Posted inଫୁରସତ

ଭାରତ ଇତିହାସର ଏକ କଳାଦିନ

ପ୍ରତ୍ୟେକ ଦିନ କିଛି ନା କିଛି ଇତିହାସ ସହିତ ଜଡିତ, ଯାହା ଅନ୍ୟକୁ ଶିକ୍ଷା ଦିଏ। ସେହିଭଳି ଆଜିର ଦିନ ଅର୍ଥାତ୍‌ ୧୩ ଏପ୍ରିଲ ଭାରତ ଇତିହାସରେ ଏକ କଳା ଦିନ। ଏହି ଦିନ ଅମୃତସରର ସ୍ବର୍ଣ୍ଣମନ୍ଦିର ନିକଟ ଜାଲିଆନୱାଲାବାଗରେ ରକ୍ତର ହୋଲି ଖେଳାଯାଇଥିଲା। ଆଜି ମଧ୍ୟ ଜାଲିଆନୱାଲାବାଗ କଥା ମନେ ପଡ଼ିଗଲେ ଲୋକଙ୍କ ଆତ୍ମା ଥରିଉଠେ। ଜାଲିଆନାୱାଲା ବାଗ ହତ୍ୟାକାଣ୍ଡ ୧୩ ଏପ୍ରିଲ ୧୯୧୯ରେ ଘଟିଥିଲା।
ହତ୍ୟାକାଣ୍ଡକୁ ଇତିମଧ୍ୟରେ ୧୦୫ ବର୍ଷ ବିତିଗଲାଣି, କିନ୍ତୁ ଏହାର କ୍ଷତ ଏବେ ବି ଲୋକଙ୍କ ହୃଦୟରେ ସତେଜ ହୋଇ ରହିଛି। ଏହି ହତ୍ୟାକାଣ୍ଡ ବିରୋଧରେ ଭାରତୀୟ ଜାତୀୟ କଂଗ୍ରେସ ଧର୍ମଘଟ ଘୋଷଣା କରିଥିଲା। ଏହା ବ୍ୟତୀତ ମହାତ୍ମା ଗାନ୍ଧୀ ବ୍ରିଟିଶ ଶାସନ ବିରୋଧରେ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଥିଲେ। ଏହି ଘଟଣା ଯୋଗୁ ସାଇମନ କମିଶନ ମଧ୍ୟ ଗଠନ କରାଯାଇଥିଲା।
ଏପ୍ରିଲ ୧୯୧୯ରେ ଜାଲିଆନାୱାଲା ବାଗରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇ ଦୁଇ ଜାତୀୟତାବାଦୀ ନେତା ସତ୍ୟ ପାଲ ଏବଂ ଡା. ସୈଫୁଦ୍ଦିନ କିଚଲୁଙ୍କ ଗିରଫଦାରୀକୁ ବିରୋଧ କରିଥିଲେ। ଏହି ସମୟରେ ହଠାତ୍‌ ବ୍ରିଟିଶ ସାମରିକ ଅଧିକାରୀ ଜେନେରାଲ ଡାୟର୍‌ ତାଙ୍କ ସୈନିକଙ୍କ ସହିତ ପାର୍କ ଭିତରକୁ ଆସିଥିଲେ। ଲୋକଙ୍କୁ ଚେତାବନୀ ନ ଦେଇ ସେ ତାଙ୍କ ସୈନିକମାନଙ୍କୁ ଦଶ ମିନିଟ ପାଇଁ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ। କୁହାଯାଏ ଯେ, ଦଶ ମିନିଟ ମଧ୍ୟରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ ଏବଂ ଅନେକ ଆହତ ହୋଇଥିଲେ। ଆଜି ମଧ୍ୟ ଜାଲିଆନାୱାଲା ବାଗ କାନ୍ଥରେ ଏହି ହତ୍ୟାକାଣ୍ଡର ଚିହ୍ନ ଦେଖିବାକୁ ମିଳେ। ବ୍ରିଟିଶ ସରକାରୀ ରେକର୍ଡ ଅନୁଯାୟୀ, ପୁରୁଷ, ମହିଳା ଏବଂ ଶିଶୁଙ୍କ ସମେତ ୩୮୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨୦୦ ଜଣ ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri