୫ ହଜାର ଲେଖାଏ ଜରିମାନା ଦେବେ ବର୍ଷା-ଅନୁଭବ

କଟକ ଅଫିସ,୯ା୯: କୋର୍ଟ କାର୍ଯ୍ୟରେ ଅଯଥା ବିଳମ୍ବ କରୁଥିବା କାରଣରୁ କେନ୍ଦ୍ରାପଡା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ କଟକ ପରିବାର ଅଦାଲତ ୫ ହଜାର ଟଙ୍କା ଲେଖାଏ ଜରିମାନା ଦାଖଲ କରିବା ପାଇଁ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଉଭୟଙ୍କ ପକ୍ଷରୁ ଅଦାଲତରେ କରାଯାଇଥିବା ସାନି ଆବେଦନକୁ ମଧ୍ୟ ଗ୍ରହଣ କରାଯାଇଛି। ଅନୁଭବଙ୍କ ପକ୍ଷରୁ କଟକ ପରିବାର ଅଦାଲତରେ ଦାଏର ହୋଇଥିବା ମାମଲାର ବାରମ୍ବାର ତାରିଖ ସତ୍ତ୍ବେ ଶୁଣାଣିବେଳେ ସାକ୍ଷ୍ୟ ପ୍ରଦାନ ପାଇଁ ବର୍ଷା ଅନୁପସ୍ଥିତ ରହିଥିଲେ। ଏହାକୁ ନେଇ ଅଦାଲତ ଅସନ୍ତୋଷ ପ୍ରକାଶ କରିଥିଲେ। ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ହୋଇପାରିବ ନାହିଁ ବୋଲି ମଧ୍ୟ ଅଦାଲତ କହିଥିଲେ। ହେଲେ ଶୁକ୍ରବାର ବର୍ଷାଙ୍କ ପକ୍ଷରୁ ସାକ୍ଷ୍ୟ ଗ୍ରହଣ ନିମନ୍ତେ କରାଯାଇଥିବା ଆବେଦନକୁ ଅଦାଲତ ଗ୍ରହଣ କରିଛନ୍ତି। ସେହିପରି ଅନୁଭବ ତାଙ୍କ ପିଟିଶନ୍‌ରେ ସଂଶୋଧନ କରିବା ପାଇଁ ଆବେଦନକୁ ମଧ୍ୟ ଅଦାଲତ ଗ୍ରହଣ କରିଛନ୍ତି। ଅନୁଭବ ତାଙ୍କ ପିଟିଶନରେ ବିବାହ ସ୍ଥାନ ଭୁବନେଶ୍ୱର ବଦଳରେ ଦିଲ୍ଲୀ ବୋଲି ଉଲ୍ଲେଖ କରିଥିଲେ। ଏହା ଟାଇପଜନିତ ତ୍ରୁଟି ବୋଲି ଦର୍ଶାଇ ସଂଶୋଧନ ନିମନ୍ତେ ସୁଯୋଗ ଦେବାକୁ ସେ ଅଦାଲତଙ୍କୁ ନିବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୀଳଗିରିକୁ ଯାତ୍ରୀବାହୀ ଟ୍ରେନ୍‌ ଖୁବ୍‌ଶୀଘ୍ର

ବାଲେଶ୍ୱର ଅଫିସ, ୨୭ା୪ – ଦକ୍ଷିଣ ପୂର୍ବ ରେଳପଥ ଖଡ଼ଗପୁର ମଣ୍ଡଳ ଡିଆର୍‌ଏମ୍‌ ମନୋରଞ୍ଜନ ପ୍ରଧାନ ମଙ୍ଗଳବାର ବାଲେଶ୍ୱର ଗସ୍ତରେ ଆସି ରେଳଷ୍ଟେଶନର ମଡ଼େଲ ବିଲ୍ଡିଂ...

ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ବଳାତ୍କାର ଅଭିଯୋଗ: ଯୁବକ ଥାନାରେ ଅଟକ

ନିଶ୍ଚିନ୍ତକୋଇଲି,୧୫।୧୧(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବକ ତାଙ୍କୁ ବଳାତ୍କାର କରିଥିବା ସେ ଥାନାରେ ଅଭିଯୋଗ...

କରୋନା ସଚେତନତା କାର୍ଯ୍ୟକ୍ରମ

ଦେବଗଡ଼,୧୮।୧୨(ଡି.ଏନ.ଏ.) ଦେବଗଡ ନେହେରୁ ଯୁବକେନ୍ଦ୍ର ଓ ବାରକୋଟ ବ୍ଲକ ଶିରିଗିଡା ବାବା ବାଣେଶ୍ୱର କ୍ଲବ ମିଳିତ ଆନୁକୂଲ୍ୟରେ ଶିରିଗିଡା ଗ୍ରାମରେ ଏସ୍‌ଏଚଜି ସଦସ୍ୟାଙ୍କୁ ନେଇ କରୋନା...

ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): ରାଜ୍ୟରେ ଶନିବାର କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୮ ହଜାର ୩୯୧ କୁ ବୃଦ୍ଧି...

ୟୁକ୍ରେନ୍‌ରେ ଫସି ରହିଛନ୍ତି ସୋର, ଭଦ୍ରକର ୨ ଛାତ୍ରୀ

ସୋର, ୨୫।୨(ଡି.ଏନ.ଏ.) ୟୁକ୍ରେନ୍‌ ସହରରେ ବାଲେଶ୍ୱର ଜିଲା ସୋର ଓ ଭଦ୍ରକ ଜିଲା ଭାଟପଡା ଅଞ୍ଚଳର ୨ ମେଡିକାଲ ଛାତ୍ରୀ ଫସି ରହିଛନ୍ତି। ଯୁଦ୍ଧ ଆରମ୍ଭ...

ଜାଲ୍‌ ସାର୍ଟିଫିକେଟରେ ଚାକିରି କରି ଜେଲ୍‌ ଗଲେ ଶିକ୍ଷକ

କୋକସରା,୨ା୬(ଡି.ଏନ.ଏ): ନକଲି ସାର୍ଟିଫିକେଟ ଦେଇ ଚାକିରି ହାତେଇଥିବା ଶିକ୍ଷକ ଏବେ ଜେଲରେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କୋକସରା ଥାନା ଅଞ୍ଚଳରେ। ମିଳିଥିବା ସୂଚନା...

କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ମାଷ୍ଟରଟିକ୍ରାରୁ ହଟିଲା କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ କଟକଣା

ବରଗଡ଼ ଅଫିସ,୭ା୬: କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବରଗଡ଼ ପୌର ପରିଷଦ ଅଧୀନ ଓ୍ବାର୍ଡ ନଂ-୧୪ର ସୁବାସ ନଗର(ମାଷ୍ଟରଟିକ୍ରା) ଏବଂ ସ୍ଥାନୀୟ ଶ୍ରାରାମ ମନ୍ଦିରରୁ...

ସ୍ବଚ୍ଛ ସର୍ବେକ୍ଷଣ ପାଇଁ ଗଡିଲା ସଚେତନତା ରଥ

ସୋନପୁର,୫।୯(ନି.ପ୍ର.) : ସ୍ବଚ୍ଛ ସର୍ବେକ୍ଷଣ-୧୯ ପାଇଁ ସୁବର୍ଣ୍ଣପୁର ଜିଲାର ଜନସାଧାରଣଙ୍କୁ ସଚେତନ କରିବ ରଥ। ପ୍ରଥମ ପର୍ଯ୍ୟାୟରେ ୩ଟି ରଥ ଜିଲାର ୬ଟି ବ୍ଲକ ପରିକ୍ରମା...

Advertisement
Archives

Model This Week