Posted inଜାତୀୟ

ବିବାହ ପରେ ବି ବାପଘର ସହ ଝିଅର ସମ୍ପର୍କ ଶେଷ ହୁଏନାହିଁ, ହକ୍‌ ଦେବାକୁ ମନା କରିପାରିବେ ନାହିଁ ସରକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୬: ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି କହିଛନ୍ତି ଯେ, କେବଳ ବିବାହ ହୋଇଯାଇଥିବା କାରଣରୁ ଜଣେ ଝିଅକୁ ତାର ବାପଘର ପରିବାରରୁ ଅଲଗା ବୋଲି ଭାବିବା ସମ୍ପୂର୍ଣ୍ଣ ଭେଦଭାବପୂର୍ଣ୍ଣ ଅଟେ। ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ଯେଭଳି ଜଣେ ବିବାହିତ ପୁଅ ବିବାହ ପରେ ମଧ୍ୟ ପରିବାରର ସଦସ୍ୟ ଭାବେ ରହିଥାଏ, ସେହିପରି ଜଣେ ଝିଅର ସମ୍ପର୍କ ମଧ୍ୟ ବିବାହ ପରେ ତାର ବାପଘର ସହ ଶେଷ ହୋଇଯାଏ ନାହିଁ।

ଏହି ପ୍ରସଙ୍ଗରେ କୋର୍ଟ କହିଛନ୍ତି ଯେ ସରକାର କିମ୍ୱା କୌଣସି ସଂସ୍ଥା କେବଳ ‘ବିବାହିତ’ ବୋଲି ଦର୍ଶାଇ ଝିଅକୁ ତାର ପ୍ରାପ୍ୟ ବା ଅଧିକାର ଦେବାରୁ ବଞ୍ଚିତ କରିପାରିବେ ନାହିଁ।
ପୁଅ ଏବଂ ଝିଅ ମଧ୍ୟରେ ଲିଙ୍ଗଗତ ଭେଦଭାବ କରାଯାଇପାରିବ ନାହିଁ। ବିବାହ ପରେ ମଧ୍ୟ ଝିଅ ନିଜ ବାପା-ମା’ଙ୍କ ପରିବାରର ଏକ ଅଂଶ ହୋଇ ରହିଥାଏ।

ସମାଜରେ ପ୍ରଚଳିତ ପୁରୁଷତାନ୍ତ୍ରିକ ଚିନ୍ତାଧାରା ଯେଉଁଠି “ଝିଅମାନେ ପରଘରୀ” ବୋଲି କୁହାଯାଏ, ତାହା ଆଇନଗତ ଭାବେ ଗ୍ରହଣୀୟ ନୁହେଁ। ବିଭିନ୍ନ ସରକାରୀ ଯୋଜନା, ଅନୁକମ୍ପାମୂଳକ ନିଯୁକ୍ତି (Compassionate Appointment) କିମ୍ୱା ସମ୍ପତ୍ତି ଅଧିକାର କ୍ଷେତ୍ରରେ ବିବାହିତ ଝିଅମାନଙ୍କୁ ସମାନ ସୁଯୋଗ ମିଳିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଲହରୀ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ

ନୂଆଦିଲ୍ଲୀ,୧୮।୭: ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶନିବାର ଘୋଷଣା କରାଯାଇଛି। ରାଜ କୁମାର ରାଓ ଅଭିନୀତ ଶ୍ରୀକାନ୍ତ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଛି। ମାମୁଟ୍ଟି…

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବଗୌଡାଙ୍କ ପତ୍ନୀ ଚେନ୍ନମ୍ମାଙ୍କ ପରଲୋକ

ବେଙ୍ଗାଲୁରୁ,୧୮।୭: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବଗୌଡାଙ୍କ ପତ୍ନୀ ଚେନ୍ନମ୍ମାଙ୍କ ଶନିବାର ସନ୍ଧ୍ୟାରେ ବେଙ୍ଗାଲୁରୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ଅପରାହ୍ନ ୪ଟାରେ ତାଙ୍କର ହୃଦଘାତରେ…

ଭାଇ ସହ ହେଲା କଳି ଏମତି କାଣ୍ଡ କରିଦେଲେ ୧୩ ବର୍ଷର …

ଛତ୍ରପୁର, ୧୮।୭ (ଦିଲ୍ଲୀପ ସାମଲ): ଛତ୍ରପୁର ଅଞ୍ଚଳରେ ଶନିବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…

ବସ ସେବା ଦାବିରେ ସାଇକେଲ ଯାତ୍ରା ଚେତାବନୀ

ଗୁଣପୁର, ୧୮/୭ (ସୁଜାତା ପାଢ଼ୀ): ଗୁଡାରି ୧୯୭୨ ମସିହାରେ ଏନ୍‌ଏସିର ମାନ୍ୟତା ପାଇଥିଲା। ଏହାଛଡ଼ା ଗୁଡାରି ବ୍ଲକ ୯ଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ। ଏହା ଏକ ଆଦିବାସୀ…

ମାଉଜର,ଗଞ୍ଜେଇ ସହ ୬ ଗିରଫ ପୋଲିସକୁ ଚକମା ଦେଇ ଖସିଯାଉଥିଲେ

ଭଞ୍ଜନଗର,୧୮।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଅପରାଧି ଦମନରେ ବିଗତ କିଛି ମାସ ହେବ ଲାଗିପଡ଼ିଛି। ଏହିଭଳି ଶନିବାର ପୋଲିସ ଦୁଇଟି ମାମଲାରେ ୬ ଜଣଙ୍କୁ…

ଥମୁନି ଦାଦନ ଦୁଃଖ, କର୍ନାଟକରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

କୋକସରା,୧୮ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାମ ଅନ୍ବେଷଣରେ ବାହାର ରାଜ୍ୟକୁ ଦାଦନ ଖଟିବାକ ଯାଇଥିବା କଳାହାଣ୍ଡି ଜିଲା କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ଶରଧାପୁର ଗ୍ରାମର ଜଣେ…

ନିଟ୍-ୟୁଜି ପ୍ରବେଶିକାରେ ନିର୍ଲିପ୍ତାଙ୍କ କୃତିତ୍ୱ: ପରିଶ୍ରମର ମିଳିଲା ଫଳ

ଅମରପାଲି, ୧୮୭ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ଗ୍ରାମର ମେଧାବୀ ଛାତ୍ରୀ ନିର୍ଲିପ୍ତା କୁରକୁରିଆ ଚଳିତ ବର୍ଷର ନିଟ୍-ୟୁଜି (NEET-UG) ପ୍ରବେଶିକା…

କେସିଙ୍ଗାର ଜଣଙ୍କ ପରେ ଜଣେ ଝିଅ ଆଣୁଛନ୍ତି ସୁନାମ, ଏବେ ଅଞ୍ଚଳ ପାଇଁ ଗୌରବ ଆଣିଲେ ଅନିନ୍ଦିତା

କେସିଙ୍ଗା,୧୮ା୭(ତୁମେଶ୍ୱର ସାହୁ): କିଛିଦିନ ତଳେ କେସିଙ୍ଗାର ଦୁଇ ଝିଅ ଓପିଏସ୍‌ସିରେ ଉତ୍ତୀର୍ଣ୍ଣ ହୋଇ ସମଗ୍ର ଜିଲା ତଥା ରାଜ୍ୟରେ ଚହଳ ପକାଇଥିବାବେଳେ ଆଉ ଜଣେ ଆସିଷ୍ଟାଣ୍ଟ ପ୍ରଫେସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri