ବଅଁରପାଳ,୨୦।୭ (ସୁବାସ ସାହୁ): ଅନୁଗୋଳ ଜିଲା ନାଲ୍କୋ ଥାନା ଅଞ୍ଚଳରେ ଶୁକ୍ରବାର ରାତି ପ୍ରାୟ ୯ଟା ୩୦ରେ ଜଣେ ଯୁବତୀଙ୍କୁ ଅସଦାଚରଣ କରାଯାଇଛି। ଏ ନେଇ ଥାନାରେ ଯୁବତୀଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇ ନ ଥିଲେ ମଧ୍ୟ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି। ପୋଲିସ କହିଛି, ଗିରାଙ୍ଗ ଛକରୁ ଜଣେ ଯୁବତୀ ଘରକୁ ସାଇକେଲରେ ଫେରୁଥିବା ବେଳେ ବାଲିସାହି ପେଟ୍ରୋଲ ପମ୍ପ ନିକଟ ବଳରାମପ୍ରସାଦ ଗ୍ରାମ ମୁଖ୍ୟ ରାସ୍ତାରେ ଥିବା ଢାବା ନିକଟରେ ଜଣେ ଯୁବକ ବାଇକ୍ରେ ଆସି ତାଙ୍କୁ ଅସଦାଚରଣ କରିଥିଲେ। ଏହି ସମୟରେ ଯୁବତୀ ଜଣଙ୍କ ସାଇକେଲରୁ ଖସି ପଡ଼ିବା ସହ ପାଟି କରିଥିଲେ। ଯୁବକଙ୍କ ବାଇକ୍ଟି ମଧ୍ୟ ଡ୍ରେନ୍ ଭିତରକୁ ଖସି ପଡ଼ିଥିଲା। ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଆସୁଥିବା ଦେଖି ଯୁବକ ଜଣକ ବାଇକ୍ ଛାଡ଼ି ଚମ୍ପଟ ମାରିଥିଲେ। ସୂଚନାପାଇ ନାଲ୍କୋ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ୍କୁ ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି।


