ମେଡିକାଲ ପାଇଖାନାରେ ଜନ୍ମନେଲେ ଶିଶୁକନ୍ୟା, ଗୁରୁତର ଅବସ୍ଥାରେ ଉଦ୍ଧାର

ବରଗଡ଼ ଅଫିସ,୫ା୫: ଶିଶୁ ଓ ମାତୃ ମୃତ୍ୟୁହାର ରୋକିବା ପାଇଁ ରାଜ୍ୟ ସରକାର ବହୁବିଧ ପଦକ୍ଷେପ ନେଇଛନ୍ତି। ଗର୍ଭବତୀ, ପ୍ରସୂତି କିମ୍ବା ନବଜାତ ଶିଶୁର ଚିକିତ୍ସାରେ ଆଦୌ ଅବହେଳା ନ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି। ମାତ୍ର ଅନେକ କ୍ଷେତ୍ରରେ ଏହା କେବଳ ନିର୍ଦ୍ଦେଶରେ ହିଁ ରହି ଯାଇଥିବା ପରିଲକ୍ଷିତ ହେଉଛି। ଏଭଳି ରୋଗୀ ମେଡିକାଲରେ ପହଞ୍ଚିବା ବେଳେ କେତେବେଳେ ଡାକ୍ତର ଅନୁପସ୍ଥିତ ରହୁଛନ୍ତି ତ ଆଉ କେବେ ଡାକ୍ତର ଉପସ୍ଥିତ ଥିଲେ ସୁଦ୍ଧା ଚିକିତ୍ସାରେ ଅବହେଳା ଯୋଗୁ ମୃତ୍ୟୁ ହେଉଥିବା ଅଭିଯୋଗ ହେଉଛି। କିଛିଦିନ ତଳେ ଡାକ୍ତରଙ୍କ ଅବହେଳା ଯୋଗୁ ଉଚିତ ସ୍ବାସ୍ୟସେବା ପାଇ ନ ପାରି ଜଣେ ଆସନ୍ନ ପ୍ରସବା ବରଗଡ଼ ଜିଲା ମୁଖ୍ୟ ମେଡିକାଲରୁ ସ଼ହରର ଏକ ଘରୋଇ ନର୍ସିଂହୋମକୁ ଆସିଥିଲେ।ହେଲେ ସେତେବେଳକୁ ଗର୍ଭସ୍ଥ ସନ୍ତାନର ପ୍ରାଣବାୟୁ ଉଡି ଯାଇଥିଲା ଏବଂ ଅସ୍ତ୍ରୋପଚାର କରି ଶିଶୁର ମୃତଦେହ ବାହାର କରାଯାଇଥିଲା। ତେବେ ସେହି ଘଟଣାକୁ ସପ୍ତାହେ ବିତି ନ ଥିବାବେଳେ ଶୁକ୍ରବାର ବରଗଡ଼ ଜିଲା ମୁଖ୍ୟ ମେଡିକାଲରେ ଆଉ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ମେଡିକାଲ ପାଇଖାନାରେ ଜଣେ ମହିଳା ଶିଶୁକନ୍ୟା ଜନ୍ମ ଦେଇଥିବା ବେଳେ ପାଇଖାନା ପ୍ୟାନ ଭିତରୁ ଶିଶୁକନ୍ୟାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଜିଲା ମୁଖ୍ୟ ମେଡିକାଲରେ ଶିଶୁକନ୍ୟାର ଚିକିତ୍ସା ଚାଲିଛି। ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା କକରାଝୁରି ଗ୍ରାମର ବିପିନ ମିର୍ଦ୍ଧା ତାଙ୍କ ଆସନ୍ନ ପ୍ରସବା ସ୍ତ୍ରୀ ସନ୍ତୋଷିନୀଙ୍କୁ ଗୁରୁବାର ରାତି ପ୍ରାୟ ୧୧ଟାରେ ବରଗଡ଼ ଜିଲା ମୁଖ୍ୟ ମେଡିକାଲରେ ଭର୍ତ୍ତି କରିଥିଲେ। ସେତେବେଳେ ଡାକ୍ତର ନ ଥିବା ଯୋଗୁ କେହି ସନ୍ତୋଷିନୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ନ ଥିଲେ। ଅନ୍ୟପକ୍ଷରେ ଶୁକ୍ରବାର ସକାଳେ ସନ୍ତୋଷିନୀ ଶୌଚ କରିବାକୁ ମେଡିକାଲରେ ଥିବା ପାଇଖାନାକୁ ଯାଇଥିଲେ। ତେବେ ଶୌଚ ସମୟରେ ନବଜାତ ଶିଶୁକନ୍ୟା ଜନ୍ମ ହୋଇ ପାଇଖାନା ପ୍ୟାନ ଭିତରକୁ ଅଧେ ଶରୀର ପଶି ଯାଇଥିଲା ଏବଂ ତାଙ୍କ ଚିତ୍କାର ଶୁଣି ଶିଶୁକନ୍ୟାକୁ ପାଖରେ ଥିବା ଲୋକେ ତଥା ସ୍ବାସ୍ଥ୍ୟକର୍ମୀ ଉଦ୍ଧାର କରିଥିଲେ ବୋଲି ସନ୍ତାଷିନୀ କହିଛନ୍ତି। ସେହିପରି ଆଗକୁ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ହେବ, ସେଥିପ୍ରତି ମେଡିକାଲ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଦରକାର ବୋଲି ସ୍ଥାନୀୟ ଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

WhatsApp ପରେ, ସରକାର ଏବେ Telegram ସହ ସିଗନାଲ ଉପରେ ମଧ୍ୟ ରଖିଛନ୍ତି ନଜର

ନୂଆଦିଲ୍ଲୀ,୨।୭: WhatsAppର ୟୁଜରନେମ ଫିଚରକୁ ବନ୍ଦ କରିବା ପରେ, ସରକାର ଏବେ Telegram ଏବଂ ସିଗନାଲ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଏହି ଦୁଇଟି ପ୍ଲାଟଫର୍ମ…

ଜନଗହଳିପୂର୍ଣ୍ଣ ସ୍ଥାନରୁ ମଦ ଦୋକାନ ସ୍ଥାନାନ୍ତର ଦାବି, ମଦ୍ୟପଙ୍କ ଉପଦ୍ରବରେ…

ବଞ୍ଚୋ,୨ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନକୁ ଏକ ଉପଯୁକ୍ତ ଓ ଖୋଲା ସ୍ଥାନକୁ ସ୍ଥାନାନ୍ତର କରିବା ଦାବିରେ ଗୁରୁବାର ଆନନ୍ଦପୁର…

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ତିଆରି ହେବ ମହାଲକ୍ଷ୍ମୀ କରିଡର, ୫୦୦ ମହିଳା…

ଭୁବନେଶ୍ବର,୨।୭: ୧ କୋଟି ସଂଶୋଧିତ ଲକ୍ଷ୍ମୀପୁରାଣ ବାଣ୍ଟିବେ ରାଜ୍ୟ ସରକାର । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି । ନୂଆ ସଂଶୋଧିତ ଲକ୍ଷ୍ମୀପୁରାଣକୁ ନମିତା ଅଗ୍ରୱାଲ…

ଅବ୍ୟବସ୍ଥା ଘେରରେ ବିଦ୍ୟାଳୟ: ୪ ବର୍ଷ ବିତିଯାଇଥିଲେ ସୁଦ୍ଧା ସମ୍ପୂର୍ଣ୍ଣ ହୋଇନାହିଁ ଶ୍ରେଣୀଗୃହ

କେସିଙ୍ଗା,୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କାଣ୍ଡେଲ ଗ୍ରାମସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗତ ୨୪.୭.୧୯୮୩ରେ ସ୍ଥାପିତ ହୋଇଛି। ଏହି ବିଦ୍ୟାଳୟରେ ତତ୍କାଳୀନ…

ହଠାତ ଲାଲ ହେଲା ଭେନେଜୁଏଲାର ଆକାଶ, Video ଦେଖି ଚମକି ପଡ଼ିଲେ ଭୂକମ୍ପରୁ ଉଠିଥିବା ଲୋକେ

କାରାକାସ୍‌,୨।୭: ଭେନେଜୁଏଲାର ରାଜଧାନୀ କାରାକାସରେ ସମ୍ପ୍ରତି ଦେଖାଯାଇଥିବା ଏକ ଦୃଶ୍ୟ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଭୂମିକମ୍ପର ଧ୍ୱଂସଲୀଳାରେ ପୂର୍ବରୁ ସ୍ତବ୍ଧ ଥିବା ସହର ଉପରର ସମଗ୍ର ଆକାଶ…

ନିର୍ବାଚନ ଲଢ଼ିବେ ପ୍ରଶାନ୍ତ କିଶୋର? ଉପନିର୍ବାଚନ ଘୋଷଣା ପରେ ଜୋର ଧରିଛି ଚର୍ଚ୍ଚା

ପାଟନା,୨।୭: ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା କରାଯାଇଛି। ଏହି ଆସନ ପାଇଁ ଭୋଟ ଜୁଲାଇ ୩୦ ରେ ହେବ ଏବଂ ଭୋଟ ଗଣତି…

ଦୁଇଟି ଦେଶ ଦେଇ ଗତି କରିବ ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ଶୋଭାଯାତ୍ରା; ତାଙ୍କୁ କେଉଁଠାରେ କବର ଦିଆଯିବ ଜାଣନ୍ତୁ

ତେହରାନ,୨।୭: ଇରାନର ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପାଇଁ ରାଜ୍ୟସ୍ତରୀୟ ଅନ୍ତିମ ସଂସ୍କାର ଜୁଲାଇ ୪ ରେ ଆରମ୍ଭ ହେବ ଏବଂ ତାଙ୍କୁ ୯…

ଇସ୍ରୋ ମୁଖ୍ୟାଳୟ ଉଡାଇ ଦେବାକୁ ଆସିଲା ଧମକ: ତଦନ୍ତ ଆରମ୍ଭ

ବେଙ୍ଗାଲୁରୁ,୨।୭: ବେଙ୍ଗାଲୁରୁରେ ଥିବା ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ମୁଖ୍ୟାଳୟ ଉଡାଇଦେବାକୁ ଧମକ ମିଳିଛି। ଇସ୍ରୋ ମୁଖ୍ୟାଳୟକୁ ଇମେଲ ମାଧ୍ୟମରେ ଏହି ବୋମା ଧମକ ମିଳିଛି। ଏହାପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri