Posted inଜାତୀୟ

କେନ୍ଦ୍ରର ବାଧ୍ୟ, ତାମିଲନାଡ଼ୁର ‘ନା’

ନୂଆଦିଲ୍ଲୀ/ଚେନ୍ନାଇ,୨୨ା୨ (ପିଟି/ଏଜେନ୍ସି): କେନ୍ଦ୍ର ସରକାର ତାମିଲନାଡୁର ଶିକ୍ଷାନୁଷ୍ଠାନ, ସରକାରୀ ପରୀକ୍ଷା ଓ ଅଫିସଗୁଡ଼ିକରେ ହିନ୍ଦୀ ଭାଷା ପ୍ରଚଳନକୁ ବାଧ୍ୟତାମୂଳକ କରିବା ପାଇଁ ଉଦ୍ୟମ ଚଳାଇଥିବାବେଳେ ରାଜ୍ୟବାସୀ ଏହାକୁ ତାମିଲ ପରିଚୟ, ଅସ୍ମିତା ଓ ଭାଷାଗତ ବିବିଧତା ପାଇଁ ବିପଦ ମଣିଥାଆନ୍ତି। ରାଜ୍ୟରେ ପ୍ରଥମେ ୧୯୩୭ ଓ ପରେ ୧୯୬୫ରେ ହିନ୍ଦୀ ବିରୋଧୀ ବିକ୍ଷୋଭ ବେଳେ ପ୍ରତିବାଦର ସ୍ବର ଉଠିଥିଲା। ହିନ୍ଦୀ ଭାଷାକୁ ତାମିଲମାନଙ୍କ ଉପରେ ଲଦିଦିଆଯିବାକୁ ବିରୋଧ କରି ରାଜ୍ୟବାସୀ ରାସ୍ତାକୁ ଓହ୍ଲାଇଥିଲେ। ଇତିମଧ୍ୟରେ ୨୦୧୯ ଓ ୨୦୨୦ରେ କେନ୍ଦ୍ରର ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ଅନୁସାରେ ତାମିଲନାଡୁର ସ୍କୁଲଗୁଡ଼ିକରେ ହିନ୍ଦୀକୁ ତୃତୀୟ ଭାଷା ଭାବେ ପ୍ରଚଳନ କରାଯିବା ପ୍ରସ୍ତାବକୁ ରାଜ୍ୟବାସୀ ଓ ରାଜନୈତିକ ଦଳଗୁଡ଼ିକ ବିରୋଧ କରିଆସୁଛନ୍ତି। ଦଳ ନିର୍ବିଶେଷରେ ତାମିଲନାଡୁର ଏମ୍‌ପିମାନେ ମଧ୍ୟ ଏହାକୁ ସଂସଦରେ ବିରୋଧ କରିଥାଆନ୍ତି। ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ନେତୃତ୍ୱାଧୀନ ଡିଏମ୍‌କେ ଏବଂ ବିରୋଧୀ ଦଳ ଏଆଇଏଡିଏମ୍‌କେ ହିନ୍ଦୀ ଲଦିଦେବାକୁ ଦୃଢ଼ ବିରୋଧ କରିଥାଏ। ହିନ୍ଦୀ ଭାଷା ଅଞ୍ଚଳିକ ଭାଷା ଓ ଅଣହିନ୍ଦୀଭାଷୀଙ୍କୁ ନୂ୍ୟନ କରିଦିଏ ବୋଲି ସେମାନେ ଯୁକ୍ତି ବାଢ଼ିଥାଆନ୍ତି। ଏହି ପୃଷ୍ଠଭୂମିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ ପତ୍ର ‘ଭାଷାଯୁଦ୍ଧ’ ବୃଦ୍ଧିର କାରଣ ହୋଇଥିବା କୁହାଯାଉଛି।
ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ ଏନ୍‌ଇପି ଅନୁଯାୟୀ ୩ ଭାଷା ନୀତି ପ୍ରଚଳନ କରା ନ ଗଲେ ଶିକ୍ଷା କ୍ଷେତ୍ରକୁ କେନ୍ଦ୍ରର ଶିକ୍ଷା ମନ୍ତ୍ରଣାଳୟରୁ ପ୍ରଦାନ କରାଯାଉଥିବା ଅନୁଦାନ ଆଉ ମିଳିବ ନାହିଁ। କେବଳ ଏତିକି ନୁହେଁ, ଧର୍ମେନ୍ଦ୍ର ତାମିଲନାଡୁ ଉପରେ ହିନ୍ଦୀକୁ ଲଦିଦେଇ ରାଜ୍ୟ ସରକାରଙ୍କୁ ବ୍ଲାକ୍‌ମେଲିଂ ମଧ୍ୟ କରୁଛନ୍ତି। ତେବେ ୧୯୬୭ରୁ ୨-ଭାଷା ସୂତ୍ରକୁ ଆପଣାଇଥିବା ରାଜ୍ୟର ସରକାରୀ ସ୍କୁଲଗୁଡ଼ିକ ଏହାକୁ ପରିତ୍ୟାଗ କରିବେ ନାହିଁ। ଏହା ଉପରେ ଧର୍ମେନ୍ଦ୍ର କେତେକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ନିଜ ସ୍ପଷ୍ଟୀକରଣ ରଖିଛନ୍ତି। ଏଥିସହ ରାଜ୍ୟ ସରକାରଙ୍କୁ ମଧ୍ୟ ଏକ ଚିଠି ଲେଖିଛନ୍ତି। ଚିଠିରେ ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି, ଷ୍ଟାଲିନ୍‌ଙ୍କ ଚିନ୍ତା କାଳ୍ପନିକ ଓ ଅରୁଚିକର। ଷ୍ଟାଲିନ୍‌ ସଂଘୀୟ ସହଯୋଗିତା କଥା ଉଠାଇ ୨୦୨୪-୨୫ ଆର୍ଥିକବର୍ଷ ପାଇଁ ଛାତ୍ରୀଛାତ୍ରଙ୍କ ମଙ୍ଗଳ ପାଇଁ ୨,୧୫୪ କୋଟି ଟଙ୍କାର ପାଣ୍ଠି ଦେବା ଲାଗି ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏହି ସ୍ଥଳେ ଭାଷାକୁ ନେଇ ଷ୍ଟାଲିନ୍‌ ରାଜନୀତି କରିବା ଅନୁଚିତ। କୌଣସି ଭାଷା ଲଦିଦେବାର ପ୍ରଶ୍ନ ଉଠୁନାହିଁ। କିନ୍ତୁ ବିଦେଶୀ ଭାଷା ଉପରେ ଅତ୍ୟଧିକ ନିର୍ଭରଶୀଳତା ଛାତ୍ରୀଛାତ୍ରଙ୍କୁ ଭାଷାଗତ ମୌଳିକାତାରୁ ଦୂରେଇ ଦେଉଛି। ଜାତୀୟ ଶିକ୍ଷା ନୀତି ଏହି ଭୁଲ୍‌କୁ ସୁଧାରିବା ପାଇଁ ଉଦ୍ୟମ କରୁଛି ବୋଲି ଧର୍ମେନ୍ଦ୍ର ଶୁକ୍ରବାର ଷ୍ଟାଲିନ୍‌ଙ୍କ ନିକଟକୁ ଲେଖିଥିବା ପତ୍ରରେ ଯୁକ୍ତି ବାଢ଼ିଛନ୍ତି। ଡିଏମ୍‌କେ ଏନ୍‌ଇପି ୨୦୨୦କୁ ରାଜନୈତିକ କାରଣରୁ କିପରି ବିରୋଧ କରିଆସିଛି, ତାହା ମଧ୍ୟ ଧର୍ମେନ୍ଦ୍ର ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି।
ତାମିଲନାଡୁରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ କେନ୍ଦ୍ରରେ ଭାଜପା ମଧ୍ୟ ଏଥିରୁ ଫାଇଦା ନେବା ସୁଯୋଗକୁ ହାତଛଡ଼ା କରିବାକୁ ଚାହିଁନାହିଁ। ଆସନ୍ତା ମାର୍ଚ୍ଚ ୧ରୁ ରାଜ୍ୟରେ ଭାଜପା ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି। ସେପଟେ ଧର୍ମେନ୍ଦ୍ରଙ୍କ ଚିଠି ହସ୍ତଗତ ହେବା ପରେ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍‌ କହିଛନ୍ତି, ତାମିଲନାଡୁ ଆଉ ଏକ ‘ଭାଷାଯୁଦ୍ଧ’ ପାଇଁ ପ୍ରସ୍ତୁତ। ଏହା ହେଉଛି ଦ୍ରାବିଡ଼ଙ୍କ ଭୂମି…ପେରିୟାରଙ୍କ ଭୂମି। ଗତଥର ଆପଣ ତାମିଲ ଲୋକଙ୍କ ଅଧିକାର ଛଡ଼ାଇନେବାକୁ ଉଦ୍ୟମ କରିଥିଲେ। ସେମାନେ କହିଥିଲେ, ‘ମୋଦି ଗୋ ବ୍ୟାକ୍‌’। ଆପଣ ଯଦି ପୁନର୍ବାର ଏଭଳି ଉଦ୍ୟମ କରନ୍ତି, ଏଥର ସ୍ବର ଉଠିବ ‘ଗେଟ୍‌ ଆଉଟ୍‌ ମୋଦି’। ଆପଣଙ୍କୁ ହଟାଇବା ପାଇଁ ଆନ୍ଦୋଳନ କରାଯିବ। ଆମେ ଆମ ଅଂଶ (୨,୧୫୦ କୋଟି ଟଙ୍କାର ପାଣ୍ଠି) ମାଗୁଛୁ। କେନ୍ଦ୍ର ଆମକୁ ଏନ୍‌ଇପିର ୩ ଭାଷା ଗ୍ରହଣ କରିବାକୁ ବାଧ୍ୟ କରୁଛି। ରାଜନୀତି କିଏ କରୁଛି, ଦୟାକରି ବୁଝନ୍ତୁ ବୋଲି ଉଦୟନିଧି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri