Posted inଜାତୀୟ

ଖାର୍ଗେଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ସଭାରେ ହଟ୍ଟଗୋଳ

ନୂଆଦିଲ୍ଲୀ,୧୨ା୩ : ରାଜ୍ୟ ସଭାରେ ମଙ୍ଗଳବାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅଣସଂସଦୀୟ ମନ୍ତବ୍ୟକୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଛି। ତେବେ କେନ୍ଦ୍ର ସରକାର ଦେଶକୁ ଆଞ୍ଚଳିକତା ଭିତ୍ତିରେ ଭାଗ ଭାଗ କରିବାକୁ ଉଦ୍ୟମ କରୁଥିତ୍ବାରୁ ସେ ଏଭଳି ମନ୍ତବ୍ୟ ଦେଇଥିବା ସ୍ପଷ୍ଟୀକରଣରେ କହିବା ସହ ଗୃହ ଅଧ୍ୟକ୍ଷଙ୍କୁ କ୍ଷମା ମାଗିଛନ୍ତି।
ଉଚ୍ଚ ସଦନରେ ପ୍ରଶ୍ନୋତ୍ତର କାଳ ଶେଷରେ ଶିକ୍ଷା ମନ୍ତ୍ରଣାଳୟର କାର୍ଯ୍ୟକୁ ନେଇ ଆଲୋଚନା ଆରମ୍ଭ ହୋଇଥିଲା। ତାମିଲନାଡୁ ସରକାରଙ୍କ ବିରୋଧରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ ବୋଲି ବହୁ ବିରୋଧୀ ସଦସ୍ୟ ଦାବି କରିଥିଲେ। ସୋମବାର ଲୋକ ସଭାରେ ଧର୍ମେନ୍ଦ୍ର ଜାତୀୟ ଶିକ୍ଷାନୀତି (ଏନ୍‌ଇପି) ଅଧୀନରେ ତ୍ରିଭାଷୀ ନୀତି ଉପରେ ତାମିଲନାଡୁ ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଥିଲେ। ରାଜ୍ୟ ସରକାର ରାଜନୀତି ପାଇଁ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ନଷ୍ଟ କରୁଥିବା ସେ କହିଥିଲେ। ମଙ୍ଗଳବାର ଗୃହର ଉପାଧ୍ୟକ୍ଷ ହରିବଂଶ କଂଗ୍ରେସ ନେତା ଦିଗ୍‌ବିଜୟ ସିଂଙ୍କୁ ଶିକ୍ଷା ମନ୍ତ୍ରଣାଳୟର କାର୍ଯ୍ୟ ସମ୍ପର୍କରେ ଆଲୋଚନା ଆରମ୍ଭ କରିବାକୁ ଡାକିଥିଲେ। ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ଏବଂ ଏନ୍‌ଇପିକୁ ବିରୋଧ କରି ଗୃହରେ କଳା ପୋଷାକ ପିନ୍ଧିଥିବା ଡିଏମ୍‌କେ ସଦସ୍ୟମାନେ ଛିଡ଼ାହୋଇ ଧର୍ମେନ୍ଦ୍ର ପ୍ରଥମେ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ।
ହଟ୍ଟଗୋଳ ଲାଗି ରହିଥିବାବେଳେ ବିରୋଧୀ ଦଳ ନେତା ଖାର୍ଗେ ଏଥିରେ ହସ୍ତକ୍ଷେପ କରିଥିଲେ। ତେବେ ତାଙ୍କୁ ପୂର୍ବରୁ କହିବା ପାଇଁ ସୁଯୋଗ ଦିଆଯାଇଥିବାରୁ ଏବେ ଦିଗ୍‌ବିଜୟଙ୍କ ପାଳି ବୋଲି ଗୃହରେ ଅଧ୍ୟକ୍ଷତା କରୁଥିବା ହରିବଂଶ କହିବା ସତ୍ତ୍ୱେ ବିରୋଧୀ ଦଳ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ଥିବା କଂଗ୍ରେସ ଅଧ୍ୟକ୍ଷ ହିନ୍ଦୀରେ କହିବା ସହ ମର୍ଯ୍ୟାଦାହାନି ହେଲାଭଳି ଶବ୍ଦ କହିଥିଲେ। ତାଙ୍କ ମନ୍ତବ୍ୟକୁ ସରକାରୀ ଦଳର ସଦସ୍ୟମାନେ ଅଣସଂସଦୀୟ କହିବା ସହ ହୋହଲ୍ଲା କରିଥିଲେ। ଗୃହର ନେତା ଜେ.ପି. ନଡ୍ଡା ହସ୍ତକ୍ଷେପ କରି କହିଥିଲେ, ଗୃହର ଅଧ୍ୟକ୍ଷଙ୍କୁ ଆକ୍ଷେପ କରି ବିରୋଧୀ ଦଳ ନେତାଙ୍କ ମନ୍ତବ୍ୟ ନିନ୍ଦନୀୟ। ସେ କ୍ଷମା ମାଗନ୍ତୁ ଓ ନିଜ ମନ୍ତବ୍ୟକୁ ଫେରାଇ ନିଅନ୍ତୁ ବୋଲି ନଡ୍ଡା ଦାବି କରିଥିଲେ। ଖାର୍ଗେ ତୁରନ୍ତ କ୍ଷମା ମାଗିବା ସହ ସେ ଗୃହର ଅଧ୍ୟକ୍ଷଙ୍କ ଉଦ୍ଦେଶ୍ୟରେ ନୁହେଁ ବରଂ ସରକାରଙ୍କ ନୀତିକୁ ନେଇ ଏଭଳି ମନ୍ତବ୍ୟ ଦେଇଥିବା କହିଥିଲେ। ସରକାରୀ ଦଳକୁ ଲକ୍ଷ୍ୟ କରି ଖାର୍ଗେ କହିଥିଲେ, ଦେଶର ଗୋଟିଏ ଭାଗ ଏବଂ ଏହାର ଲୋକମାନଙ୍କ ଆତ୍ମସମ୍ମାନକୁ ଆପଣମାନେ ଆଘାତ ଦେଇଛନ୍ତି। ସେମାନଙ୍କୁ ଅସଭ୍ୟ ଓ ଅଭଦ୍ର କହିଛନ୍ତି। ସେହି ମନ୍ତ୍ରୀ ଇସ୍ତଫା ଦେବା ଉଚିତ। ସେମାନେ ଦେଶକୁ ଭାଗ ଭାଗ କରିବା କଥା କହୁଛନ୍ତି ବୋଲି ଖାର୍ଗେ ସ୍ପଷ୍ଟୀକରଣରେ କହିଥିଲେ। ଗୃହର ଅଧ୍ୟକ୍ଷଙ୍କୁ ଖାର୍ଗେ କ୍ଷମା ମାଗିଥିବାରୁ ନଡ୍ଡା ଏହାର ପ୍ରଶଂସା କରିଥିଲେ। ତେବେ ମନ୍ତବ୍ୟ ସରକାରଙ୍କ ପ୍ରତି ହୋଇଥିଲେ ତାହା ମଧ୍ୟ ନିନ୍ଦନୀୟ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri