ବନାଞ୍ଚଳରେ ଆଶାର ଆଲୋକ

କୌଶିକ ବସୁ

ଘାତକ କରୋନା ଭୂତାଣୁ ବିରୋଧରେ ବିଶ୍ୱ ଲଢ଼େଇ କରୁଛି। ଏହି ସମୟରେ ୟୁରୋପକୁ ଯୁଦ୍ଧ ଏବଂ କ୍ରୂରତା ଫେରିଛି। ଏହା ବାଦ୍‌ ବିକଶିତ ଓ ବିକାଶଶୀଳ ଦେଶମାନଙ୍କରେ ସମାନ ଭାବେ ବନ୍ୟା, ବନାଗ୍ନି ଏବଂ ଭୟଙ୍କର ବାତ୍ୟା ଏବଂ ମରୁଡ଼ି ଭଳି ଜଳବାୟୁଜନିତ ବିପର୍ଯ୍ୟୟଗୁଡ଼ିକ ବାରମ୍ବାର ଘଟୁଛି ଓ ଅଧିକ ତୀବ୍ର ହେଉଥିବାବେଳେ କିନ୍ତୁ ବିଶ୍ୱରୁ ପ୍ରେରଣା ଓ ଆଶାବାଦ ସମ୍ପୂର୍ଣ୍ଣ ଲୋପ ହୋଇନାହିଁ। ପଶ୍ଚିମବଙ୍ଗ ପୁରୁଲିଆ ଜିଲାର ଛୋଟ ସହର ପରା ନିକଟସ୍ଥ ବାରାଁଡଙ୍ଗା ଗାଁକୁ ଯାଇଥିବା ଅବସରରେ ସେଠାରେ ମୁଁ ପ୍ରେରଣା ଓ ଆଶାର ଆଲୋକ ଦେଖିବାକୁ ପାଇଛି, ଯାହା ଅତ୍ୟନ୍ତ ପ୍ରଶଂସନୀୟ। ଶିକ୍ଷା ଯୋଗାଇଦେବାର ନୂଆ ପଦକ୍ଷେପଗୁଡ଼ିକ ବିଶେଷକରି ଗ୍ରାମୀଣ ଗରିବ ପିଲାଙ୍କ ପାଇଁ ସୃଜନାମତ୍କ ଶିକ୍ଷା ଉପରେ ଅନୁଧ୍ୟାନ କରିବା ଲକ୍ଷ୍ୟରେ ଏହି ବନାଅଞ୍ଚଳକୁ ଏକ ୪ ଦିନିଆ ଗସ୍ତରେ ଯାଇଥିଲି। କିନ୍ତୁ ସେଠାରେ ମୁଁ ଏହାଠାରୁ ଆହୁରି ଅଧିକ ପାଇଲି। ବାହାର ଜଗତରୁ ବିଚ୍ଛିନ୍ନ ଏହି ଅଞ୍ଚଳରେ ଖବରକାଗଜ ପହଞ୍ଚୁନାହିଁ କି ଟେଲିଭିଜନ ନାହିଁ। କିନ୍ତୁ ଗୋଟିଏ ପରେ ଗୋଟିଏ ଗାଁର ସ୍କୁଲ ପରିଦର୍ଶନ କଲା ପରେ ସେଠାରେ ଆଶାର ଅପୂର୍ବ ଭାବନା ଥିବା ଅନୁଭବ କଲି। ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସୀମା ନିକଟରେ ଜନବସତିଠାରୁ ବହୁଦୂରରେ ଥିବା ବନାଞ୍ଚଳର ଏହି ଦୁର୍ଗମ ଗାଁରେ ସାନ୍ତାଳ, ଶବର ଆଦିବାସୀମାନେ ରହୁଛନ୍ତି। ତଥାକଥିତ ଆର୍ଯ୍ୟଙ୍କ ଆକ୍ରମଣର ହଜାର ହଜାର ବର୍ଷ ପୂର୍ବରୁ ମୁର୍ମୁ ଜାତିର ଲୋକେ ଆଫ୍ରିକାରୁ ଏଠାକୁ ଆସିଥିଲେ। ଏହି ସବୁ ଆଦିବାସୀ ପ୍ରାୟତଃ ନିରକ୍ଷର ଏବଂ ଅତି ଗରିବ।
ମୁଁ ସମାଜର କଲ୍ୟାଣକର କାର୍ଯ୍ୟରେ ବର୍ତ୍ତୀ ‘ନାନୃତମ’ ସ୍ବେଚ୍ଛାସେବୀ ସଂଗଠନକୁ ବୁଲି ଆସିଥିଲି, ଯାହା ପ୍ରାରମ୍ଭରେ ଶିକ୍ଷା କ୍ଷେତ୍ରରେ କିଛି କାର୍ଯ୍ୟ କରିଥିଲା। ୨୦୦୨ରେ ଆଇଟି ପ୍ରଫେଶନାଲ ରଞ୍ଜନା ସେନଗୁପ୍ତ ଓ ଡାକ୍ତର ଭାରତୀ ବକ୍ସି ଏହାକୁ ପ୍ରତିଷ୍ଠା କରିଥିଲେ। ସେ ଅଞ୍ଚଳରେ ଆଖିରୋଗ ଓ ଦୃଷ୍ଟିହୀନତାର ବ୍ୟାପକତାକୁ ନେଇ ସେମାନେ ସମସ୍ୟାରେ ପଡ଼ିଥିଲେ। ଏଣୁ ସେମାନେ ଏହି ଦାରିଦ୍ର୍ୟ ପ୍ରପୀଡ଼ିତ ଅଞ୍ଚଳର ମଧ୍ୟ ଭାଗରେ ଏକ ହସ୍ପିଟାଲ ପ୍ରତିଷ୍ଠା କରି ପରେ ତାହାକୁ ଏକ ଆଧୁନିକ ହସ୍ପିଟାଲରେ ପରିଣତ କରିଥିଲେ। ଭଲ ଡାକ୍ତର ଓ ସ୍ବେଚ୍ଛାସେବୀମାନଙ୍କ ମଧ୍ୟରୁ ଅନେକ କମ୍‌ ସମୟ ପାଇଁ ଆସି କାଟାରାକ୍ଟ ଓ ରେଟିନା ଅପରେଶନ କରୁଥିଲେ ଏବଂ ଗ୍ଲାକ୍ୟୁମାର ଚିକିତ୍ସା କରୁଥିଲେ। ସେମାନେ ଦୂରଦୂରାନ୍ତ ଗାଁରୁ ଅଧିକାଂଶ ରୋଗୀଙ୍କୁ, ଯେଉଁମାନେ କେବେ ହସ୍ପିଟାଲ ଦେଖି ନ ଥିତ୍ଲେ ସେମାନଙ୍କୁ ଭ୍ୟାନ୍‌ରେ ହସ୍ପିଟାଲକୁ ଆଣୁଥିଲେ।
ଗୋଟିଏ ସମୟରେ ଏହି ଅଞ୍ଚଳ ମାଓବାଦୀଙ୍କ ଆଡ୍ଡା ଥିଲା। କିନ୍ତୁ ଯେତେବେଳେ ଲୋକେ ଦୃଷ୍ଟିଶକ୍ତି ଫେରି ପାଇଲେ ଏବଂ ‘ନାନୃତମ’ ଖ୍ୟାତି ବ୍ୟାପିଲା, ସେତେବେଳେ ମାଓବାଦୀମାନେ ସଂଗଠନ ଛାଡ଼ିବାକୁ ଲାଗିଲେ। ସେମାନଙ୍କ ମଧ୍ୟରୁ କେତେଜଣ ଗୁପ୍ତରେ ହସ୍ପିଟାଲକୁ ଆସି ସେମାନଙ୍କ ଆଖି ପରୀକ୍ଷା କଲେ। ଏହାବାଦ୍‌ ‘ନାନୃତମ’ସେହି ଅଞ୍ଚଳର ପିଲାମାନଙ୍କୁ ଆଧୁନିକ ଶିକ୍ଷା ଦେବା ଲାଗି ଚାହଁିଥିଲା ଓ ଏହି ଲକ୍ଷ୍ୟରେ ବାରାଁଡଙ୍ଗା ଗ୍ରାମରେ ଏକ ସ୍କୁଲ ପ୍ରତିଷ୍ଠା କରିଥିଲା, ଯେଉଁଠିକୁ ମୁଁ ନିକଟରେ ଯାଇଥିଲି। ସେଠାରେ ଛାତ୍ରୀଛାତ୍ର ମାତୃଭାଷା, ବିଶେଷକରି ସାନ୍ତାଳ କିମ୍ବା ବେଙ୍ଗଲି ଶିକ୍ଷା କରୁଛନ୍ତି। କିନ୍ତୁ ସେଠାରେ ଶିକ୍ଷାର ମାଧ୍ୟମ ହେଉଛି ଇଂଲିଶ। ସେମାନେ ଗଣିତ, ସାହିତ୍ୟ, ପଦାର୍ଥବିଜ୍ଞାନ ଓ କମ୍ପ୍ୟୁଟିଂ ପଢୁଛନ୍ତି। ଭବିଷ୍ୟତରେ ସୃଜନ କୌଶଳ ଆବଶ୍ୟକତାକୁ ଲକ୍ଷ୍ୟକରି ସେମାନଙ୍କୁ ଏଭଳି ଶୈଳୀରେ ଶିକ୍ଷା ଦିଆଯିବା ଦରକାର ବୋଲି ସ୍କୁଲର ବିଶ୍ୱାସ ରହିଛି। ପିଲାମାନଙ୍କ ସହ କଥା ହେବା ସମୟରେ ସେମାନଙ୍କ ବାକ୍‌ପଟୁତା ଓ ମଜ୍ଜାଳିଆ ସ୍ବଭାବ ମୋ ଦୃଷ୍ଟି ଆକର୍ଷଣ କରିଥିଲା। ଗଣିତ ଓ ଜ୍ୟାମିତିରେ ସେମାନଙ୍କ ସୃଜନ ଶକ୍ତି ବିକଶିତ ଦେଶର ପିଲାମାନଙ୍କ ସହ ତୁଳନୀୟ ବୋଲି ଜାଣିବାକୁ ପାଇଲି।
କୋଭିଡ୍‌-୧୯ ମହାମାରୀ ଦେଖାଦେବା ପରେ ନୂଆ ଡିଜିଟାଲ ଟେକ୍‌ନୋଲୋଜିକୁ ଯଥାଶୀଘ୍ର ଆପଣାଯାଇଥିଲା। ଏହି ସମୟରେ ‘ନାନୃତମ’ର ପରିଚାଳକମାନେ ପୁରୁଣାଶୈଳୀ ପଢା ବଦଳରେ ଏକ ସୃଜନାମତ୍କ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରିଥିଲେ। ଏଣୁ ୨୦୨୧ରେ, ମହାମାରୀର ମଧ୍ୟ ଭାଗରେ ‘ନାନୃତମ’ ଆଖପାଖ ଗାଁ ଓ ଜିଲାଗୁଡ଼ିକରେ ସୃଜନ ଶିକ୍ଷାର ପ୍ରସାର ପାଇଁ ‘ଏଡୁକେଶନ ଫର୍‌ ଅଲ୍‌ ପ୍ରୋଗ୍ରାମ’ ଆରମ୍ଭ କରିଥିଲା। ବ୍ୟକ୍ତିଗତ କିମ୍ବା ଭର୍ଚ୍ଚୁଆଲ ପ୍ରଶିକ୍ଷଣ ଲାଗି ଉକ୍ତ ସଂଗଠନ ଅନ୍ୟ ସ୍କୁଲରୁ ନିୟମିତ ଭାବେ ଶିକ୍ଷକମାନଙ୍କୁ ଆଣିଥିଲା। ସେହି ଅଞ୍ଚଳରେ ୧୫୦ ସ୍କୁଲର ପିଲାମାନଙ୍କୁ ମଧ୍ୟ ବହି ଯୋଗାଇଥିଲା। ଏହା ଏବେ ଗରିବ ତଥା ଅସହାୟ ପିଲାଙ୍କ ସହ ୪୦,୦୦୦ ପିଲାଙ୍କ ନିକଟରେ ପହଞ୍ଚିବାକୁ ସକ୍ଷମ ହୋଇଛି। ଦେଖିବାକୁ ଗଲେ ଏହି ସଂଖ୍ୟା ବହୁତ, କିନ୍ତୁ ଭାରତର ଜନସଂଖ୍ୟା ତୁଳନାରେ ଏହା କମ୍‌ ବୋଲି ବୁଝିବାକୁ ହେବ।
୨୦୦୫ରେ ଅର୍ଥନୀତିଜ୍ଞ ମାଇକେଲ୍‌ କ୍ରିମର ଏବଂ ତାଙ୍କ ସହଯୋଗୀମାନେ ଏକ ଦୃଷ୍ଟିଆକର୍ଷଣକାରୀ ରିପୋର୍ଟ ପ୍ରସ୍ତୁତ କରିଥିଲେ। ଶିକ୍ଷକଙ୍କ ଉଦାସୀନତା ଏବଂ ଅନୁପସ୍ଥିତି ଭାରତରେ ଶିକ୍ଷା ଲାଗି ଏକ ବଡ଼ ସମସ୍ୟା ବୋଲି ଏହା ପ୍ରକାଶ କରିଥିଲା। ଏଦୃଷ୍ଟିରୁ ଦେଖିଲେ ମୁଁ ଯେଉଁ ସବୁ ସ୍କୁଲ ପରିଦର୍ଶନ କରିଥିଲି ସେଠାକାର ସ୍ଥିତି ସମ୍ପୂର୍ଣ୍ଣ ସୁଖଦ ଓ ଆଶ୍ଚର୍ଯ୍ୟ ଜନକ ଥିଲା। ସବୁଠୁ ପ୍ରଭାବୀ ଓ ଦୃଷ୍ଟିଆକର୍ଷଣକାରୀ ସ୍କୁଲ ଥିଲା ‘ମାରଙ୍ଗ ବୁରୁ ଚାଚ୍ଚୋ ମାର୍ଶାଲ ସ୍କୁଲ’। ସୁସୁନିଆ ପାହାଡ଼ି ଅଞ୍ଚଳରେ ଝୋପଡି ଘରଗୁଡ଼ିକରେ ଚାଲୁଛି ଏହି ସ୍କୁଲ। ଏଠାରେ ସାନ୍ତାଳୀ ପିଲାମାନେ ରହୁଛନ୍ତି ଓ ପ୍ରାଥମିକ ଶିକ୍ଷା ଲାଭ କରୁଛନ୍ତି। ଏହି ସ୍କୁଲକୁ ସାନ୍ତାଳୀ ଦମ୍ପତି ଲକ୍ଷ୍ମୀ ଓ ବାବୁନାଥ ଟୁଡୁ ଚଲାଉଛନ୍ତି। ବାବୁନାଥ ଅତି ଦାରିଦ୍ର୍ୟ ମଧ୍ୟରେ ବଢ଼ିଥିଲେ ଓ ଦିନେ ଖାଇଲେ ଆଉ ଦିନେ ଉପାସ ରହୁଥିଲେ। ପଢିବାକୁ କେଉଁ ପିଲା ଯିବ ତାହା ତାଙ୍କ ବାପା ସ୍ଥିର କରୁଥିଲେ ଓ ଅନ୍ୟମାନେ ପରିବାର ପ୍ରତିପୋଷଣ ନିଶ୍ଚିତ କରିବା ସକାଶେ କାମ କରୁଥିଲେ। ପ୍ରେରଣା, ସହାନୁଭୂତି ଓ ପ୍ରତିବଦ୍ଧତା କିପରି ହାସଲ କରାଯାଇପାରେ ତାହା ଦେଖି ମୁଁ ସ୍ତମ୍ଭୀଭୂତ ହୋଇଯାଇଥିଲି। ଅର୍ଥନୀତିଜ୍ଞମାନେ ଆର୍ଥିକ ପ୍ରୋତ୍ସାହନ ମାଧ୍ୟମରେ ଶିକ୍ଷକ ଅନୁପସ୍ଥିତି ହ୍ରାସ କରାଯାଇପାରିବ ବୋଲି ଦାବି କରନ୍ତି। ଶିିକ୍ଷକମାନେ ଶ୍ରେଣୀରେ ଉପସ୍ଥିତ ରହିବା ଲାଗି ଅଧିକ ଅର୍ଥ ଦେବା କିମ୍ବା ଅନୁପସ୍ଥିତ ରହିଲେ ଦରମା କାଟିଦେବା ଉଚିତ ବୋଲି ସେମାନେ ମତ ଦିଅନ୍ତି। କିନ୍ତୁ ଟଙ୍କା ଦ୍ୱାରା ଆମ ଜୀବନର ସବୁ ଲକ୍ଷ୍ୟ ନିଶ୍ଚିତ କରିହେବ ନାହିଁ। ଅର୍ଥକୁ ପଛକରି ଅନେକେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଛନ୍ତି। ଏଥିରୁ ବୁଝାପଡ଼େ, ଟଙ୍କାକୁ ଗୌଣ କରି ଲକ୍ଷ୍ୟ ଚୟନ କରିବାରେ ଆମର କ୍ଷମତା ରହିଛି। ଅନ୍ୟମାନଙ୍କୁ ସାହାଯ୍ୟ କରିବାର ପ୍ରବୃତ୍ତି ନିଜ ମଧ୍ୟରେ ବିକାଶ କରିଥିବା ଲୋକମାନେ ବି ଭଲ ପଢ଼ାଇପାରନ୍ତି। କିନ୍ତୁ ଆମ ମାନସିକତା ଓ ମାନବୀୟ ପ୍ରେରଣାର ଏହି ବୃହତ୍‌ ଦିଗ ପ୍ରତି ଆମେ କମ୍‌ ଧ୍ୟାନ ଦେଉ।
ମୁଁ ଯାହା ବର୍ଣ୍ଣନା କରୁଛି ତାହା ମୋ ଏବକାର ଅଭିଜ୍ଞତାର ଏକ ଚମକପ୍ରଦ ପରିପ୍ରକାଶ। ଏହି ଚମକ ଦୀର୍ଘସ୍ଥାୟୀ ହେବା ସହ ସୁଦୂରପ୍ରସାରୀ ହୋଇପାରିବ ବୋଲି ମୋ ମନରେ ବିଶ୍ୱାସ ଜନ୍ମାଇଛି। ଆମେ ଯଦି ସୃଜନାମତ୍କ ଦିଗ ବିଷୟରେ ଚିନ୍ତା କରିବା ଏବଂ ଅସହାୟ ଓ ଗରିବ ପିଲାମାନଙ୍କ ସହ ଅନ୍ୟପିଲାଙ୍କୁ ନୂତନ ଓ ଉଚ୍ଚମାନର ଶିକ୍ଷା ଯୋଗାଇ ଦେବା, ତେବେ ଆମ ମଧ୍ୟରେ ଥିତ୍ବା ସବୁଠୁ ଗରିବମାନଙ୍କ ଜୀବନ ପାଇଁ ଏକ ବୃହତ୍‌ ପରିବର୍ତ୍ତନ ଆଣିପାରିବା।
ପୂର୍ବତନ ମୁଖ୍ୟ ଅର୍ଥନୀତିଜ୍ଞ, ବିଶ୍ୱ ବ୍ୟାଙ୍କ;
ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା,
ଭାରତ ସରକାର


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାରେ ବହୁ ଭାଷା

ଭାରତୀୟ ଶିକ୍ଷା, ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ(ଏନ୍‌ସିଇଆର୍‌ଟି) ମାଧ୍ୟମିକ ସ୍ତରରେ ତିନୋଟି ଭାଷା ଶିକ୍ଷାକରିବା ଲାଗି ନିୟମ କଲାପରେ ଏହାକୁ ନେଇ କେତେକ ରାଜ୍ୟରେ ପ୍ରତିବାଦର ସ୍ବର…

ମୋ ଭାରତ ବଦଳୁଛି

ସମୟ ବଦଳିବା ସହିତ ଦେଶର ଚିତ୍ର ଓ ଚରିତ୍ର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ବଦଳୁଛି ସମୟ, ବଦଳୁଛି ସ୍ଥିତି, ବଦଳୁଛି ମୋ ଦେଶର ଭାଗ୍ୟ ଓ…

ଦିଗହରା ଆମେରିକା

ଇରାନ ଉପରେ ୨୮ ଫେବୃଆରୀ ୨୦୨୬ରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ହୋଇଥିବା ଘମାଘୋଟ ଯୁଦ୍ଧ ବେଳେ ଗତ ୬୦ ଦିନିଆ ଅସ୍ତ୍ରବିରତି ସାମୟିକ…

ଏଇ ଭାରତରେ

ତୃଣମୂଳସ୍ତରରେ ଜଣେ ସରପଞ୍ଚ ଭାବେ ନିରୁ ଯାଦବ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ନିରୁ ରାଜସ୍ଥାନର ଲାମ୍ବି ଅହିର ଗ୍ରାମପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ। ସେ…

ବିକାଶ ଦାବିରେ ପିଲାଙ୍କ ଭବିଷ୍ୟତ

ଆଜି ସକାଳୁ ଖବରକାଗଜ ପଢୁ ପଢୁ ଏକ ଶିରୋନାମା ଉପରେ ନଜର ପଡିଲା। ଭଙ୍ଗା ଛାତତଳେ ପ୍ରାଥମିକ ଶିକ୍ଷା। ଖବର ପଢିବା ପରେ ମନ ଭିତରେ ଉଙ୍କି…

ଜାଣି ଅଜଣା

ଆମେ କିଛି ଅନ୍ୟାୟ, ଅନୀତି, ଦୁର୍ନୀତି ସମ୍ପର୍କରେ ବିଭିନ୍ନ ଖବରକାଗଜ କିମ୍ବା ପତ୍ରପତ୍ରିକାରୁ, ଟିଭି ପରଦାରୁ, ସାମାଜିକ ଗଣମାଧ୍ୟମରୁ, ବିଭିନ୍ନ ସଭାସମିତିରୁ ଅବଗତ ହେଉ। କିନ୍ତୁ ଜାଣିବା…

ବାଂଲାଦେଶର ନାଲିଆଖି

ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ୧୧ ରାଷ୍ଟ୍ର…

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri