Posted inଜାତୀୟ

ଉପତ୍ୟକାକୁ ଫେରିଲା ଆତଙ୍କବାଦ: ଆଜି କଶ୍ମୀର ବନ୍ଦ

ଶ୍ରୀନଗର/ପହଲଗାମ୍‌,୨୩।୪:ଜମ୍ମୁ-କଶ୍ମୀରର ପହଲଗାମ୍‌ରେ ମଙ୍ଗଳବାର ଅପରାହ୍ନରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ଓଡ଼ିଆଙ୍କ ସମେତ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ବିଦେଶୀ ଓ ୨ ସ୍ଥାନୀୟ ଲୋକ ଅଛନ୍ତି। ପହଲଗାମ୍‌ର ବୈସରନ ପର୍ବତ ଶିଖରରେ ଏକ ୪୦ ଜଣିଆ ପର୍ଯ୍ୟଟକ ଦଳଙ୍କୁ ଟାର୍ଗେଟ କରି ସଶସ୍ତ୍ର ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚଳାଇଥିଲେ। ଆକ୍ରମଣ ସ୍ଥଳରେ ଅନେକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମରଶରୀର ପଡ଼ିଥିବା ଦେଖାଯାଇଛି। ଆକ୍ରମଣ ପାଇଁ ଲଶ୍କର-ଇ-ତୋଇବାର ଛାମୁଆ ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆର୍‌ଏଫ୍‌) ନିଜକୁ ଦାୟୀ କରିଛି। ୨୦୧୯ ଫେବୃଆରୀରେ ପୁଲ୍‌ଓ୍ବାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୭ ଜଣ ସିଆର୍‌ପିଏଫ୍‌ ଯବାନ ପ୍ରାଣ ହରାଇଥିତ୍ଲେ। ଏହା ପରଠାରୁ ମଙ୍ଗଳବାରର ଆକ୍ରମଣ ସବୁଠୁ ବଡ଼ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଉଛି। ସଶସ୍ତ୍ର ଆତଙ୍କବାଦୀ ପହଲଗାମ ରିସର୍ଟ ସହରଠାରୁ ୬ କି.ମି. ଦୂରରେ ଥିବା ବୈସରନ୍‌ରେ ପହଞ୍ଚତ୍ ସେଠାରେ ରେଷ୍ଟୁରାଣ୍ଟ ନିକଟରେ ଚାଲବୁଲ କରୁଥିବା ବା ପିକ୍‌ନିକ୍‌ କରୁଥିବା ପର୍ଯ୍ୟଟକମାନଙ୍କ ଉପରକୁ ଗୁଳି ଚଳାଇଥିଲେ ବୋଲି ଜଣେ ଅଧିକାରୀ କହିଛନ୍ତି। ଘଟଣାସ୍ଥଳରେ ଆତଙ୍କ ଖେଳିଯିବା ସହ ପର୍ଯ୍ୟଟକମାନେ ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଧାଇଁଥିଲେ ବୋଲି ଜଣେ ମହିଳା ପର୍ଯ୍ୟଟକ କହିଛନ୍ତି। ମୃତଦେହଗୁଡ଼ିକ ପଡ଼ିରହିଥିବାବେଳେ ମହିଳାମାନେ କାନ୍ଦୁଥିବାର ହୃଦୟ ବିଦାରକ ଭିଡିଓ ସାମ୍‌ନାକୁ ଆସିଛି।

ପହଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣ ଘଟଣାର ପ୍ରତିବାଦରେ ବୁଧବାର ସମ୍ପୂର୍ଣ୍ଣ କଶ୍ମୀର ବନ୍ଦ ପାଇଁ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ଅଧ୍ୟକ୍ଷ ମେହବୁବା ମୁଫ୍‌ତି ଆହ୍ବାନ ଦେଇଛନ୍ତି। ନିରୀହ ଲୋକଙ୍କ ହତ୍ୟା ବିରୋଧରେ ସମସ୍ତେ ଏକାଠି ହେବାର ସମୟ ଆସିଛି ବୋଲି ପିଡିପି ବିଧାୟକ ଓ୍ବାହିଦ ପାରା କହିଛନ୍ତି। ପର୍ଯ୍ୟଟକଙ୍କ ଉପରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପ୍ରତିବାଦରେ ଜମ୍ମୁର ଚାମ୍ବର ଅଫ୍‌ ବାର୍‌ ଆସୋସିଏଶନ ପକ୍ଷରୁ ବୁଧବାର ବନ୍ଦ ଡାକରା ଦିଆଯାଇଥିବାବେଳେ ପିଡିପି ଏହାକୁ ସମର୍ଥନ ଜଣାଇଛି। ଏହା କେବଳ କେତେଜଣ ନିର୍ଦ୍ଦିଷ୍ଟ ଲୋକଙ୍କ ଉପରେ ଆକ୍ରମଣ ନୁହେଁ, ସମସ୍ତଙ୍କ ଉପରେ ଆକ୍ରମଣ। ଏହି ଦୁଃଖଦ ସମୟରେ ଆମେ ଏକାଠି ଛିଡ଼ାହେବା ସହ ବନ୍ଦକୁ ଦୃଢ଼ ସମର୍ଥନ କରିବା ବୋଲି ମେହବୁବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri