ରୋଷେଇ ଘରେ ପଶି ରାଜକୀୟ ଖାଦ୍ୟ ଖାଇଲା ଭାଲୁ: ରାଜମହଲ ଲୋକେ ଭୟଭୀତ

ଖଡ଼ିଆଳ,୧୨।୪(ସୁଜିତ୍‌ କୁମାର ପ୍ରଧାନ):ନୂଆପଡା ଜିଲା ଖଡ଼ିଆଳ ସହରରେ ବୁଧବାର ରାତିରେ ବୁଲୁଥିବା ଭାଲୁ ଶେଷରେ ଖଡ଼ିଆଳ ରାଜବାଟି ରୋଷେଇ ଘରେ ପଶିଥିଲା। ଖଡ଼ିଆଳ ରାଜା ସାହେବଙ୍କ ରାଜବାଟି ଭିତରେ ପଶି ଡାଇନିଂ ହଲରେ ବିଭିନ୍ନ ରାଜକୀୟ ଖାଦ୍ୟ ଖାଇଛି। ଖଡ଼ିଆଳ ରାଜା ସାହେବଙ୍କ ବାସଗୃହ ଛାତ ଉପରେ ବୁଲୁଥିବା ଭାଲୁ ଦେଖି ରାଜପରିବାର ଆତଙ୍କିତ ହୋଇପଡିଥିଲେ। ଭାଲୁ ଛାତ ଉପରେ ଥିବା ବେଳେ ରାଜା ଘର ଲୋକେ ଘର ଭିତରେ କବାଟ ବନ୍ଦ କରି ଲୁଚି ରହିଥିଲେ। ଭାଲୁ ଧରିବା ପାଇଁ ଖଡ଼ିଆଳ ବନଖଣ୍ଡ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ନିରୀକ୍ଷଣ କରୁଥିଲେ। ଭାଲୁ ଧରିବା ପାଇଁ ରାଜବାଟି ପାଖକୁ ଯନ୍ତା ଅଣାଯାଇଥିଲା। ହେଲେ ଭାଲୁ ଧରାଛୁଆଁ ଦେଲାନାହିଁ। ଅନ୍ୟପଟେ ଭାଲୁର ଏଭଳି ଆତଙ୍କ ଦେଖି ଖଡ଼ିଆଳ ନଗରବାସୀ ଆତଙ୍କିତ ହୋଇ ପଡିଥିଲେ। ପରେ କଳାହାଣ୍ଡିରୁ ଗୋଟିଏ ଟିମ୍‌ ଆସି ଭାଲୁ ଘଉଡ଼ାଇ ଥିଲେ। ସୂଚନା ଅନୁସାରେ ବୁଧବାର ପ୍ରାତଃ ସମୟରେ ଭାଲୁ ଖଡ଼ିଆଳ ସହର ଭିତରେ ପଶି ଆତଙ୍କ ଖେଳାଇଥିଲା। ରାସ୍ତା କଡରେ ଭାଲୁ ବୁଲୁଥିବା ଦେଖି ଲୋକେ ଆତଙ୍କିତ ହୋଇ ପଡିଥିଲେ। ଲୋକ ଗହଳିରେ ଭାଲୁ ଖଡ଼ିଆଳ ରାଜବାଟି ନିକଟସ୍ଥ ନିଲଜୀବନ୍ଦ ଓ ନୂଆବନ୍ଦ ପାଖ ବୁଦାରେ ଲୁଚିଥିଲା। ସାରେ ଭାଲୁ ଘଉଡ଼ାଇବା ବେଳେ ଜଙ୍ଗଲକୁ ଚାଲିଯିବା ବଦଳରେ ସିଧାସଳଖ ଖଡ଼ିଆଳ ରାଜା ସାହେବଙ୍କ ରାଜବାଟି ଭିତରକୁ ପଶିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନଦୀରେ ୩ କିମି ଭାସିଗଲେ ମହିଳା

ସିନାପାଲି,୨୧।୭(ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଅଧୀନ ଗଡ଼ରାମାଳ ଗ୍ରାମର ନମିତା ସାହୁ ନାମ୍ନୀ ଜଣେ ମହିଳା ରବିବାର ଉଦନ୍ତୀ ନଦୀରେ ଭାସିଯାଇ ୩କିମି...

ପୋଲିସକୁ ପିଟିଥିଲେ: ଏବେ ଗିରଫ ଭୟରେ…

ନୂଆପଡ଼ା,୨୧।୭ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ମିଛାପାଳି ପଞ୍ଚାୟତ ବରକୋଟ ଗାଁରେ ଶୁକ୍ରବାର ରାତ୍ରିରେ ପୋଲିସ ଉପରକୁ ଆକ୍ରମଣ ହୋଇଥିଲା। ଏହି ଘଟଣାରେ...

ଅଭିଯୁକ୍ତଙ୍କୁ ଧରିବାପାଇଁ ଗାଁକୁ ଯାଇଥିଲା ପୋଲିସ: ଏସ୍‌ଆଇଙ୍କୁ ନିର୍ଘାତ ପିଟି ଅଭିଯୁକ୍ତଙ୍କୁ ଛଡ଼ାଇ ନେଲେ ଲୋକେ

ନୂଆପଡ଼ା,୨୦।୭: ଏସ୍‌ଆଇଙ୍କ ସହ ପୋଲିସ ଟିମ୍‌କୁ ପିଟିଲେ ଗାଁ ଲୋକେ। ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲା କୋମନା ଥାନା ଅଧୀନ ବରକୋଟ ଗାଁରେ।...

ଚାଷୀଙ୍କ ମୁଖରେ ଫୁଟିଲା ହସ: ଖରିଫ ପାଇଁ ଛଡ଼ାଗଲା ପାଣି

ଖଡ଼ିଆଳ,୧୫।୭(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳସ୍ଥିତ ତିଖାଳି ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପରୁ ସୋମବାର ଖରିଫ ଚାଷ ପାଇଁ କେନାଲ ଦ୍ବାରା ଜଳ ଛଡ଼ାଯାଇଛି।...

ଏକା ଥରକେ ଫୁଟିଲା ୧୫ ବ୍ରହ୍ମ କମଳ

ଖଡ଼ିଆଳ,୧୪।୭(ସୁଜିତ କୁମାର ପ୍ରଧାନ): ଗୋଟିଏ ନୁହେଁ କି ଦୁଇଟି ନୁହେଁ, ଏକା ଥରକେ ଫୁଟିଲା ୧୫ଟି ବ୍ରହ୍ମ କମଳ। ରଥଯାତ୍ରା ଓ ବାହୁଡା଼ ଯାତ୍ରା ମଝିରେ...

ଗାଡ଼ି ଧକ୍କାରେ ଚାଲିଗଲା ହେଟା ବାଘର ଜୀବନ

ଖଡ଼ିଆଳ,୧ା୭(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ୩୫୩ନଂ. ଜାତୀୟ ରାଜପଥର ପୋଡାପାଲି କେନାଲ ତ୍ରିବେଣୀ ଛକ ନିକଟରେ ସୋମବାର ଅଜଣା ଗାଡ଼ି ଧକ୍କାରେ ଏକ...

ରାସ୍ତାକଡ଼ରୁ ମିଳିଲା ଶିଶୁପୁତ୍ର

ନୂଆପଡ଼ା,୨୪ା୬ (ମକାରୁ ବେମାଲ): ନୂଆପଡ଼ା ଜିଲା ଲଖନା ଥାନା କୁରୁମପୁରି ପଞ୍ଚାୟତ ବେଲମୁଣ୍ଡିଆ ପଡ଼ା ରାସ୍ତାପାର୍ଶ୍ୱରୁ ସୋମବାର ଏକ ଶିଶୁପୁତ୍ର ଉଦ୍ଧାର ହୋଇଛି। ଶିଶୁର ବୟସ...

ସୁଭଦ୍ରା ଯୋଜନାରେ ସାମିଲ କରିବାକୁ କହି ମହିଳାଙ୍କୁ ଠକେଇ

ଖଡ଼ିଆଳ,୧୩ା୬(ସୁଜିତ କୁମାର ପ୍ରଧାନ)- ଚଳିତ ସାଧାରଣ ନିର୍ବାଚନରେ ଭାଜପା ତା’ର ନିର୍ବାଚନୀ ଇସ୍ତାହାରରେ ସୁଭଦ୍ରା ଯୋଜନାକୁ ନେଇ ଭୋଟରଙ୍କ ନିକଟରେ ପହଞ୍ଚି ଥିଲା। ନିର୍ବାଚନ ସରିବା...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri