ତୁମୁଡ଼ିବନ୍ଧ,୧୧ା୭ (ଦିପକ କୁମାର ପରାସେଠ):ତୁମୁଡ଼ିବନ୍ଧ ଥାନା ଆନ୍ତର୍ଗତ କାଳିସାପାଦର ରାସ୍ତା ୫ନଂ. ରାଜ୍ୟ ରାଜପଥରେ ଏକ ଗଞ୍ଜେଇ ଭର୍ତ୍ତି କାର ଜବତ କରାଯାଇଛି। ସୂଚନା ଅନୁସାରେ ବାଲୁଗୁଡାଠାରୁ ମୁନିଗୁଡା ଅଭିମୁଖେ ଏକ କାର (ଓଡି ୦୫ଏ ୩୨୯୧) ଗାଡ଼ି ସହ ୧କୁଇଣ୍ଟାଲ ୫୦କେଜି ଗଞ୍ଜେଇ ତୁମୁଡ଼ିବନ୍ଧ ପୋଲିସ ଜବତ କରିଛି। ପରେ ତୁମୁଡିବନ୍ଧ ଅତିରିକ୍ତ ତହସିଲଦାର ସୁନୀଲ କୁମାର ନାୟକ ଘଟଣା ସ୍ଥଳରେ ଉପସ୍ଥିତ ରହି ଜବତ ଗଞ୍ଜେଇକୁ ଓଜନ କରାଯାଇଥିଲା। ଏଥିରେ ଥାନା ଅଧିକାରୀ ଆଶୁତୋଷ ଜେନା , ଅମ୍ବିକା ପାତ୍ର, ଅନନ୍ତ ପ୍ରଧାନ, ମନୋରଞ୍ଜନ କଁହର, ଏଏସାଇ ସଞ୍ଜୟ କୁମାର ପ୍ରଧାନ, ଅଶୋକ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ।


