ବିପଦସଙ୍କୁଳ ଅବସ୍ଥାରେ ଦାନପୁର ଲକ୍‌ ପୋଲ

ଡେରାବିଶ,୮ା୭(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଧୀନ ଲୁଣାନଦୀର ଦାନପୁରଠାରେ ନିର୍ମିତ ହୋଇଥିବା ସେତୁଟି ଡେରାବିଶ ସହ ଗରଦପୁର ଓ ମାର୍ଶାଘାଇ ବ୍ଲକର ଜୀବନରେଖା। ଲୁଣାନଦୀରେ ସେତୁ ନିର୍ମାଣ ପାଇଁ ଦୀର୍ଘବର୍ଷର ଦାବିକୁ ଦୃଷ୍ଟିରେ ରଖି ୨୦୧୪ରେ ପାଟକୁରାର ପ୍ରାକ୍ତନ ବିଧାୟକ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ଚେଷ୍ଟାରେ କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ପକ୍ଷରୁ ସେତୁର କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୧୬ରେ ନଦୀରେ ନିର୍ମିତ ସେତୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଥିଲେ। ଏହି ସେତୁକୁ ସଂଯୋଗ କରୁଥିବା କେନ୍ଦ୍ରାପଡ଼ା ମୁଖ୍ୟ କେନାଲ ଉପରେ ନିର୍ମିତ ହୋଇଥିବା ସେତୁଟି ଅଧାପାନ୍ତରିଆ ଭାବେ ଦୀର୍ଘ ୬ବର୍ଷ ହେଲା ପଡ଼ିରହିଛି। ତେବେ କେନାଲ୍‌ ସେତୁକୁ ସଂଯୋଗ କରୁଥିବା ରାସ୍ତାଟି ବ୍ୟକ୍ତିଗତ ଜାଗା ଦର୍ଶାଇ ସ୍ଥାନୀୟ ଅଞ୍ଚଳର କେତେଜଣ ବ୍ୟକ୍ତି ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିବାରୁ ଏହା ବିଚାରାଧୀନ ରହିଥିବା କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କଠାରୁ ସୂଚନା ମିଳିଛି। ଯେଉଁଥିପାଇଁ ଏହି ରାସ୍ତାଟି ସେତୁକୁ ସଂଯୋଗ କରିବାରେ ବ୍ୟାଘାତ ଘଟିଛି। ତେବେ ସାଧାରଣ ଲୋକଙ୍କ ଯାତାୟାତ ପାଇଁ ବ୍ରିଟିଶ ସରକାରଙ୍କ ସମୟରେ କେନାଲରେ ନୌବାଣିଜ୍ୟ ପାଇଁ ଦାନପୁରଠାରେ ଏକ ଲକ୍‌ ପୋଲ ନିର୍ମିତ ହୋଇଥିଲା। ଏହି ପୋଲଟି କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ଅଧୀନରେ ରହିଛି। ଏହି ଲକ୍‌ ପୋଲ ବାଟ ଦେଇ ଲୁଣା ନଦୀସେତୁ ଦେଇ ଲୋକେ ଯାତାୟାତ କରୁଛନ୍ତି। ଏହି ଲକ୍‌ ପୋଲଟି ଏବେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି।
ଏହି ଲକ୍‌ ପୋଲ ଦେଇ ଦୈନିକ ଶହଶହ ସଂଖ୍ୟାରେ ବାଲି ବୋଝେଇ ଟ୍ରକଠାରୁ ଆରମ୍ଭ କରି କଟକରୁ ଗରଦପୁର ଓ ଅନ୍ୟ ଅଞ୍ଚଳକୁ ଯାତ୍ରୀବାହୀ ବସ ଚଳାଚଳ କରୁଛି। ଏଥିସହ ଜିଲାର ପ୍ରମୁଖ ଚାନ୍ଦୋଳ ହାଟକୁ ଆସୁଥିବା ଚାଷୀମାନଙ୍କ ପନିପରିବା ଟ୍ରକ ଓ ଅନ୍ୟ ଗାଡ଼ି ଚଳାଚଳ କରୁଛି। ମହାବିଦ୍ୟାଳୟ ଓ ବିଦ୍ୟାଳୟର ଶତାଧିକ ଛାତ୍ରୀଛାତ୍ରଙ୍କ ସମେତ ଶହଶହ ସଂଖ୍ୟାରେ ଦୁଇ ଚକିଆ ଓ ଚାରି ଚକିଆ ଯାନ ଏହି କେନାଲ୍‌ ପୋଲ ଉପରେ ଯିବା ଆସିବା କରୁଛି। ଦୀର୍ଘଦିନ ହେବ ଦାନପୁର ଲକ୍‌ ପୋଲର ପିଲାର ଓ ଛାତରେ ଫାଟ ସୃଷ୍ଟି ହୋଇଥିବାରୁ ପୋଲଟି ଅସୁରକ୍ଷିତ ଅବସ୍ଥାକୁ ଚାଲି ଆସିଛି। ଏହି ପୋଲର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ବ୍ଲ୍ଳକ ଅଧୀନସ୍ଥ ଦାନପୁର, ହରିଅଙ୍କ, ଇନ୍ଦାଳୋ, ଯଅଁରାବାରିମୂଳ ସମେତ ବହୁ ପଞ୍ଚାୟତବାସୀ ଦୀର୍ଘ ୬ ବର୍ଷ ହେବ ଜିଲାପାଳ, ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ, ସ୍ଥାନୀୟ ବିଧାୟକ ଓ ଏମ୍‌ପିଙ୍କ ନିକଟରେ ବାରମ୍ବାର ଦାବି କରିଆସଛନ୍ତି। ହେଲେ ପୂର୍ତ୍ତ ଓ ଜଳସମ୍ପଦ ବିଭାଗ ସମ୍ପୂର୍ଣ୍ଣ ଚୁପ୍‌ ହୋଇ ବସିଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସରୋଜ ନାୟକଙ୍କୁ ପଚାରିବାରେ ଏହି ଲକ୍‌ ପୋଲଟି କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ଅଧୀନରେ ଥିବାରୁ ଏ ସମ୍ପର୍କରେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରି ଯାହା କିଛି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ତେବେ ବିପଦସଙ୍କୁଳ ଅବସ୍ଥାରେ ଥିବା ଜଳସମ୍ପଦ ବିଭାଗ ପୋଲଟିକୁ ଦେଖିବା ପରେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କ ସହ ଆଲୋଚନା କରି ତୁରନ୍ତ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି। ଅପରପକ୍ଷରେ କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ପ୍ରବୋଧ କୁମାର ରାଉତଙ୍କୁ ପଚାରିବାରେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଲକ୍‌ ପୋଲଟି ତାଙ୍କ ବିଭାଗର ହୋଇଥିବାରୁ ତାହାର କିପରି ମରାମତି ହୋଇପାରିବ ସେ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ସେ କଡିଛନ୍ତି। ଏହି ସଂଯୋଗୀକରଣ ରାସ୍ତା ଓ ବିପଦସଙ୍କୁଳ ପୋଲର ମରାମତି ପାଇଁ ପ୍ରଶାସନିକ ସ୍ତରରେ ତୁରନ୍ତ ବ୍ୟବସ୍ଥା କରା ନ ଗଲେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଲୁଣା ସେତୁ ନିକଟରେ ଧାରଣା ଦିଆଯିବ ବୋଲି ପୂର୍ବତନ ସରପଞ୍ଚ ସୁଖଦାନନ୍ଦ ପ୍ରଧାନ ଚେତାବନୀ ଦେଇଛନ୍ତି। ତେବେ ପୂର୍ତ୍ତ ବିଭାଗ ଓ ଜଳସମ୍ପଦ ବିଭାଗ ମଧ୍ୟରେ ସମନ୍ବୟ ନ ଥିବାରୁ ସାଧାରଣ ଲୋକଙ୍କ ପାଇଁ ଏହା ବିପଦ ସାଜିଛି ବୋଲି ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?