ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ ବୁଧବାର ତାରାତାରିଣୀରୋ ହୋଇଥିଲା । ଏଥିରେ ମୁଖ୍ୟକରି ବ୍ରହ୍ମପୁର ବସଷ୍ଟାଣ୍ଡ ଗତମାସ ୬ ତାରିଖରୁ ସ୍ଥାନାନ୍ତର ହୋଇଯାଇଥିବା ବେଳେ ଚଣ୍ଡିପଦର ରାସ୍ତାଦେଇ ଚଳାଚଳ କରୁଥିବା ବସଗୁଡିକର ସମସ୍ଯା ଗୁରୁତର ହୋଇପଡିଛି ।

ଏହି ବସଗୁଡିକ ସେହିରାସ୍ତାରେ ଦିର୍ଘ ଏକମାସ ହେଲା ଚଳାଚଳ କରିବା ସମ୍ପୁର୍ଣ୍ଣରୂପେ ଠପ୍ ହୋଇଯାଇଛି । ଯାହାଦ୍ବାରା ଏହି ରୁଟରେ ରହିଥିବା ବିଭିନ୍ନ ଗ୍ରାମଗୁଡିକର ଜନସାଧାରଣ ଯାତାୟତରେ ନାହିଁଥିବା ଅସୁବିଧାର ସମ୍ମୁଖିନ ହେବାରେ ଲାଗିଛନ୍ତି । ଅପରପକ୍ଷରେ ଏହିରାସ୍ତାରେ ଚଳାଚଳ କରୁଥିବା ବସ ମାଲିକମାନେ ମଧ୍ଯ ବସଚଳାଇ ନପାରି କ୍ଷତିଗ୍ରସ୍ତ ହେବାରେ ଲାଗିଛନ୍ତି । ବସ୍ ଗୁଡିକ ନରେନ୍ଦ୍ରପୁର ରାସ୍ତାରେ ଚଳାଚଳ କରିବାବେଳେ ସେହିରୁଟରେ ରହିଥିବା ବସଗୁଡକର ପରମିଟର ବ୍ଯବଧାନ ସ୍ବଳ୍ପ ସମୟରହିଥିବାରୁ ତାହାକୁ ବାଧକ ସାଜୁଛି । ଯାହାଦ୍ବାରା ସେହି ରୁଟରେ ରହିଥିବା ବସମାନଙ୍କର ସମସ୍ଯା ଜଟିଳ ହୋଇପଡିଛି ଓ ସେମାନେ ବସକୁ ଚଲାଇବାରେ ସମ୍ଭବପର ହେଉନାହିଁ ।

ଉଭୟ ବସମାଲିକ ସମ୍ପୁର୍ଣ୍ଣରୁପେ କ୍ଷତିଗ୍ରସ୍ତ ହେବା ସହ ଅଜଥା ବିଶ୍ରୁଙ୍ଖଳାମାନ ଦେଖାଦେବାରେ ଲାଗିଛି । ଏହାକୁ ନେଇ ସମସ୍ତ ବସମାଲିକମାନେ କ୍ଷୋଭ ପ୍ରକାଶ କରିଥିଲେ । ଏଣୁ ଚଣ୍ଡିପଦର ରୁଟର ଜନସାଧାରଣ ଓ ବସ ମାଲିକ ଉଭୟଙ୍କ ସମସ୍ଯା ପ୍ରତି ପଦକ୍ଷେପ ନେବାଲାଗି ପ୍ରଶାସନର ଦ୍ବାରସ୍ଥ ହୋଇ ଦୃଷ୍ଟି ଆକର୍ଷଣ କରିବାକୁ କରିବାକୁ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ସଂପାଦକ ଶରତଚନ୍ଦ୍ର ସାହୁ, କୋଷାଧକ୍ଷ ସୁୁଦର୍ଶନ ପ୍ରଧାନ, ପୋଲସରା ବସମାଲିକ ସଂଘ ସଭାପତି ନିଳାଞ୍ଚଳ ପଣ୍ଡା, ମୁନା ମହାନ୍ତିଙ୍କ ସମେତ ବ୍ରହ୍ମପୁର, ହିଞ୍ଜିଳି, ପୁରୁଷୋତ୍ତମପୁର, ବୁଗୁଡା, ପୋଲସରା, କୋଦଳା, କବିସୂର୍ଯ୍ଯନଗର ଖଲ୍ଲିକୋଟ, ବେଗୁନିଆପଡା ଅଞ୍ଚଳର ବହୁ ବସମାଲିକ ଉପସ୍ଥିତ ଥିଲେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?