ରାଜଧାନୀରେ ନାବାଳିକାଙ୍କୁ ଗଣବଳାତ୍କାର: ପୁରୁଷବନ୍ଧୁ ସାଥିରେ ଆଣି…

ଭୁବନେଶ୍ୱର,୨୧।୧୨(ତ୍ରିନାଥ ମହାନ୍ତି): ଧଉଳିରେ ନାବାଳିକାଙ୍କୁ ଗଣବଳାତ୍କାର ଘଟଣା ମନରୁ ଲିଭି ନ ଥିବାବେଳେ ପୁଣି ଶହୀଦନଗର ଥାନା ଅଞ୍ଚଳରେ ଆଉ ଜଣେ ୧୭ ବର୍ଷର ନାବାଳିକା ଗଣବଳାତ୍କାରର ଶିକାର ହୋଇଛନ୍ତି। ନାବାଳିକାଙ୍କୁ ଡାଟା ଏଣ୍ଟ୍ରି ଚାକିରି କରାଇଦେବାକୁ କହି ୨ଯୁବକ ୟୁନିଟ-୯ରେ ଥିବା ଭଡ଼ାଘରକୁ ଡାକିଥିଲେ। ସେଠାରେ ନାବାଳିକାଙ୍କୁ ତାଙ୍କ ପୁରୁଷ ବନ୍ଧୁ ଛାଡ଼ିବା ପରେ ତାଙ୍କ ମୋବାଇଲ୍‌ ନେଇ ପଳାଇଥିଲେ। ସେଠାରେ ଦୁଇଜଣ ଅଭିଯୁକ୍ତ ନାବାଳିକାଙ୍କୁ ଗଣବଳାତ୍କାର କରିଥିବା ନାବାଳିକା ଶହୀଦନଗର ଥାନାରେ ଶୁକ୍ରବାର ସକାଳ ୯ଟାରେ ଅଭିଯୋଗ କରିଥିଲେ। ନାବାଳିକାଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ଗଣ ବଳାତ୍କାର ଏବଂ ପୋକ୍‌ସୋ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ଟିମ୍‌ ଗଠନ କରିଥିଲା। ଏହି ଟିମ୍‌୍‌ ଶହୀଦନଗର ଥାନା ଅଞ୍ଚଳରେ ଶନିବାର ଚଢାଉ କରି ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତହେଲେ ମୁକୁନ୍ଦପ୍ରସାଦର ସାହିଲ ଖାନ୍‌ ଏବଂ ଖୋର୍ଦ୍ଧା ସାରୁଅର ଅକ୍ଷୟ ରାଉତ। ଦୁଇ ଅଭିଯୁକ୍ତ ୟୁନିଟ-୯ରେ ଘର ଭଡ଼ା ନେଇ ପ୍ରତିଯୋଗିତାମୂଳକ କମ୍ପିଟେଟିଭ୍‌ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ଏହି ମାମଲାରେ ଫେରାର ଥିବା ନାବାଳିକାଙ୍କ ପୁରୁଷ ବନ୍ଧୁଙ୍କୁ ଧରିବାକୁ ପୋଲିସ ଚଢାଉ ଜୋରଦାର କରିଛି। ଏଥିସହ ଭଡ଼ା ଘରେ ସାଇଣ୍ଟିଫିକ୍‌ ଟିମ୍‌ ଯାଇ ଏକାଧିକ ନମୁନା ସଂଗ୍ରହ କରିଛି।
ପୋଲିସ ସୂଚନାନୁସାରେ, ଗତ୧୮ ତାରିଖରେ ନାବାଳିକାଙ୍କୁ ତାଙ୍କ ପୁରୁଷ ବନ୍ଧୁ ଡାଟା ଏଣ୍ଟ୍ରି ଚାକିରି କରିବା ପାଇଁ କହି ଡାକିଥିଲେ। ସେହିଦିନ ନାବାଳିକାଙ୍କୁ ତାଙ୍କ ପୁରୁଷବନ୍ଧୁ ସାଥିରେ ଧରି ଦୁଇ ଅଭିଯୁକ୍ତ ରହୁଥିବା ଭଡ଼ା ଘରେ ପହଞ୍ଚତ୍ଥିଲେ। ସେଠାରେ ନାବାଳିକାଙ୍କୁ ଅପେକ୍ଷା କର ସନ୍ଧ୍ୟାରେ ଇଣ୍ଟରଭ୍ୟୁ ପାଇଁ ଯିବ ବୋଲି କହି ଛାଡ଼ିଥିଲେ। ଏପରିକି ନାବାଳିକାଙ୍କ ଫୋନ୍‌ ମଧ୍ୟ ସେ ନେଇ ପଳାଇଥିଲେ। ଘର ଭିତରେ ଦୁଇ ଅଭିଯୁକ୍ତ ନାବାଳିକାଙ୍କୁ ଗଣବଳାତ୍କାର କରିବା ପରେ ମାଡ଼ ମାରିଥିଲେ। ପୋଲିସରେ ଅଭିଯୋଗ କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ନାବାଳିକା ତାଙ୍କ କଥାରେ ରାଜି ହୋଇ ଜୀବନ ବଞ୍ଚାଇ ବାହାରକୁ ଆସି ଘରକୁ ପଳାଇଥିଲେ। ୧୯ ତାରିଖ ସକାଳେ ଥାନାକୁ ଆସି ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri