ଲକ୍ଷ୍ନୌ,୧୨।୩: ଉତ୍ତର ପ୍ରଦେଶର ଫାରୁଖାବାଦର ଜଣେ ଯୁବକ ଫେବୃଆରୀ ୧୭ରେ ତାଙ୍କ ପ୍ରେମିକାଙ୍କୁ ବିବାହ କରିଥିଲେ। ଉଭୟଙ୍କ ପରିବାର ଏହି ସମ୍ପର୍କର ବିରୋଧରେ ଥିଲେ। ସେଥିପାଇଁ ଦୁହେଁ ଘରୁ ଫେରାର ହୋଇ ବିବାହ କରିଥିଲେ। ପରେ ଦୁହେଁ ଗାଜିଆବାଦର କବିନଗର ଆସି ଏକ ଭଡା ଘରେ ରହୁଥିଲେ। କିନ୍ତୁ ଏଠାରେ କିଛି ଏପରି ଘଟିଲା ଯେ ଦୁହେଁ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ସେ ସୁଇସାଇଡ ନୋଟରେ ଏପରି କିଛି ଲେଖିଥିଲେ ଯାହା ପୋଲିସକୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଥିଲା।
ସୁଇସାଇଡ ନୋଟରେ, ଦମ୍ପତି ଲେଖିଛନ୍ତି ଯେ ସେମାନେ ଭୟଭୀତ ଥିଲେ ଯେ ଯଦି ସେମାନେ ଧରାପଡ଼ିଯାଆନ୍ତି, ତେବେ ସେମାନଙ୍କ ପରିବାର ସଦସ୍ୟମାନେ ସେମାନଙ୍କୁ ଅଲଗା କରିଦେବେ। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସେ ଘରୁ କିଛି ଚୋରି କରି ନେଇ ନାହାଁନ୍ତି। ପୋଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଘଟଣା ବିଷୟରେ ପରିବାର ସଦସ୍ୟଙ୍କୁ ସୂଚନା ଦିଆଯାଇଛି।
ଏସିପି ସ୍ବତନ୍ତ୍ର କୁମାର ସିଂହ କହିଛନ୍ତି- ଶାସ୍ତ୍ରୀ ନଗର ଥାନା ପୋଲିସ ଆଉଟପୋଷ୍ଟ ଅନ୍ତର୍ଗତ ମହେନ୍ଦ୍ର ଏନକ୍ଲେଭରେ ଏକ ଘରେ ଜଣେ ଦମ୍ପତି ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ନେଇ କଭି ନଗର ପୋଲିସ ଷ୍ଟେସନକୁ ୧୧୨ରେ ସୂଚନା ମିଳିଥିଲା। ତୁରନ୍ତ ସୂଚନା ପାଇବା ପରେ କବି ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦେଖିଲା ଯେ ଘରଟି ବନ୍ଦ ଥିଲା। ପୋଲିସ ଦଳ ଘଟଣାସ୍ଥଳକୁ FSL ଦଳକୁ ଡକାଇଥିଲେ। ଏହା ପରେ ପୋଲିସ କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିବାରୁ ଦମ୍ପତିଙ୍କ ମୃତଦେହ ଫାଶୀରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳର ଭିଡିଓଗ୍ରାଫି କରାଯାଇଥିଲା।
ମୃତଦେହକୁ ହେପାଜତକୁ ନିଆଯାଇଥିଲା ଏବଂ ଏହାକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା। ଘଟଣାସ୍ଥଳରେ ଯାଞ୍ଚ୍ ସମୟରେ ପୋଲିସକୁ ଏକ ସୁଇସାଇଡ ନୋଟ ମଧ୍ୟ ମିଳିଛି, ଯାହାର ତଦନ୍ତ କରାଯାଉଛି ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।


