ତେଜିଲା ବିକ୍ଷୋଭ, ଦାବି ପୂରଣ ନ ହେଲେ…

“ଯାଜପୁର ରୋଡ- ଧାମରା ରେଳପଥ ସଂଗ୍ରାମ ସମିତି” ଓ “ଭଦ୍ରକ- ଧାମରା ରେଳ ସଂଗ୍ରାମ ସମିତି” ପକ୍ଷରୁ ଧାମରାରେ ବିକ୍ଷୋଭ ଓ ସଭା :
ଚାନ୍ଦବାଲି, ୧୧। ୨( ଅଶୋକ ପଣ୍ଡା ): ଯାଜପୁର ରୋଡ- ଧାମରା ରେଳପଥକୁ ସରକାରୀ ମଞ୍ଜୁରୀ ଓ ବ୍ୟୟ ବରାଦ, ଭଦ୍ରକ- ଧାମରା ରେଳପଥରେ ସରକାରୀ ଯାତ୍ରୀବାହୀ ରେଳଗାଡି ଚଳାଚଳ ଦାବିରେ ଯାଜପୁର ରୋଡ- ଧାମରା ରେଳପଥ ସଂଗ୍ରାମ ସମିତି ଓ ଭଦ୍ରକ- ଧାମରା ରେଳ ସଂଗ୍ରାମ ସମିତି ପକ୍ଷରୁ ଧାମରା ବନ୍ଦର ମୁଖ୍ୟ ଫାଟକ ସମ୍ମୁଖରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ ଓ ସଭା ଅନୁଷ୍ଠିତ ହୋଇଛି ।

ଏହି ଆନ୍ଦୋଳନ କାର୍ଯ୍ୟକ୍ରମରେ ଭଦ୍ରକ- ଧାମରା ରେଳ ସଂଗ୍ରାମ ସମିତିର ସଭାପତି ତଥା ଯାଜପୁର ରୋଡ- ଧାମରା ରେଳପଥ ସଂଗ୍ରାମ ସମିତିର ସଭ୍ୟ ବିକାଶ ନାଥ, ଭଦ୍ରକ- ଧାମରା ରେଳ ସଂଗ୍ରାମ ସମିତି ସଂପାଦକ ହାକିମ ଦାସ, ଯାଜପୁର ରୋଡ- ଧାମରା ରେଳପଥ ସଂଗ୍ରାମ ସମିତିର ବରିଷ୍ଠ ସଭ୍ୟ କାର୍ତ୍ତିକ ଖିଲାର, ଗୌରାଙ୍ଗ ଯେନା, ମଳୟ ଭୋଇ, କାଳନ୍ଦୀ ଯତି, ଶଙ୍କର୍ଷଣ ବିଶ୍ବାଳ, ଘନଶ୍ୟାମ ଦାସ, ଦିବାକର ସେନାପତି, ଅଞ୍ଜନ ଦାସ, ଶ୍ରୀନାଥ ଦାସ, ବନ୍ଧନ ଦାସ, ବିପିନ ଦାସ, ବଂଶୀଧର ଯେନା, ସୁଶାନ୍ତ ଗାହାଣ, ତାରାକାନ୍ତ ସେଠୀ ପ୍ରମୁଖ ଏହି ଆନ୍ଦୋଳନ କାର୍ଯ୍ୟାକ୍ରମରେ ସାମିଲ ହୋଇ ଦାବି ପୂରଣ କରିବା ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ଆନ୍ଦୋଳନ ମାଧ୍ୟମରେ ନିବେଦନ କରିଥିଲେ । ଯାତ୍ରୀବାହୀ ରେଳ ଚାଲିବା କଥା କହି ତତ୍କାଳୀନ ରାଜ୍ୟ ସରକାର ଭଦ୍ରକ- ଧାମରା ରେଳପଥ ପାଇଁ ଭଦ୍ରକ ଜିଲାବାସୀଙ୍କ ଠାରୁ ଶହଶହ ଏକର ଚାଷ ଜମି ଅଧିଗ୍ରହଣ କରିଥିଲେ ବି ଏପର୍ଯ୍ୟନ୍ତ ଯାତ୍ରୀବାହୀ ଟ୍ରେନ ନଚାଲିବା ପରିତାପର ବିଷୟ ଅଟେ । ସଂଗ୍ରାମ ସମିତି ପକ୍ଷରୁ ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।

ଜାିଲାସ୍ଥିତ ଜନ୍ତର ମନ୍ତର ରୋଡରେ ମଧ୍ୟ ଆନ୍ଦୋଳନ ହୋଇଛି । ରେଳମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଯେ, ୨୦୨୫- ୨୬ ବଜେଟରେ ଯାଜପୁର -ରୋଡ ଧାମରା ରେଳପଥ ମଞ୍ଜୁରୀ ସହ ନିର୍ମାଣ ପାଇଁ ବ୍ୟୟବରାଦ ଓ ଭଦ୍ରକ- ଧାମରା ରେଳପଥରେ ଯାତ୍ରୀ ବାହୀ ରେଳ ଚଳାଚଳ ପାଇଁ ମଞ୍ଜୁରୀ ବ୍ୟବସ୍ଥା କରିବେ । କିନ୍ତୁ ଯାଜପୁର- ରୋଡ ଧାମରା ରେଳପଥ ପାଇଁ ମନ୍ତ୍ରୀସ୍ତରୀୟ କମିଟିକୁ ଆଲୋଚନା ପାଇଁ କେନ୍ଦ୍ର ସରକାର ସୁପାରିଶ କରିଥିଲେ ହେଁ ମଞ୍ଜୁରୀ ଦେଇନାହାନ୍ତି । ଉଭୟ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଭଦ୍ରକ ଜିଲାରେ ଜନଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଆନ୍ଦୋଳନକାରୀ ନେତୃତ୍ବ ଚେତାବନୀ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri