ଆଣବିକ ଶକ୍ତି ସମ୍ପ୍ରସାରଣରେ ନିବେଶ କରିବ ଏନ୍‌ଟିପିସି

ନୂଆଦିଲ୍ଲୀ,୧୮।୨: ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ କମ୍ପାନୀ ତଥା ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ (ଏନ୍‌ଟିପିସି ଲିମିଟେଡ) ଆଣବିକ ଶକ୍ତି ସମ୍ପ୍ରସାରଣ କ୍ଷେତ୍ରରେ ନିବେଶ କରିବ ବୋଲି ଘୋଷଣା କରିଛି। ଏପରିକି କମ୍ପାନୀ ଆଗାମୀ ୨୦ ବର୍ଷ ବା ୨ ଦଶନ୍ଧି ମଧ୍ୟରେ ୩୦ ଗିଗାଓ୍ବାଟ (ଜିଡବ୍ଲ୍ୟୁ) ଆଣବିକ ଶକ୍ତି ଉତ୍ପାଦନ କ୍ଷମତା ବୃଦ୍ଧି ସହ ପ୍ରାୟ ୬୨ ବିଲିଅନ ଡଲାର ନିବେଶ କରିବ ବୋଲି ଏନ୍‌ଟିପିସି ପକ୍ଷରୁ ଆକଳନ କରାଯାଇଛି। ସେହିଭଳି ଦେଶର ପ୍ରମୁଖ ଶକ୍ତି ଉତ୍ପାଦକ, ଯାହା ମୁଖ୍ୟତଃ କୋଇଲା ଆଧାରିତ ପ୍ଲାଣ୍ଟ ଚଳାଉଛି, ଏପରି ଏକ ଦେଶରେ ନିଜର ମହତ୍ତ୍ୱାକାଂକ୍ଷୀ ଯୋଜନା ପାଇଁ ଜମି ଖୋଜୁଛି ଯେଉଁଠାରେ ଏପରି ପ୍ରକଳ୍ପ ପ୍ରତି ସ୍ଥାନୀୟ ବିରୋଧ ଅଧିକ ଏହି ବିଷୟ ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଥିବା ସୂତ୍ରଗୁଡ଼ିକ କହିଛନ୍ତି। ସୂତ୍ର ଅନୁଯାୟୀ, ଏନ୍‌ଟିପିସି ୧୦ ଜିଡବ୍ଲ୍ୟୁ ଆଣବିକ କ୍ଷମତା ବୃଦ୍ଧି ଲକ୍ଷ୍ୟ ରଖିଥିଲା। କିନ୍ତୁ ଚଳିତ ମାସରେ ସରକାର ଏହି କ୍ଷେତ୍ରକୁ ବିଦେଶୀ ଏବଂ ଘରୋଇ ନିବେଶ ପାଇଁ ଖୋଲିବାର ଯୋଜନା ଘୋଷଣା କରିବା ପରେ କମ୍ପାନୀ ଏହି ଲକ୍ଷ୍ୟକୁ ୩ ଗୁଣ ବୃଦ୍ଧି କରିଛି। ଏନ୍‌ଟିପିସି ଭାରତର ଆଣବିକ ଶକ୍ତି ଯୋଜନାକୁ ଠିକ୍‌ କରୁଛି। ସେହିପରି ନେତୃତ୍ୱ ନେବାକୁ ଯୋଜନା କରୁଛି ଯେପରି ଏହା ତାପଜ କ୍ଷେତ୍ରରେ କରିଥିଲା। ଅପରପକ୍ଷରେ ଭାରତ ୨୦୩୦ ସୁଦ୍ଧା ୫୦୦ ଜିଡବ୍ଲ୍ୟୁ ଅଣ-ଜୀବାଶ୍ମ ଇନ୍ଧନ ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ସ୍ଥାପନ କରିବାକୁ ପ୍ରତିବଦ୍ଧ ଏବଂ ୨୦୪୭ ସୁଦ୍ଧା ଅତି କମ୍‌ରେ ୧୦୦ ଜିଡବ୍ଲ୍ୟୁ ଆଣବିକ କ୍ଷମତା ହାସଲ କରିବାକୁ ଚାହୁଛି। ରାଷ୍ଟ୍ରାୟତ୍ତ ନ୍ୟୁକ୍ଲିୟର ପାୱାର କର୍ପୋରେସନ ଅଫ୍‌ ଇଣ୍ଡିଆ ବର୍ତ୍ତମାନ ଦେଶର ପ୍ରାୟ ୮ ଜିଡବ୍ଲ୍ୟୁ କ୍ଷମତାର ଏକମାତ୍ର ଅପରେଟର ହୋଇଥିଲାବେଳେ ୨୦୩୨ ସୁଦ୍ଧା ଏହାକୁ ୨୦ ଜିଡବ୍ଲ୍ୟୁକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ଏପରିକି ଏନ୍‌ଟିପିସି ପୂର୍ବରୁ ଦୁଇଟି ୨.୬ ଜିଡବ୍ଲ୍ୟୁ ଆଣବିକ ଶକ୍ତି କେନ୍ଦ୍ର ନିର୍ମାଣ କରୁଛି, ଗୋଟିଏ ମଧ୍ୟପ୍ରଦେଶରେ ଏବଂ ଅନ୍ୟ ଗୋଟିଏ ରାଜସ୍ଥାନରେ ରହିଛି।ସୂତ୍ର ଅନୁଯାୟୀ,ଜନସାଧାରଣଙ୍କ ବିରୋଧ ଏବଂ ଅଧିଗ୍ରହଣ ସମସ୍ୟା ଦେଶର ପରମାଣୁ ଶକ୍ତି ମହତ୍ତ୍ୱାକାଂକ୍ଷାକୁ ବାଧା ଦେବା ପରେ ଏହା ୨୭ଟି ସ୍ଥାନରେ ବିସ୍ତୃତ ଅଧ୍ୟୟନ ପାଇଁ ଆଠଟି ରାଜ୍ୟରେ ଜମି ପାଇଁ ଶୀଘ୍ର ଅନୁମୋଦନ ପାଇବା ପ୍ରକ୍ରିୟାରେ ଅଛି ଏହି ରାଜ୍ୟଗୁଡ଼ିକ ମଧ୍ୟରେ ଗୁଜରାଟ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡୁ ଅନ୍ତର୍ଭୁକ୍ତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri