Posted inଖେଳ

କମାଲ୍‌ କଲେ ୧୩ ବର୍ଷୀୟା ବାଳିକା: ଏସିଆନ ଗେମ୍ସରେ ୨ ସ୍ବର୍ଣ୍ଣ ସହ ମହାରେକର୍ଡ

ନୂଆଦିଲ୍ଲୀ,୨୨।୯: ଯେଉଁ ବୟସରେ ଅଧିକାଂଶ ପିଲା ପାଠପଢ଼ା ଓ ଖେଳର ମୌଳିକ ଅଭ୍ୟାସରେ ବ୍ୟସ୍ତ ରହନ୍ତି, ସେହି ବୟସରେ ଚାଇନାର ୧୩ ବର୍ଷୀୟା ସନ୍ତରଣକାରୀ ୟୁ ଜିଦି ଏସିଆନ ଗେମ୍ସରେ ନିଜ ପ୍ରତିଭାର ଚମକ ଦେଖାଇଛନ୍ତି। ମହିଳା ୨୦୦ ମିଟର ବ୍ୟକ୍ତିଗତ ରେସ୍‌ରେ ସ୍ବର୍ଣ୍ଣ ପଦକ ଜିତିବା ସହ ସେ ନୂଆ ଏସିଆନ ଗେମ୍ସ ରେକର୍ଡ ସ୍ଥାପନ କରିଛନ୍ତି।

ୟୁ ଜିଦି ୨ ମିନିଟ ୬.୧୦ ସେକେଣ୍ଡରେ ରେସ ଶେଷ କରି ଏହି ସଫଳତା ହାସଲ କରିଥିଲେ। ଏହା ସହ ସେ ୟୁ ୟିଟିଙ୍ଗଙ୍କ ୨ ମିନିଟ ୬.୮୨ ସେକେଣ୍ଡର ପୂର୍ବ ଏସିଆନ ଗେମ୍ସ ରେକର୍ଡକୁ ପଛରେ ପକାଇଛନ୍ତି।

ବିଶ୍ୱସ୍ତରରେ ମଧ୍ୟ ୟୁ ଜିଦିଙ୍କ ନାଁ ଚର୍ଚ୍ଚାରେ ରହିଛି। ମହିଳା ୨୦୦ ମିଟର ବ୍ୟକ୍ତିଗତ ରେସ୍‌ରେ ତାଙ୍କ ୨ ମିନିଟ୍‌ ୦୬.୧୦ ସେକେଣ୍ଡ ସମୟ ଏପର୍ଯ୍ୟନ୍ତର ଦ୍ୱିତୀୟ ଦ୍ରୁତତମ ବୋଲି ଉଲ୍ଲେଖ କରାଯାଉଛି। କାନାଡାର ସମର ମ୍ୟାକିଣ୍ଟୋଶ ୨ ମିନିଟ୍‌ ୦୫.୭୦ ସେକେଣ୍ଡ ସହ ବିଶ୍ୱ ରେକର୍ଡ କରିଛନ୍ତି। ଅର୍ଥାତ୍‌ ୟୁ ଜିଦି ମାତ୍ର ୦.୪୦ ସେକେଣ୍ଡ ପଛରେ ରହିଛନ୍ତି।

ବିଶେଷ କଥା ହେଉଛି, ଏହି ରେସ ପୂର୍ବରୁ ୟୁ ଜିଦିଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ୨ ମିନିଟ ୭.୪୧ ସେକେଣ୍ଡ ଥିଲା। ଏହି ପ୍ରଦର୍ଶନରେ ସେ ନିଜ ରେକର୍ଡରେ ବଡ଼ ସୁଧାର ଆଣିଛନ୍ତି।

୨୦୦ ମିଟର ବ୍ୟକ୍ତିଗତ ରେସ୍‌ ପୂର୍ବରୁ ୟୁ ଜିଦି ୨୦୦ ମିଟର ବଟରଫ୍ଲାଏରେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହି ଇଭେଣ୍ଟରେ ସେ ୨ ମିନିଟ ୫.୦୮ ସେକେଣ୍ଡ ସମୟ ନେଇ ଏସିଆନ ଗେମ୍ସ ରେକର୍ଡ ସ୍ଥାପନ କରିଥିଲେ। ଏହିପରି ଭାବେ ମାତ୍ର ୧୩ ବର୍ଷ ବୟସରେ ୟୁ ଜିଦି ଏସିଆନ ଗେମ୍ସରେ ଲଗାତାର ଦୁଇଟି ସ୍ବର୍ଣ୍ଣ ସହ ଦୁଇଟି ରେକର୍ଡ ନିଜ ନାମରେ କରିଛନ୍ତି।
ୟୁ ଜିଦିଙ୍କ ଅଭିଯାନ ଏଠାରେ ଶେଷ ହୋଇନାହିଁ। ଚଳିତ ସପ୍ତାହରେ ହେବାକୁ ଥିବା ମହିଳା ୪୦୦ ମିଟର ବ୍ୟକ୍ତିଗତ ରେସ୍‌ ଉପରେ ଏବେ ସମସ୍ତଙ୍କ ନଜର ରହିବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କୁ ଜଳଖିଆ ପରଷିଲେ, ନିଜେ ବି ଖାଇଲେ ସିଏମ ବିଜୟ; ଭିଡିଓ ଭାଇରାଲ

ଚେନ୍ନାଇ,୨୨।୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ମଙ୍ଗଳବାର (ସେପ୍ଟେମ୍ବର ୨୨) ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ଜଳଖିଆ ଯୋଜନାର ସମ୍ପ୍ରସାରଣ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ…

ମନ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ କରିନେଲେ ଅପହରଣ: ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ

ଇସଲାମାବାଦ/ପେଶାୱାର,୨୨।୯: ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ପାକିସ୍ତାନରେ ଏବେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ନିଜ ଦେଶର ନିର୍ବାଚିତ ଜନପ୍ରତିନିଧି ଏବଂ ମନ୍ତ୍ରୀମାନେ ମଧ୍ୟ ଏବେ ସୁରକ୍ଷିତ…

ବୁଢ଼ା ବୟସରେ ପ୍ରେମ, ପରେ ପ୍ରେମିକଙ୍କୁ ହତ୍ୟା କରି ଜାଳିଦେଲେ ୭୦ ବର୍ଷୀୟା! DNA ଟେଷ୍ଟ ଖୋଲିଲା ରହସ୍ୟ

ମୁମ୍ବାଇ,୨୨।୯: ମହାରାଷ୍ଟ୍ରର ସୋଲାପୁର ଜିଲାପଣ୍ଢରପୁରରୁ ଏକ ଚାଞ୍ଚଲ୍ୟକର ହତ୍ୟା ଘଟଣା ସାମ୍ନାକୁ ଆସିଛି। ୭୦ ବର୍ଷ ବୟସରେ ପ୍ରେମ ସମ୍ପର୍କକୁ ନେଇ ନିଜ ପ୍ରେମିକଙ୍କୁ ହତ୍ୟା କରିବା…

୩୮୦ କୋଟିର ଗଡ଼ବଡ଼ ଅଭିଯୋଗ ଆଣିଲା CJP , ତଦନ୍ତ ଦାବି: ଓଡ଼ିଶା ସରକାର ଛାନିଆ!

ଭୁବନେଶ୍ୱର,୨୨।୯: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ଓ ଛପା-ବଣ୍ଟନକୁ ନେଇ ବିବାଦ ମଧ୍ୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କକରୋଚ ଜନତା ପାର୍ଟି (CJP)। ଦଳର ସହ-ସଂଯୋଜକ…

ଭୋ ଭୋ ହୋଇ କାନ୍ଦିଲେ ଭାଜପା ମନ୍ତ୍ରୀ: ବିଜୟ ସତ୍ତ୍ୱେ…

ଅଲୱର,୨୨।୯: ରାଜସ୍ଥାନର ଅଲୱର ନଗର ନିଗମରେ ଭାଜପାର ବିଜୟ ପରେ ଭାବବିହ୍ବଳ ହୋଇପଡ଼ିଛନ୍ତି ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ସଞ୍ଜୟ ଶର୍ମା। ଅଲୱର ନଗର ନିଗମର ଦାୟିତ୍ୱ ତାଙ୍କୁ…

ଆଗାମୀ ୩ ମାସ ଏହି ରାଶିଙ୍କ ଭାଗ୍ୟରେ ଲାଗିବ ଲଟେରୀ! ମିଳିବ ମନଚାହାଁ ସଫଳତା, ଚାକିରିରେ ପଦୋନ୍ନତି, ବ୍ୟବସାୟରେ ଟଙ୍କା ହିିଁ ଟଙ୍କା

ଭୁବନେଶ୍ୱର: ୨୦୨୬ ବର୍ଷ ଶେଷ ଆଡ଼କୁ ଗତି କରୁଥିବା ବେଳେ ଆଗାମୀ ତିନି ମାସ ଧାର୍ମିକ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଏହି…

ଆସିଲା ନୂଆ ସିମ୍ କାର୍ଡ ନିୟମ; ନିଜ ସିମ୍‌ ଅନ୍ୟକୁ ଦେଲେ ଏତିକି ବର୍ଷ ଜେଲ୍‌

ନୂଆଦିଲ୍ଲୀ,୨୨।୯: ସିମ୍ କାର୍ଡକୁ ନେଇ ନୂଆ ନିୟମ ଆସିଛି । ଜଣେ ବ୍ୟକ୍ତିଙ୍କ ନାଁରେ ଚାଲୁଥିବା ସିମ୍‌ରୁ ଯଦି ସାଇବର ଠକେଇ କିମ୍ବା ଅନ୍ୟ କୌଣସି ବେଆଇନ…

ବୈଭବ ସୂର୍ଯ୍ୟବଂଶୀ- ଇଶାନ କିଶନଙ୍କୁ ଆପ୍ୟାୟିତ କରିବାକୁ ପ୍ରସ୍ତୁତ ଜାପାନ

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର ସାନୋ କ୍ଲବ୍ଠାରେ ଭାରତ ଏବଂ ଜାପାନ ମଧ୍ୟରେ ଏକ ଐତିହାସିକ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଜାପାନରେ ବିହାରର ଲୋକମାନଙ୍କର ଉଲ୍ଲେଖନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?