ପଞ୍ଚାୟତ ପ୍ରଶାସନ ଶୁଣିଲେନି: ଏକାଠି ହୋଇ ଘାଇ ବନ୍ଧାଇଲେ ମହିଳା

ମହାକାଳପଡ଼ା, ୧୫ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ)କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ଗଁା ଗହଳିର ବିକାଶ ପାଇଁ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ ସୁନିଶ୍ଚିତ କରୁଛନ୍ତି। ହେଲେ ଏବେବି ଅନେକ ଗଁାରେ ବିକାଶର ଚିତ୍ର ବଦଳିନି। ୧୦ ହାତ ରାସ୍ତାର ଘାଇ ବନ୍ଧାଇବାକୁ ଦଶ ବର୍ଷ ହେଲା ପଞ୍ଚାୟତଠାରୁ ବ୍ଲକ ପ୍ରଶାସନ କେହି ଶୁଣିୋଲନି ଶେଷରେ ମହିଳାମାନେ ଏକଜୁଟ ହୋଇ ଘାଇରେ ବାଲି ବସ୍ତା ପକାଇ ସୋମବାର ବନ୍ଧାଇଛନ୍ତି। ଏଭଳି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ପୁରୁଣା ଫାଣ୍ଡି ପଛ ପଟେ ୨ ନମ୍ବର ୱାର୍ଡ ବାସିନ୍ଦାଙ୍କ କ୍ଷେତ୍ରରେ।
ଗଁା ରାସ୍ତାରେ ପାଣି ଜମିବା ଯୋଗୁ ପରିବେଶ ବିଗିଡ଼ି ଯାଇଛି। ସବୁଦିନିଆ ରାସ୍ତା ନାହିଁ, ପାଣି ଖାଲ ଘାଇ ଯୋଗୁ ଛାତ୍ରୀଛାତ୍ର, ଅଙ୍ଗନୱାଡ଼ି କେନ୍ଦ୍ର ଶିଶୁ ଓ ଗ୍ରାମର ଲୋକ ପାଣି କାଦୁଅରେ ଯିବା ଆସିବା ଯୋଗୁ ବର୍ଷା ଋତୁରେ ଥଣ୍ଡା ଜ୍ୱର, କାଶ, ଝାଡ଼ାବାନ୍ତି ହେଉଥିବା ଅଭିଯୋଗ ହେଉଛି। ପଞ୍ଚାୟତ ପ୍ରଶାସନକୁ ଦୀର୍ଘବର୍ଷ ପୂର୍ବେ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ଫଳରେ ବାଧ୍ୟ ହୋଇ ପଡ଼ାର କେତେଜଣ ମହିଳା ମିଳିତ ହୋଇ ସୋମବାର ଟ୍ରଲିରେ ବାଲି ବସ୍ତା ବୋହିଅଣି ଘାଇକୁ ପୋତି ଅସ୍ଥାୟୀ ରାସ୍ତା ନିର୍ମାଣ କରିଥିବା ଦେଖିବାକୁ ମିଳିଛି। ଏହି ୱାର୍ଡର ସ୍ଥାୟୀ ଢ଼ଳେଇ ରାସ୍ତା ନିର୍ମାଣ ପାଇଁ ମାମିନା ପରିଡ଼ା, ସେବିକା ମଣ୍ଡଳ, ବୀତିକା ସରକାର, ଆମୋଦିନି ମିସ୍ତ୍ରି, ପାର୍ବତୀ ସରକାର, ରିନା ସରକାର, ଜ୍ୟୋତ୍ସ୍ନା ସରକାର, କନିକା ମଣ୍ଡଳ, ରୂପା ମିସ୍ତ୍ରି, ମାନି ମଣ୍ଡଳ, ନମିତା ମଣ୍ଡଳ, ଧନଞ୍ଜୟ ସାନା ଓ ଠାକୁର ଚାନ୍ଦ ମଣ୍ଡଳଙ୍କ ସମେତ ଅନେକ ମହିଳା ଓ ୱାର୍ଡ ଲୋକ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କୁ ପଚାରିବାରେ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଘଟଣାସ୍ଥଳ ପହଞ୍ଚତ୍ ଅନୁଧ୍ୟାନ କରିବା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri