ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର ବନ ବିଭାଗ ଏବଂ ସ୍ଥାନୀୟ ପ୍ରଶାସନକୁ ଅବଗତ କରାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ମହୁମାଛିଙ୍କୁ ଘଉଡ଼ାଇବାକୁ କୌଣସି ପଦକ୍ଷେପ ନିଆଯାଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ଗତ କିଛି ଦିନ ମଧ୍ୟରେ ମହୁମାଛି ଆକ୍ରମଣରେ ପ୍ରାୟ ୧ ଶହରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଥିବା ଗ୍ରାମର ଫ୍ରଫୁଲ ନାୟକ କହିଛନ୍ତି । ପୂର୍ବାହ୍ନ ୧୦ଟା ପରେ ମହୁମାଛି ଅଧିକା ହିଂସ୍ର ହେଉଥିବା ବେଳେ ଘରେ ଘରେ ଲୋକ କାଠରେ ରୋଷେଇ କରିବା ବେଳେ ଧୂଆଁ ଯୋଗୁଁ ଅଧିକା ଆକ୍ରମଣ କରୁଥିବା ବେଳେ ଡେମିଙ୍ଗିଆ ଦେଇ ଗାଡି ମୋଟର ଯାତାୟାତ ସମୟରେ ମହୁମାଛି ଆକ୍ରମଣ କରୁଥିବା ନେଇ ଅଭିଯୋଗ ହୋଇଛି ।

ଆସନ୍ତା ସପ୍ତାହ ମଧ୍ୟରେ ବନବିଭାଗ କିମ୍ବା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଏନେଇ ବନପାଳ ମନ୍ମଥ ପରିଛା ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ ସେ ଉକ୍ତ ଗ୍ରାମକୁ ବାରମ୍ବାର ଯାଇ ମହୁମାଛିଙ୍କୁ ଘଉଡ଼ାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ମଧ୍ୟ କେହି ଏକ୍ସପର୍ଟ ନଥିବାରୁ ଏବଂ ପ୍ରାୟ ୨୫ ଟି ମହୁ ଫେଣା ରହିଥିବାରୁ ମହୁମାଛିଙ୍କୁ ଭୟ କରି ତାକୁ କେହି ଘଉଡ଼ାଇବାକୁ ଆଗ୍ରହ ହେଉନଥିବା କଥା କହିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୩ରେ ଆସି ୫ରେ ଫେରିବେ ଶାହା: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧ା୭(ସୁନିତ୍‌ ମିଶ୍ର):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୩ ତାରିଖ ସା ୮ଟା ୪୦ରେ ଝାରସୁଗୁଡ଼ା ଠାରେ ପହଞ୍ଚିବେ। ଏହାପରେ ସ୍ଥାନୀୟ ଏକ ଘରୋଇ ହୋଟେଲରେ ରାତ୍ରିଯାପନ କରିବେ।…

ପାଠ୍ୟପୁସ୍ତକରେ ତ୍ରୁଟି: କଂଗ୍ରେସର ୧୨ ଘଣ୍ଟିଆ ନବରଙ୍ଗପୁର ଜିଲା ବନ୍ଦ ଡାକରା: ଜନଜୀବନ ପ୍ରଭାବିତ

ନବରଙ୍ଗପୁର, ୧।୭ (ସଦାଶିବ ପ୍ରହରାଜ): ଗଣଶିକ୍ଷା ବିଭାଗ ଅଧୀନ ପାଠ୍ୟପୁସ୍ତକରେ ରହିଥିବା ତ୍ରୁଟିକୁ ନେଇ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ନବରଙ୍ଗପୁର ଜିଲାବନ୍ଦ ଡାକରାର ବୁଧବାର…

ବଙ୍ଗୋପସାଗରରେ ହଲଚଲ! ଓଡ଼ିଶା ମୁହାଁ ମାଡ଼ି ଆସୁଛି…

ଭୁବନେଶ୍ୱର,୧।୭: ଉତ୍ତରବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପକୂଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ବାୟୁମଣ୍ଡଳର ଦେଢ଼ରୁ ୫.୮ କିଲୋମିଟିର ଉଚ୍ଚତା ଯାଏଁ ସକ୍ରିୟ ରହିଛି ଲଘୁଚାପ। ପ୍ରଭାବରେ…

ଭାଜପାରେ ଚାଲିଛି ପତିଆରା ଲଢେଇ: ନିଗମ ପାଇଁ ଚତୁର ଗୋଟିଚାଳନା

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ଓଡ଼ିଶାରେ ଭାଜପା ଶାସନକୁ ଆସିବାର ୨ ବର୍ଷ ପୂର୍ତ୍ତି ଉତ୍ସବ ନିକଟରେ ପାଳନ ହୋଇସାରିଛି। ରାଜ୍ୟର ଅନେକ ଜିଲାରେ ଏବେ ମଧ୍ୟ ସରକାରୀ ସ୍ତରରେ…

କୋଟଗଡ଼ ବ୍ଲକର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଫୁଲବାଣୀ, ୧।୭ (ରାକେଶ କୁମାର ରାଉତ): କନ୍ଧମାଳ ଜିଲାର କୋଟଗଡ଼ ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ (MGNREGS) ଯୋଜନାରେ ହୋଇଥିବା ଦୁର୍ନୀତି ଘଟଣାରେ ବ୍ଲକର ସହକାରୀ ଯନ୍ତ୍ରୀ ଓ କନିଷ୍ଠ…

ଘରୋଇ ସ୍କୁଲ ବସ୍‌ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ: ଚାଲିଛି ସିସିଟିଭି ଫୁଟେଜ୍‌ ଯାଞ୍ଚ

ବଲାଙ୍ଗୀର, ୧।୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ସର୍କିଟ ହାଉସ ନିକଟରେ ବୁଧବାର ସକାଳେ ଏକ ଘରୋଇ ସ୍କୁଲ ବସ୍‌ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ…

କାଲି ଥିଲେ ଶକ୍ତିଶାଳୀ, ଏବେ ମାଛି ଉଡାଉଛନ୍ତି ଏସବୁ ଆଇପିଏସ୍‌ ଅଫିସର

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ୧୯୯୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଡି.ଏସ୍‌. କୁଟ୍ଟେ, ୧୯୯୮ ବ୍ୟାଚ୍‌ ଆଇପିଏସ୍‌ ରବି କାନ୍ତ, ୨୦୦୪ ବ୍ୟାଚ୍‌ ଆଇପିଏସ୍‌ ଆଶିଷ ସିଂ ଏବଂ ୨୦୧୦…

ଟି୨୦ ବିଶ୍ୱକପ୍‌: ଫାଇନାଲରେ ପହଞ୍ଚିଲା ଅଷ୍ଟ୍ରେଲିଆ

ଲଣ୍ଡନ,୩୦ା୬: ଆଶ୍‌ଲେ ଗାର୍ଡନରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଓ ବେଥ୍‌ ମୁନିଙ୍କ ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଚଳିତ ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri