ପିନାକୀ-ମହୁଆଙ୍କ ବିବାହକୁ ନେଇ ମୁହଁ ଖୋଲିଲେ ସୁର, କହିଲେ ପ୍ରେମ ଏମିତି ବ୍ୟାପିଲା ଯେ…

ଭୁବନେଶ୍ୱର,୬।୬: କୁହାଯାଏ ପ୍ରେମ ଅନ୍ଧ। କାହାକୁ କେତେବେଳେ କେଉଁ ବୟସରେ ପ୍ରେମ ହୋଇଥାଏ ତାହା ଜଣାପଡେନାହିଁ। ଯାହାର ଗୋଟିଏ ଉଦାହରଣ ଦେଖିବାକୁ ମିଳିଛି। ଟିଏମସିର ଟାଣୁଆ ନେତ୍ରୀ ମହୁଆ ମୋଇତ୍ରାଙ୍କୁ ଲୁଚିଲୁଚି ବିବାହ କରିଛନ୍ତି ବିଜେଡି ନେତା ପିନାକୀ ମିଶ୍ର। ୬୫ବର୍ଷ ବୟସରେ ପିନାକୀ, ୫୦ବର୍ଷିୟ ମହୁଆଙ୍କ ହାତ ଧରିଛନ୍ତି।

ତେବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ସେ କହିଛନ୍ତି, ‘ ପିନାକୀଙ୍କର ଯୋଡିଏ ପିଲା ଅଛନ୍ତି, ହେଲେ ୧୫ବର୍ଷ ହେଲାଣି ଛାଡପତ୍ର ଦେଇ ଦେଇଛନ୍ତି। ୧୫ବର୍ଷ ହେଲାଣି ଏକାଠି ଶୋଉ ନାହାନ୍ତି କି କଥାବାର୍ତ୍ତା ହେଉ ନାହାନ୍ତି। ଏହାରି ଭିତରେ ପାର୍ଲାମେଣ୍ଟରେ ୟାଙ୍କ ସହ ସମ୍ପର୍କ ହୋଇଛି। ସିଏ ସଂସଦରେ ଆଗରେ ବସନ୍ତି ଇଏ ତାଙ୍କ ପଛରେ ବସନ୍ତି । ପ୍ରେମ ବ୍ୟାପିଲା; ପ୍ରେମ ଏମିତି ବ୍ୟାପିଲା ଯେ ତାପରେ ଜର୍ମାନୀ ଯାଇ ଦୁହେଁ ବାହା ହୋଇଗଲେ। ମହୁଆ ପୂର୍ବରୁ ଜର୍ମାନୀରେ ଜଣଙ୍କୁ ବାହା ହୋଇଥିଲେ। ହେଲେ ସେ ଜର୍ମାନୀଙ୍କୁ ଛାଡି ଓଡ଼ିଆଙ୍କୁ ବାଛିଲେ। ଆମର ଜଗନ୍ନାଥଧାମକୁ ନେଇ ବିବାଦ ଚାଲିଥିଲା, ଲାଗୁଛି ଏବେ ବଙ୍ଗାଳୀ ଝିଅ ଓଡ଼ିଆ ବୋହୂ ହେବା ପରେ ସେ ବିବାଦ ତୁଟିଯିବ। ଦୁହିଁଙ୍କୁ ଶୁଭେଚ୍ଛା।

ସୂଚନାଥାଉ କି, ତୃଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରା ବିବାହ କରିଛନ୍ତି। ସେ ବିଜେଡି ନେତା ତଥା ପୂର୍ବତନ ଏମପି ପିନାକୀ ମିଶ୍ରଙ୍କୁ ତାଙ୍କର ଜୀବନସାଥୀ କରିଛନ୍ତି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଯଦିଓ ବିବାହ ବିଷୟରେ ଉଭୟଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ମିଳିନାହିଁ। ରିପୋର୍ଟରେ ଦାବି କରାଯାଇଛି ଯେ ମହୁଆ ଏବଂ ପିନାକୀ ଜର୍ମାନୀରେ ବିବାହ କରିଛନ୍ତି। ଉଭୟଙ୍କ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି।

‘ଦି ଟେଲିଗ୍ରାଫ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମହୁଆ ଏବଂ ପିନାକୀ ଜର୍ମାନୀରେ ଲୁଚିଲଚି ବିବାହ କରିଛନ୍ତି। ଏହି ବିଷୟରେ ଟିଏମସି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ମହୁଆ ତାଙ୍କ ରାଜନୈତିକ ଜୀବନ ସହିତ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ମହୁଆ ପୂର୍ବରୁ ଡେନିସ ଫାଇନାନ୍ସର ଲାର୍ସ ବ୍ରୋର୍ସେନଙ୍କ ସହ ସମ୍ପର୍କରେ ଥିଲେ, କିନ୍ତୁ ସେମାନଙ୍କର ବିବାହ ଅଧିକ ଦିନ ତିଷ୍ଠି ପାରିଲା ନାହିଁ ଏବଂ ସେମାନଙ୍କର ଛାଡପତ୍ର ହୋଇଗଲା।

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି, ଯେଉଁଥିରେ ମହୁଆ ଏବଂ ପିନାକୀ ମିଶ୍ର ହାତ ଧରାଧରି ହସୁଥିବା ଦେଖାଯାଇଛି। ଫଟୋରେ ମହୁଆ ପାରମ୍ପରିକ ପୋଷାକ ଏବଂ ସୁନା ଅଳଙ୍କାରରେ ସଜ୍ଜିତ ଥିବା ଦୃଶ୍ୟ ଦେଖାଯାଇଛି।

ସୂଚନାଥାଉ କି, ମହୁଆ ଦ୍ୱିତୀୟ ଥର ପାଇଁ ଏମପି ଭାବରେ କାର୍ଯ୍ୟ କରୁଛନ୍ତି। ସେ ୨୦୧୯ ଲୋକ ସଭା ନିର୍ବାଚନରେ ପଶ୍ଚିମବଙ୍ଗର କୃଷ୍ଣ ନଗର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ମହୁଆ ଏହି ନିର୍ବାଚନରେ ଜିତିଥିଲେ। ସେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ କଲ୍ୟାଣ ଚୌବେଙ୍କୁ ପରାସ୍ତ କରିଥିଲେ। ୨୦୨୪ରେ ମହୁଆ ଦ୍ୱିତୀୟ ଥର ପାଇଁ ସେହି ଆସନରୁ ନିର୍ବାଚିତ ହୋଇଥିଲେ।

ମହୁଆ ମୋଇତ୍ରାଙ୍କ ପ୍ରଥମ କାର୍ଯ୍ୟକାଳ ବେଶ ବିବାଦୀୟ ଥିଲା। ତାଙ୍କ ଉପରେ ଟଙ୍କା ନେଇ ପ୍ରଶ୍ନ ପଚାରିବାର ଅଭିଯୋଗ ହୋଇଥିଲା। ମହୁଆ ‘କ୍ୟାସ ଫର୍‌ କ୍ୱେରୀ’ ମାମଲାରେ ଗୁରୁତର ଭାବରେ ଫସି ଯାଇଥିଲେ। ତାଙ୍କର ଲୋକ ସଭା ସଦସ୍ୟତା ବାତିଲ କରାଯାଇଥିଲା, ଯଦିଓ ମହୁଆ ମଧ୍ୟ ସୁପ୍ରିମକୋର୍ଟରେ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ମହୁଆଙ୍କ ଉପରେ ତାଙ୍କ ବନ୍ଧୁ ହିରାନନ୍ଦନୀଙ୍କ ସହ ସଂସଦ ଲଗଇନ ଆଇଡି ଏବଂ ପାସୱାର୍ଡ ସେୟାର କରିବାର ମଧ୍ୟ ଅଭିଯୋଗ ହୋଇଥିଲା।

ବିଜେଡି ନେତା ପିନାକୀ ମିଶ୍ରଙ୍କ ବିଷୟରେ କହିବାକୁ ଗଲେ, ସେ ପୁରୀର ପୂର୍ବତନ ଏମପି। ପିନାକୀଙ୍କ ପ୍ରଥମ ବିବାହ ସଙ୍ଗୀତା ମିଶ୍ରଙ୍କ ସହିତ ହୋଇଥିଲା। ପିନାକୀ ଏବଂ ସଙ୍ଗୀତା ୧୬ ଜାନୁଆରୀ ୧୯୮୪ରେ ବିବାହ କରିଥିଲେ। ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି, କିନ୍ତୁ ବର୍ତ୍ତମାନ ପିନାକୀ ମହୁଆଙ୍କୁ ବିବାହ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri