Posted inଜାତୀୟ

କୋଭିଡ୍‌ ଟଙ୍କା ଖର୍ଚ୍ଚ କରି ନ ଥିଲେ ଆପ୍‌ ସରକାର

ନୂଆଦିଲ୍ଲୀ,୧।୩: ଦିଲ୍ଲୀ ସ୍ବାସ୍ଥ୍ୟସେବା ଭିତ୍ତିଭୂମିରେ ବ୍ୟାପକ କର୍ମଚାରୀ ସଙ୍କଟ ସାଙ୍ଗକୁ ଆବଶ୍ୟକ ଔଷଧ ଏବଂ ଉପକରଣର ଅଭାବ ରହିଥିବାବେଳେ ଏବାବଦରେ ମଞ୍ଜୁର ଅର୍ଥ ଖର୍ଚ୍ଚ ହୋଇପାରି ନାହିଁ। ଶୁକ୍ରବାର ଦିଲ୍ଲୀ ବିଧାନସଭାରେ ଉପସ୍ଥାପନ କରାଯାଇଥିବା ସିଏଜି (ଭାରତର କମ୍ପଟ୍ରୋଲର ଆଣ୍ଡ ଅଡିଟ୍‌ ଜେନେରାଲ)ଙ୍କ ରିପୋର୍ଟରୁ ଏହା ଜଣାପଡ଼ିଛି। କୋଭିଡ୍‌ ମହାମାରୀ ବେଳେ କେନ୍ଦ୍ର ସରକାର ଜରୁରୀ ସ୍ବାସ୍ଥ୍ୟସେବା ପାଇଁ ଦେଇଥିବା ପାଖାପାଖି ୭୮୮ କୋଟି ଟଙ୍କାରୁ ଦିଲ୍ଲୀ ସରକାର ୨୪୫ କୋଟି ଖର୍ଚ୍ଚ କରି ନ ଥିବା ରିପୋର୍ଟରେ କୁହାଯାଇଛି। ରିପୋର୍ଟରୁ ଆମ୍‌ ଆଦ୍‌ମୀ ପାର୍ଟି ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ମୋହଲା କ୍ଲିନିକ୍‌ ପ୍ରକଳ୍ପର ଦୁର୍ବଳ ସ୍ଥିତି ପଦାକୁ ଆସିଛି। ୭୪ଟି ମୋହଲା କ୍ଲିନିକ୍‌ ମଧ୍ୟରୁ କୌଣସି ଗୋଟିଏରେ ସମସ୍ତ ୧୬୫ଟି ଅତ୍ୟାବଶ୍ୟକ ଔଷଧର ପୂରା ଷ୍ଟକ୍‌ ନାହିଁ। ପଲ୍ସ ଅକ୍ସିମିଟର, ଗ୍ଲୁକୋମିଟର, ଏକ୍ସ-ରେ ଭିଉୟର, ଥର୍ମୋମିଟର, ବ୍ଲଡ୍‌ପ୍ରେସର ମନିଟର ଭଳି ଅତ୍ୟାବଶ୍ୟକ ଉପକରଣ ଏହିସବୁ କ୍ଲିନିକ୍‌ରେ ନ ଥିବା ଏକ ସମୀକ୍ଷାରୁ ଜଣାପଡ଼ିଛି। ୨୦୨୨ ଅକ୍ଟୋବରରୁ ୨୦୨୩ ମାର୍ଚ୍ଚ ମଧ୍ୟରେ ମୋହଲା କ୍ଲିନିକ୍‌ଗୁଡ଼ିକୁ ଯାଇଥିବା ରୋଗୀଙ୍କ ମଧ୍ୟରୁ ୭୦ ପ୍ରତିଶତଙ୍କୁ ଡାକ୍ତର ଦେଖିବାରେ ୧ ମିନିଟ୍‌ରୁ କମ୍‌ ସମୟ ଦେଉଥିବା ଜଣାପଡ଼ିଛି। ଡାକ୍ତରଙ୍କ ଇସ୍ତଫା କିମ୍ବା ଛୁଟିରେ ରହିବା କାରଣରୁ ମୋଟ ୨୧୮ ମୋହଲା କ୍ଲିନିକ୍‌ ମଧ୍ୟରୁ ନିର୍ଦ୍ଦିଷ୍ଟ ୪ ଜିଲାରେ ଥିବା କ୍ଲିନିକ୍‌ଗୁଡ଼ିକ ୧୫ ଦିନରୁ ପାଖାପାଖି ୨ ବର୍ଷ ପର୍ଯ୍ୟନ୍ତ ବନ୍ଦ ରହିଛି। ଗତ ମଙ୍ଗଳବାର ଦିଲ୍ଲୀ ଅବକାରୀ ନୀତି ସମ୍ପର୍କିତ ସିଏଜି ରିପୋର୍ଟ ବିଧାନସଭାରେ ଉପସ୍ଥାପନ ହୋଇଥିବାବେଳେ ଏହା ଦ୍ୱିତୀୟ ରିପୋର୍ଟ। ଅବକାରୀ ନୀତିରେ ଅନେକ ଭୁଲ ନିଷ୍ପତ୍ତି ଯୋଗୁ ରାଜ୍ୟ ସରକାରଙ୍କୁ ୨,୦୦୨.୬୮ କୋଟି ଟଙ୍କାର ରାଜସ୍ବ କ୍ଷତି ସହିବାକୁ ପଡ଼ିଥିବା ରିପୋର୍ଟରେ ଦର୍ଶାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri