ଖୋଲିଲା କୋରାପୁଟ କୋଲାବ ଡ୍ୟାମର ଗୋଟିଏ ଗେଟ

କୋରାପୁଟ,୧୪।୯(ଅମିତାଭ ବେହେରା ): ଶନିବାର ଅପରାହ୍ନ ୩ ଘଟିକାରେ କୋରାପୁଟ କୋଲାବ ଡ୍ୟାମର ଗୋଟିଏ ଗେଟ ଖୋଲାଯାଇଛି। ପ୍ରତି ସେକେଣ୍ଡରେ ୩୫୦୦ ଘନ ମିଟର ଜଳ ନିଷ୍କାସିତ ହେଉଥିବା ମୁଖ୍ୟଯନ୍ତ୍ରୀ ସନ୍ତୋଷ କୁମାର ମହାପାତ୍ର କହିଛନ୍ତି।୨୪ ଘଣ୍ଟା ପର୍ଯ୍ୟନ୍ତ ଗେଟ ଖୋଲା ରହିବ ବୋଲି ସେ କହିଛନ୍ତି। ଏଥି ପୂର୍ବରୁ ଗତ ୨୦୧୮ ମସିହାରେ ଅଳ୍ପ ସମୟ ପାଇଁ ଗେଟ ଖୋଲା ଯାଇଥିଲା । ୨୦୦୬ ମସିହାରେ ଦୁଇ ଥର ବହୁ ପରିମାଣର ଜଳ ନିଷ୍କାସନ କରାଯାଇଥିଲା ବୋଲି ସେ କହିଛନ୍ତି। ଗେଟ ଖୋଲିବା ସମୟରେ କୋରାପୁଟ ଉପଜିଲ୍ଲାପାଳ ବେଣୁଧର ଶବର ଉପସ୍ଥିତ ଥିଲେ।ଗେଟ ଖୋଲିବା ସମୟରେ ପୋଲ ନିକଟରେ ଲୋକମାନଙ୍କର ଭିଡ଼ ହୋଇଥିଲା। ଏବଂ ଲୋକମାନେ ମୋବାଇଲରେ ସେଲଫି ନେଉଥିବା ଦେଖିବାକୁ ମିଳିଥିଲା।

ସୂଚନା ଥାଉକି ଯେ କୋରାପୁଟର ମେଗା ଡ୍ୟାମ କୋଲାବ ବିପଦ ସଂକେତ ତେଳେ କୋଲାବ ଜଳଭଣ୍ଡାରର ଜଳ ସ୍ତର ପହଞ୍ଚି ଥିବାବେଳେ ପୂର୍ବରୁ ଶନିବାର ଦିନ କେଉଁ ମୁହୂର୍ତ୍ତରେ ଜଳଭଣ୍ଡାରରୁ ଜଳ ଛଡ଼ାଯିବ ସେଥିନେଇ ବିଭାଗୀୟ କର୍ତ୍ତୃପକ୍ଷ ସମସ୍ତ ଜନ ସାଧାରଣ ଓ ଜିଲା ପ୍ରଶାସନଙ୍କୁ ଜଣାଇଛନ୍ତି , କୋଲାବ ଜଳଭଣ୍ଡାରର ଜଳଧାରଣ କ୍ଷମତା ୮୫୮ ମିଟର ରହିଥିବା ବେଳେ ଆଜି ଜଳସ୍ତର ୮୫୭. ୧୨ ମିଟରରେ ପହଞ୍ଚି ପାରିଛି , ଆଗକୁ ପୁଣି ବଢିବାର ଆଶଙ୍କା ଥିବାରୁ ଜଳଭଣ୍ଡାର ର ସୁରକ୍ଷା ଦୃଷ୍ଟିରୁ କର୍ତ୍ତୃପକ୍ଷ ଜଳ ଛାଡିବା ପାଇଁ ବାଧ୍ୟ ହେଉଛନ୍ତି। ଏଣୁ ଆଜି ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ କୋରାପୁଟ, ନବରଙ୍ଗପୁର , ମାଲକାନାଗିରି ଓ ଦଣ୍ଟେୱାଡା ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଡାକବାଜି ଯନ୍ତ୍ର ସହାର୍ଯ୍ୟରେ ତଳିଆ ଅଞ୍ଚଳ ର ସମସ୍ତ ଜନସାଧାରଣଙ୍କୁ ଜଣାଇଛନ୍ତି , ଏବଂ ଏଥିପ୍ରତି ଦୃଷ୍ଟି ଦେଇ ଆଜି ୧୪ ତାରିଖ ଦିନ ଗୃହପାଳିତ ପଶୁ କିମ୍ବା ଜନସାଧାରଣ ତଳ ଅଞ୍ଚଳ ରେ ନଦୀକୁ ନଯିବା , ନଦୀଠାରୁ ଦୁରେଇ ରହିବାକୁ ପରାମର୍ଶ ଦେଇଛନ୍ତି। ଚଳିତ ବର୍ଷ ପ୍ରଥମ ବନ୍ୟାଜଳ ଗୋଟିଏ ଗେଟ ମାଧ୍ୟମରେ ଛାଡିବାକୁ କର୍ତ୍ତୃପକ୍ଷ ନିଷ୍ପତି ନେଇଥିଲେ ବୋଲି ଆର କେ ବେହେରା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

୧୭ ଯାଏ ବର୍ଷା

ଭୁବନେଶ୍ୱର,୧୩ା୯(ବନ୍ଦନା ସେଠୀ):ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଶନିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ୧୭ ତାରିଖ ଯାଏ ଲାଗି ରହିବ। ତେବେ ରବିବାରଠାରୁ ବର୍ଷାର…

ଓରାଙ୍ଗଉଟାନ ଚୋରା ଚାଲାଣର ଗୁମର ଖୋଲୁଛି, ଫାର୍ମ ହାଉସ ପାଇଁ ମ୍ୟାନ୍‌ମାର ଦେଇ ଅଣାଯାଇଥିଲା

ଭୁବନେଶ୍ୱର/ ଭୋଗରାଇ, ୧୩ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫକୁ…

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ

ମାହାଙ୍ଗା,୧୩ା୯ (ଅଜୟ କୁମାର ମହାନ୍ତି): ରାଜ୍ୟରେ ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ କଟକ ଜିଲା ମାହାଙ୍ଗା ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ୱେଦନଶୀଳ…

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?