ୪ ଦିନ ଡ୍ରାଏ ଡେ

ନବରଙ୍ଗପୁର,୭।୪(ସଦାଶିବ ପ୍ରହରାଜ)ନବରଙ୍ଗପୁର ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ, ସ୍ବଚ୍ଛ ଓ ଶାନ୍ତିଶୃଙ୍ଖଳାର ସହିତ ସୁଚାରୁରୂପେ ପରିଚାଳନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ତତ୍ପରତାର ସହ ଜାରି ରହିଛି। ନିର୍ବାଚନ ଆଚରଣବିଧିକୁ କଡ଼ାକଡ଼ି କରାଯିବା ସମ୍ପର୍କରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଡ. କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିର୍ବାଚନ ଆଚରଣବିଧି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଅବାଧ, ନିରପେକ୍ଷ, ଶାନ୍ତିଶୃଙ୍ଖଳା ସହ ନିର୍ବାଚନ ସମ୍ପାଦନ କରିବା ପାଇଁ ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୧୨ଟି ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌, ସର୍ଭେଲାନ୍ସ ଟିମ୍‌, ଷ୍ଟାଟିଷ୍ଟିକ୍ସ ସର୍ଭେଲାନ୍ସ ଟିମ୍‌, ଭିଡିଓ ସର୍ଭେଲାନ୍ସ ଟିମ୍‌ ଗଠନ କରାଯାଇଛି। ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୩ ଟିମ୍‌ କ୍ଷେତ୍ରସ୍ତରରେ କାର୍ଯ୍ୟକ୍ଷମ ଅଛନ୍ତି।
ମେ’ ୧୩ ତାରିଖରେ ନବରଙ୍ଗପୁର ଜିଲାରେ ସାଧାରଣ ନିର୍ବାଚନ ହେବ। ତେଣୁ ଅବକାରୀ ବିଭାଗ ପକ୍ଷରୁ ମେ’ ୧୧, ୧୨ ଓ ୧୩ ତାରିଖ ସହ ନିର୍ବାଚନ ଫଳାଫଳ ଘୋଷଣା ଦିନ ଜୁନ୍‌ ୪କୁ ଡ୍ରାଏ ଡେ’ ପାଇଁ ନିଷ୍ପତ୍ତି ନିଆଯାଇଛି। ଉକ୍ତ ୪ ଦିନ ଜିଲାର ସମସ୍ତ ମଦଦୋକାନ ବନ୍ଦ ରହିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଅବକାରୀ ବିଭାଗ ଦ୍ୱାରା ବିଭିନ୍ନ ସମୟରେ କରାଯାଉଥିବା ରେଡ୍‌, ଜବତ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପୋଲିସ, ଅବକାରୀ, ଆର୍‌ଟିଓ, ସିଟିଜିଏସ୍‌ଟିଙ୍କ ମିଳିତ ଉଦ୍ୟମରେ ଚେକ୍‌ ପୋଷ୍ଟଗୁଡ଼ିକରେ କଡ଼ାକଡ଼ି ଯାଞ୍ଚ ପାଇଁ ଜିଲା ନିର୍ବାଚନ ଅଧିକାରୀ ଡ. ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଏସ୍‌ପି ରୋହିତ୍‌ ବର୍ମାଙ୍କ ପରାମର୍ଶକ୍ରମେ ଛତିଶଗଡ଼ ବର୍ଡର ଚେକ୍‌ ପୋଷ୍ଟଗୁଡ଼ିକରେ ସିସିଟିଭି ଦ୍ୱାରା ନିରୀକ୍ଷଣ କରାଯିବ। ଜିଲାରେ ବେସରକାରୀଭାବେ ବ୍ୟକ୍ତିବିଶେଷ ରଖିଥିବା ଅସ୍ତ୍ରଶସ୍ତ୍ର ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ନିକଟରେ ଜମା କରିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ରାଜନୈତିକ ଦଳ ପାଇଁ ଆବଶ୍ୟକ ଥିବା ଅନୁମତି, ଆଦେଶ ପାଇଁ ସମ୍ପୃକ୍ତ ବିଭାଗୀୟ ନୋଡାଲ ଅଧିକାରୀ ତୁରନ୍ତ ଏନ୍‌ଓସି ଇସ୍ୟୁ କରିବା, ସମସ୍ତ ବେସରକାରୀ ଯାନବାହନ, ଏପରିକି ସନ୍ଦେହଜନକ ଆମ୍ବୁଲାନ୍ସକୁ ମଧ୍ୟ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲାର ସମସ୍ତ ବ୍ୟାଙ୍କରେ ହେଉଥିବା ସନ୍ଦେହଜନକ ଟ୍ରାଞ୍ଜାକ୍‌ଶନ ମୁଖ୍ୟତଃ ଦଶଲକ୍ଷରୁ ଊର୍ଦ୍ଧ୍ୱ ଏବଂ ଅନ୍ୟ ବ୍ୟାଙ୍କ କିମ୍ବା ଏଟିଏମ୍‌ ସ୍ଥାନାନ୍ତର କରାଯାଉଥିବା ଅର୍ଥରାଶି ସମ୍ପର୍କରେ ଏଲ୍‌ଡିଏମ୍‌ ଓ ଜିଲା ନିର୍ବାଚନ ଅଧିକାରୀଙ୍କୁ ସୂଚନା ଦେବାକୁ ନିର୍ଦ୍ଦେଶ ରହିଛି। ସାଧାରଣ ଲୋକେ ନିଜ ପାଖରେ ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଧରି ଯାତାୟାତ କରୁଥିଲେ ସେ ସମ୍ପର୍କରେ ନ୍ୟାୟୋଚିତ କାରଣ ରଖିବାକୁ ଅନୁରୋଧ କରାଯାଇଛି। ନିର୍ବାଚନ ଆଚରଣବିଧିକୁ ପାଳନ, ସୁଚାରୁରୂପେ ପରିଚାଳନା ପାଇଁ ପୋଲିସ, ଅବକାରୀ, ଆଞ୍ଚଳିକ ପରିବହନ, ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌ ସମନ୍ବୟ ରଖି ମିଳିତଭାବେ କାର୍ଯ୍ୟ କରିବାକୁ ଅତିରିକ୍ତ ଜିଲାପାଳ(ସାଧାରଣ)ମହେଶ୍ବର ନାୟକ କହିଛନ୍ତି। ଏହି ବୈଠକରେ ଉପଜିଲାପାଳ ପ୍ରକାଶ କୁମାର ମିଶ୍ର, ଡେପୁଟି କଲେକ୍ଟର ନିର୍ବାଚନ ପି. ମନସ୍ମିତାଙ୍କ ସମେତ ଡିଏଫ୍‌ଓ, ଆର୍‌ଟିଓ, ଅବକାରୀ ଅଧୀକ୍ଷକ, ଏଲ୍‌ଡିଏମ୍‌, ପୋଷ୍ଟ ମାଷ୍ଟର, ସିଟିଜିଏସ୍‌ଟି ପ୍ରମୁଖ ଉପସ୍ଥିତ ଥିଲେ। ପି. ମନସ୍ମିତା ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଟ୍ବିନ୍‌ ସିଟିକୁ ରେର୍ଡ ଆର୍ଲଟ୍‌ ଜାରି

ଭୁବନେଶ୍ୱର,୩୦।୪: ରାଜ୍ୟରେ ପ୍ରବଳ ଖରାତାତି ସହ ଗୁଳୁଗୁଳି ଜାରି ରହିଛି। ଏବେ ଆହୁରି ୪ଦିନ ଏପରିସ୍ଥିତି ଲାଗି ରହିବା ସମ୍ଭାବନା ଥିବାବେଳେ ଆସନ୍ତା ଦୁଇଦିନ ଭୀଷଣ...

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

କଣ୍ଟେନରରେ ଲାଗିଲା ଭୟଙ୍କର ନିଆଁ: ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ

କଟକ, ୩୦।୦୪ (କାର୍ତ୍ତିକ ସାହୁ): ଜଗତପୁର ଥାନା ଅନ୍ତର୍ଗତ ନଜରପୁରଠାରେ ଥିବା ଶ୍ରମିକ ମାନଙ୍କର ରହିବା ପାଇଁ ଛ’ଟି କଣ୍ଟେନରରେ ସୋମବାର ବିଳମ୍ବିତ ରାତି ପ୍ରାୟ...

ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ

ନୟାଗଡ଼,୩୦।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଜଙ୍ଗଲରେ ଲାଗୁଥିବା ନିଆଁ ଚିନ୍ତା ବଢାଇ ଦେଲାଣି। ଅଗ୍ନିବର୍ଷା ବେଳେ ଜଙ୍ଗଲର ନିଆଁର ତାତି...

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ

ରେମୁଣା,୩୦।୪(ରବୀନ୍ଦ୍ର ମହାକୁଡ଼): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ କୁରୁଡ଼ା ଯାତ୍ରାପଡ଼ିଆଠାରେ କଂଗ୍ରେସର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri