ଜଣେ ଶିକ୍ଷକରେ ଚାଲୁଥିବା ସ୍କୁଲ୍‌ ପାଇଁ ଆସିଲା ବଡ଼ ନିର୍ଦ୍ଦେଶ: ଏଣିକି ହେବ…

ଭୁବନେଶ୍ୱର,୮।୮:  ରାଜ୍ୟରେ ଜଣେ ମାତ୍ର ଶିକ୍ଷକରେ ଚାଲୁଥିବା ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଅଭାବ ଦୂର କରିବାକୁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏଭଳି ବିଦ୍ୟାଳୟଗୁଡ଼ିକୁ ଚିହ୍ନଟ କରି ତୁରନ୍ତ ଅତିରିକ୍ତ ଶିକ୍ଷକ ନିଯୁକ୍ତି କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

UDISE+ ତଥ୍ୟ ଅନୁଯାୟୀ, ରାଜ୍ୟର କେତେକ ବିଦ୍ୟାଳୟ ମାତ୍ର ଜଣେ ଶିକ୍ଷକଙ୍କ ଭରସାରେ ଚାଲୁଥିବା ଜଣାପଡ଼ିଛି। ଏଭଳି ସ୍କୁଲ୍‌ରେ ଶିକ୍ଷାଦାନ ସହ ପ୍ରଶାସନିକ କାର୍ଯ୍ୟ ମଧ୍ୟ ଜଣେ ଶିକ୍ଷକଙ୍କୁ ସମ୍ଭାଳିବାକୁ ପଡ଼ୁଥିବାରୁ ପାଠପଢ଼ା ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଏକକ ଶିକ୍ଷକ ଥିବା ବିଦ୍ୟାଳୟଗୁଡ଼ିକରେ ତୁରନ୍ତ ଶିକ୍ଷକ ପଦବୀ ପୂରଣ କରିବାକୁ ବିଭାଗ ଗୁରୁତ୍ୱ ଦେଇଛି।

ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ପ୍ରତ୍ୟେକ ଜିଲାରେ ଜଣେ ଶିକ୍ଷକ ଥିବା ବିଦ୍ୟାଳୟଗୁଡ଼ିକୁ ଚିହ୍ନଟ କରାଯିବ। ଏହାପରେ ସେହି ସ୍କୁଲ୍‌ଗୁଡ଼ିକରେ ଆବଶ୍ୟକତା ଅନୁଯାୟୀ ଅତିରିକ୍ତ ଶିକ୍ଷକ ନିଯୁକ୍ତି କିମ୍ବା ଶିକ୍ଷକଙ୍କ ପଦସ୍ଥାପନ ନେଇ ବ୍ୟବସ୍ଥା କରାଯିବ। ଏଥିପାଇଁ ୧୫ ଦିନ ମଧ୍ୟରେ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲାପ୍ରଶାସନକୁ କୁହାଯାଇଛି।

ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା, ଉପଲବ୍ଧ ଶିକ୍ଷକ ଏବଂ ଆବଶ୍ୟକ ଶିକ୍ଷକ ପଦବୀ ସମ୍ପର୍କିତ ତଥ୍ୟ ଯାଞ୍ଚ କରିବା ସହ ଏକକ ଶିକ୍ଷକ ଥିବା ସ୍କୁଲ୍‌ଗୁଡ଼ିକର ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ରହିଛି। ଏହାଦ୍ୱାରା ଶିକ୍ଷକ ଅଭାବ ଥିବା ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇପାରିବ।

ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଏକକ ଶିକ୍ଷକରେ ଚାଲୁଥିବା ସ୍କୁଲ୍‌ଗୁଡ଼ିକର ଦୀର୍ଘଦିନର ସମସ୍ୟା ଦୂର ହେବା ସହ ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷାଦାନର ସୁଯୋଗ ମିଳିବ ବୋଲି ଆଶା କରାଯାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆକାଉଣ୍ଟଧାରୀ ସାବଧାନ! ୨୫ ସେପ୍ଟେମ୍ୱର ସୁଦ୍ଧା ସାରନ୍ତୁ ବ୍ୟାଙ୍କ୍‌ କାମ, ନହେଲେ ଉଠାଇପାରିବେନି ଟଙ୍କା?

ନୂଆଦିଲ୍ଲୀ,୨୨।୮: ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡ଼ିତ କୌଣସି ଜରୁରୀ କାର୍ଯ୍ୟ ବାକି ଅଛି, ତେବେ ତାହାକୁ ଯଥାଶୀଘ୍ର ସାରିଦେବା ହିଁ ଆପଣଙ୍କ ପାଇଁ ଲାଭଦାୟକ ହେବ।…

ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ସାଂସଦ ନବ ଚରଣ ମାଝୀ ମଙ୍ଗଳବାର…

୮ମ ବେତନ ଆୟୋଗକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୮ ଲକ୍ଷ ଟଙ୍କାର…

ନୂଆଦିଲ୍ଲୀ,୨୨।୯: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଜାରି ରହିଛି। ବର୍ତ୍ତମାନ ଆୟୋଗ ବିଭିନ୍ନ କର୍ମଚାରୀ ସଂଗଠନ ସହ ଆଲୋଚନା କରୁଛି। ରିପୋର୍ଟ ଲାଗୁ…

ଅକ୍ଟୋବର ୧ରୁ ଏସବୁ ବ୍ୟାଙ୍କିଙ୍ଗ୍‌ କାମରେ ଲାଗିବ ଚାର୍ଜ, ଆକାଉଣ୍ଟରେ ଟଙ୍କା ରଖୁଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍‌ଲୀ,୨୨।୯:ସେପ୍ଟେମ୍ୱର ମାସ ଶେଷ ହେବାକୁ ଯାଉଛି ଏବଂ ଏବେ ଅକ୍ଟୋବର ମାସ ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ମାସ ଆରମ୍ଭ ହେବା ସହିତ ବ୍ୟାଙ୍କ ସହିତ ଜଡ଼ିତ…

ଗଜପତିରେ ପର୍ଯ୍ୟଟନସ୍ଥଳୀ ବନ୍ଦ

ନବରଙ୍ଗପୁର,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେବାରେ ଲାଗିଛି। ଏନେଇ ଆସନ୍ତା ୨୩ ଏବଂ ୨୪ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା…

ହଠାତ୍‌ ଅବସର ନେଇ ସମସ୍ତଙ୍କୁ ଚମକାଇଦେଲେ ଏହି ଖେଳାଳି: କ୍ରିକେଟ୍‌ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ଦକ୍ଷିଣ ଆଫ୍ରିକା ପାଇଁ ପ୍ରାୟ ଏକ ଦଶନ୍ଧି ପୂର୍ବେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବ୍ୟାଟର କୋଲିନ ଇଙ୍ଗ୍ରାମ ୪୧ ବର୍ଷ ବୟସରେ ବୃତ୍ତିଗତ…

ରାହୁ-କେତୁଙ୍କ କୃପାରୁ ସିଂହ ସମେତ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା: ବର୍ଷ ଶେଷ ସୁଦ୍ଧା ଧନଲାଭର ଯୋଗ! ହେବ ଏକ୍ସଟ୍ରା ରୋଜଗାର

ଭୁବନେଶ୍ୱର: ବର୍ଷ ଶେଷରେ ରାହୁ-କେତୁଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁସାରେ, ୫ ଡିସେମ୍ବର ୨୦୨୬ରେ ରାହୁ କୁମ୍ଭ ରାଶିରୁ ବାହାରି ମକର ରାଶିରେ…

ପ୍ଲେଇଂ ଇଲେଭେନ୍‌ରେ ବୈଭବଙ୍କୁ ଦେଖିବାକୁ ନ ପାଇ ଆଶ୍ଚର୍ଯ୍ୟ ହୋଇଗଲେ ଜାପାନ ଅଧିନାୟକ; କହିଲେ ଏମିତି…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ବର୍ଷା ଯୋଗୁ ମ୍ୟାଚକୁ ୫-୫ ଓଭରରେ ସୀମିତ କରାଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?