Posted inଖେଳ

ଭୁଲ ନିଷ୍ପତ୍ତି ନେଇ ଜୈସଓ୍ବାଲଙ୍କୁ ଦିଆଗଲା ଆଉଟ୍‌, ରାଗରେ ନିଆଁବାଣ ହୋଇ ଗାଭାସ୍କର କହିଦେଲେ ଏମିତି

ମେଲବୋର୍ନ,୩୦।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ମେଲବୋର୍ନ ଟେଷ୍ଟରେ ଯୁବ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୈସଓ୍ବାଲଙ୍କ ଆଉଟ୍‌ ହେବାକୁ ନେଇ ବିବାଦ ଦେଖାଦେଇଛି। ଏହି ଖେଳାଳିଙ୍କୁ କ୍ୟାଚ୍‌ ଆଉଟ୍‌ ଦେବାକୁ ନେଇ ସୁନୀଲ ଗାଭାସ୍କର ରାଗରେ ନିଆଁବାଣ ହୋଇଛନ୍ତି। ସେ ଅମ୍ପାୟାରମାନଙ୍କ ଉପରେ ରାଗ ଶୁଝାଇଛନ୍ତି। କେବଳ ଏତିକି ନୁହେଁ ଷ୍ଟାଡିୟମରେ ଉପସ୍ଥିତ ପ୍ରଶଂସକ ମଧ୍ୟ ଜୈସଓ୍ବାଲଙ୍କ ଆଉଟ୍‌କୁ ନେଇ ଖପ୍ପା ନଜର ଆସିଥିଲେ। ସେମାନେ ମଇଦାନରେ ଚିଟର୍‌-ଚିଟର୍‌ ସ୍ଲୋଗାନ ଦେଇଥିଲେ।

ଏହି ଘଟଣା ଭାରତର ଦ୍ୱିତୀୟ ଇନିଂସର ୭୧ ତମ ଓଭରର। ପ୍ୟାଟ୍‌ କମିନ୍ସଙ୍କ ଏହି ଓଭରର ୫ମ ବଲ୍‌ରେ ଯଶସ୍ବୀ ପୁଲ୍‌ ଶଟ୍‌ ଖେଳିଥିଲେ। ଉଇକେଟକିପର ଆଲେକ୍ସ କ୍ୟାରି ଡାଇଭ୍‌ ଲଗାଇ କ୍ୟାଚ୍‌ ଧରିଥିଲେ। ଅମ୍ପାୟାର ଏହାକୁ ନଟ୍‌ଆଉଟ୍‌ ଦେଇଥିଲେ। ହେଲେ କମିନ୍ସ ନିଶ୍ଚିତ ଥିଲେ ଯେ ବଲ୍‌ ଜୈସଓ୍ବାଲଙ୍କ ବ୍ୟାଟ୍‌ରେ ବାଜିଛି। ଏଣୁ ସେ ରିଭ୍ୟୁ ନେଇଥିଲେ।

ଅମ୍ପାୟାର ସବୁଦିଗରୁ ବଲ୍‌କୁ ଦେଖିଥିଲେ। ରିପ୍ଲେରେ ଡିଫ୍ଲେକ୍ସନ ସ୍ପଷ୍ଟ ନଜର ଆସୁଥିଲା। ହେଲେ ଯେବେ ସ୍ନିକୋରେ ଦେଖାଗଲା କିଛି ଜଣାପଡ଼ି ନ ଥିଲା। ଏମିତିରେ ପ୍ରଶଂସକ ଭାବିଥିଲେ ଯେ ଜୈସଓ୍ବାଲ ଆଉଟ୍‌ ନୁହନ୍ତି। ହେଲେ ଥର୍ଡ ଅମ୍ପାୟାର ଫିଲ୍ଡ ଅମ୍ପାୟାରଙ୍କୁ ନିଷ୍ପତ୍ତି ବଦଳାଇବାକୁ କହିଥିଲେ। ଅମ୍ପାୟାର ଆଉଟ୍‌ ଦେବା ମାତ୍ରେ ଗାଭାସ୍କର ଗର୍ଜି ଉଠିଥିଲେ। ଜୈସଓ୍ବାଲ ମଧ୍ୟ ମଇଦାନ ଛାଡ଼ିବା ପୂର୍ବରୁ ଅମ୍ପାୟାରଙ୍କ ସହ କଥା ହେଉଥିବା ନଜର ଆସିଥିଲେ, କାରଣ ସେ ଏଥିରେ ଖୁସି ନ ଥିଲେ।

ଗାଭାସ୍କର ନିଷ୍ପତ୍ତିରେ ସହମତ ନ ଥିଲେ। ସେ କହିଥିଲେ ଯେ, ଯଦି ଟେକ୍ନୋଲୋଜି ଉପରେ ବିଶ୍ୱାସ ନାହିଁ ତେବେ ତାହାକୁ ବ୍ୟବହାର କରନ୍ତୁ ନାହିଁ। ଏହା ବିଲ୍‌କୁଲ ଭୁଲ ନିଷ୍ପତ୍ତି ଥିଲା। ତେବେ ଜୈସଓ୍ବାଲଙ୍କୁ ଏହି ଶଟ୍‌ ଖେଳିବା ଉଚିତ ନ ଥିଲା ବୋଲି ମଧ୍ୟ ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri