ବରଗଡ଼ ଜିଲାରେ ବ୍ୟାପିଲା ଝାଡ଼ାବାନ୍ତି: ୧୭ ଗୁରୁତରଙ୍କୁ ହସ୍ପିଟାଲ ସ୍ଥାନାନ୍ତର

ପାଇକମାଳ,୧୪।୬(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ କୁଆପାଲି ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ପ୍ରାୟ ୭୦ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଝାଡାବାନ୍ତି ଅଣାୟତ୍ତ ହେବାରୁ ୧୭ଜଣଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଯୋଗ୍ୟ, ଶୁକ୍ରବାର ଅପରାହ୍ନରେ କୁଆପାଲି ଗ୍ରାମର ଜନୈକ ବୃଦ୍ଧାଙ୍କ ବିୟୋଗରେ ଗଙ୍ଗା ଶ୍ରାଦ୍ଧ ଭୋଜି ଅନୁଷ୍ଠିତ ହୋଇଥିଲା। ଏଥିରେ ଗ୍ରାମବାସୀ ଏକତ୍ରିତ ହୋଇ ଭୋଜି ଖାଇ ଥିଲେ। ହେଲେ ସନ୍ଧ୍ୟାରେ କେତେକ ଲୋକଙ୍କୁ ଝାଡାବାନ୍ତି ହୋଇ ଥିଲା। ଖବର ପାଇ RBSK ସୁଦୀପ୍ତ ସାହୁ, CHO ରମି ରଶ୍ମିତା, ANM ଖୁଦେଶ୍ୱରୀ ପଧାନ, ସତ୍ୟଭୂଷଣ ସାହୁ, ସମୀର ଭୋଇ, ଅଶୋକ ବଂଛୋର ପ୍ରମୁଖ କର୍ମଚାରୀ କୁଆପାଲି ଗାଁକୁ ଯାଇ ଆଶାକର୍ମୀ କନକଲତା ବରିହା, ଅଙ୍ଗନଓ୍ବାଡି କର୍ମୀ ସବିତା ସିଦାର ପ୍ରମୁଖଙ୍କ ସହ ଘର ଘର ଯାଇ ଚିକିତ୍ସା ଆରମ୍ଭ କରି ଥିଲେ। ରାତିରେ ୧୭ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପଦ୍ମପୁର ଚିକିତ୍ସା ପାଇଁ ପଠାଯାଇଥିଲା।

ଶନିବାର ସିଡ଼ିଏମଓ କୁବେର ଚନ୍ଦ୍ର ମହନ୍ତ, ଶୁଭ୍ରପ୍ରକାଶ ସେନାପତି, ସତୀଶ ନାୟକ, ଆଲିଶା ପ୍ରଧାନ, ଅଜିତ ମେହେର, ତେଜଭାନୁ ସାହୁ ପ୍ରମୁଖ କର୍ମଚାରୀ ଗାଁରେ ପହଞ୍ଚି ଘରକୁ ଘର ଯାଇ ୧୬୧ ପରିବାରକୁ ଔଷଧ ବଣ୍ଟନ କରିଥିଲେ।

ଏପରିକି କର୍ମଚାରୀମାନେ ଗ୍ରାମବାସୀଙ୍କୁ ସଚେତନ କରିବା ସହ ଫୁଟାପାଣି ପିଇବାକୁ ପରାମର୍ଶ ଦେଇଥିଲେ। ପାଣିରେ ହେଲୋଜିନ୍‌ ବାଟିକା ପକାଇବାକୁ କହିବା ସହ ବାସି ଖାଦ୍ୟ ନ ଖାଇବା ପାଇଁ କୁହାଯାଇଛି ବୋଲି ସିଡିଏମ୍‌ଓ ମହନ୍ତ କହିଛନ୍ତି। ଡାକ୍ତର ସୁଦୀପ୍ତ ସାହୁ, ପିଏଚଇଓ ଦୀପା ସାହୁ ପ୍ରମୁଖଙ୍କୁ ପଚାରିବାରୁ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ସ୍ଥିତି ନିୟନ୍ତ୍ରଣ ଥିବା କହିଛନ୍ତି।

ଭୋଜିକୁ ଡୁଙ୍ଗୁରିପାଳି, ଭଗତପୁର, ଓ ବନମାଳ ଗ୍ରାମର କେତେକ ବନ୍ଧୁ ଖାଇବାକୁ ଆସିଥିଲେ। ହେଲେ ତିନୋଟି ଗ୍ରାମରେ ମଧ୍ୟ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ୩ଜଣ ଲେଖାଏଁ ଅସୁସ୍ଥ ଥିବା ଜଣାପଡିଛି। ଏହି ଗ୍ରାମଗୁଡିକୁ ସିଡ଼ିଏମ୍‌ଓ ପରିଦର୍ଶନରେ ଯାଇ ରୋଗୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି। ଏପରିକି ଆକ୍ରାନ୍ତଙ୍କ ଝାଡା, ପାଣି, ଖାଦ୍ୟ ନମୁନା ସଂଗ୍ରହ କରାଯାଇଛି। ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଛି।

ଅନ୍ୟପକ୍ଷେ କୁଆପାଲି ଅଙ୍ଗନଓ୍ବାଡି କେନ୍ଦ୍ରରେ ରବିବାର ୩ଜଣ ଆକ୍ରାନ୍ତଙ୍କୁ ରଖାଯାଇ ଚିକିତ୍ସା କରାଯାଉଛି। ଅଞ୍ଚଳରେ ୮ଦିନ ସ୍ବାସ୍ଥ୍ୟ ଶିବିର ଚାଲିବ ବୋଲି ସେନାପତି କହିଛନ୍ତି। ଝାଡ଼ାବାନ୍ତିଙ୍କୁ ନେଇ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri