ପ୍ରଥମ ମିସ୍‌ ଇଣ୍ଡିଆ ମେହେର କାଷ୍ଟେଲିନୋଙ୍କ ପରଲୋକ

ମୁମ୍ୱାଇ,୧୮ା୧୨:ପ୍ରଥମ ମିସ୍‌ ଇଣ୍ଡିଆ ମେହେର କାଷ୍ଟେଲିନୋଙ୍କ ବୁଧବାର ପରଲୋକ ହୋଇଯାଇଛି। ତାଙ୍କୁ ୮୧ ବର୍ଷ ହେଉଥିଲା। ୧୯୬୪ରେ ଭାରତର ପ୍ରଥମ ଫେମିନା ମିସ୍‌ ଇଣ୍ଡିଆ ମୁକୁଟ ହାସଲ କରିଥିବା ମେହେର ଏକାଧାରରେ ଜଣେ ସୁପରମଡେଲ, ସାମ୍ୱାଦିକା, ଲେଖିକା ଓ ମେଣ୍ଟର ଥିଲେ। ଭାରତୀୟ ଫ୍ୟାଶନ ଜଗତକୁ ନୂଆ ଦିଗ୍‌ଦର୍ଶନ
ପ୍ରଥମ ମିସ୍‌ ଇଣ୍ଡିଆ …
ଦେଇଥିବା ମେହେରଙ୍କ ଜନ୍ମ ମୁମ୍ୱାଇରେ ହୋଇଥିଲା। ପ୍ରଥମ ଫେମିନା ମିସ୍‌ ଇଣ୍ଡିଆରେ ବିଜୟୀ ହେବା ପରେ ସେ ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏପରି କି ସେ ବିଦେଶରେ ମଧ୍ୟ ମିସ୍‌ ୟୁନିଭର୍ସ ଓ ମିସ୍‌ ୟୁନାଇଟେଡ୍‌ ନେଶନ୍ସ ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ୱ କରିଥିଲେ। ଏହା ପରେ ସେ ଫ୍ୟାଶନ ଜର୍ନାଲିଜମ୍‌ରେ ଏକ ଅସାଧାରଣ ଲିଗାସି ପ୍ରତିଷ୍ଠା କରିଥିଲେ, ଯାହାକି ତାଙ୍କୁ ଭିନ୍ନ ପରିଚୟର ଅଧିକାରିଣୀ କରିଥିଲା। ୧୯୭୩ ମସିହାରେ ସାମ୍ୱାଦିକତା କ୍ଷେତ୍ରରେ ମେହେର ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଇଭ୍ସ ଓ୍ୱିକ୍‌ଲିରେ ତାଙ୍କ ପ୍ରଥମ ନିବନ୍ଧ ପ୍ରକାଶିତ ହୋଇଥିଲା। ସମୟକ୍ରମେ ସେ ପୂର୍ଣ୍ଣକାଳୀନ ଫ୍ୟାଶନ ଜର୍ନାଲିଷ୍ଟ ଓ ସ୍ତମ୍ଭକାର ରୂପେ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କ ଆଲେଖ୍ୟ ପ୍ରାୟ ୧୩୦ଟି ଜାତୀୟ ଓ ଅନ୍ତର୍ଜାତୀୟ ଖବରକାଗଜ ତଥା ପତ୍ରିକାରେ ପ୍ରକାଶିତ ହୋଇଥିଲା। ଏଇଠୁ ସେ ଫ୍ୟାଶନ କମେଣ୍ଟ୍ରି ଏବଂ ଲାଇଫ୍‌ଷ୍ଟାଇଲ୍‌ ରିପୋର୍ଟିଂ କ୍ଷେତ୍ରରେ ଏକ ପ୍ରମୁଖ ସ୍ୱର ପାଲଟିଯାଇଥିଲେ। ଏତିକି ନୁହେଁ, ମେହେର ‘ମ୍ୟାନ୍‌ଷ୍ଟାଇଲ’, ‘ଫ୍ୟାଶନ୍‌ କାଲେଇଡୋସ୍କୋପ୍‌’ ଏବଂ ‘ଫ୍ୟାଶନ ମ୍ୟୁଜିଙ୍ଗ୍ସ’ ଭଳି ଅନେକ ଫ୍ୟାଶନ ପୁସ୍ତକର ରଚୟିତା ମଧ୍ୟ ଥିଲେ। ଏହି ଅଧ୍ୟବସାୟ ଓ ଲେଖିନୀ ଶୈଳୀରେ ମେହେରଙ୍କ ଧାରା ଅନ୍ୱେଷଣ, ଶିଳ୍ପର ବିବର୍ତ୍ତନ ତଥା ଅନ୍ତର୍ଦୃଷ୍ଟି ବାରିହୋଇ ପଡ଼ୁଥିଲା। ଲାକ୍‌ମେ ଫ୍ୟାଶନ୍‌ ଓ୍ୱିକ୍‌ ଭଳି ଅନେକ ବୃହତ୍‌ ଭାରତୀୟ ଫ୍ୟାଶନ ଇଭେଣ୍ଟରେ ଫ୍ୟାଶନ୍‌ ରାଇଟର ଭାବେ ସେ କାର୍ଯ୍ୟ କରିଥିଲେ। ଏହି ଅଭିଜ୍ଞତା ତାଙ୍କୁ ପରବର୍ତ୍ତୀ ସମୟରେ ଫ୍ୟାଶନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ ଇଣ୍ଡଷ୍ଟ୍ରିରେ ଜଜ୍‌ ଭୂମିକା ତୁଲାଇବାରେ ସହାୟକ ହେବା ସହ ବହୁ ପୁରସ୍କାର ଓ ସମ୍ମାନ ପ୍ରଦାନ କରିଥିଲା। ରୂଢ଼ିବାଦୀ ଓ ରକ୍ଷଣଶୀଳ ଭାରତୀୟ ସମାଜରେ ମେହେର ମହିଳାଙ୍କ ପାଇଁ ଫ୍ୟାଶନ ତଥା ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ କ୍ୟାରିୟର ଗଢ଼ିବାରେ ନୂଆ ମାର୍ଗ ଦେଖାଇଥିଲେ। ମେହେର ଯୁବ ଡିଜାଇନର ଓ ଲେଖକମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲେ। ତାଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri