Posted inଖେଳ

ପାକିସ୍ତାନର ଗର୍ବ ଭାଙ୍ଗିଦେଲା ଭାରତ: ଫାଇନାଲ୍‌ରେ ଶକ୍ତିଶାଳୀ ପ୍ରଦର୍ଶନ

ମସ୍କଟ,୫ା୧୨: ଓମାନର ମସ୍କଟରେ ଅନୁଷ୍ଠିତ ଜୁନିୟର ଏସିଆ କପ୍‌ ହକି ଫାଇନାଲରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୫-୩ ଗୋଲରେ ପରାସ୍ତ କରି କ୍ରମାଗତ ଥର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଭାରତ। ଗତ ସଂସ୍କରଣର ଚାମ୍ପିୟନ ଭାରତ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ଅରାଇଜିତ ସିଂ ହୁଣ୍ଡାଲ ଏକାକୀ ୪ ଗୋଲ ସ୍କୋର କରିଥିଲେ। ଅରାଇଜିତ(୪, ୧୮, ୪୭ ଓ ୫୪) ମିନିଟରେ ସ୍କୋର କରିଥିବା ବେଳେ ଦିଲରାଜ ସିଂ ୧୯ ତମ ମିନିଟରେ ଅନ୍ୟ ଗୋଲ ଦେଇଥିଲେ। ପାକିସ୍ତାନ ପକ୍ଷରୁ ସୁଫ୍ୟାଁ ଖାନ୍‌ (୩୦ ଓ ୩୯)ରେ ଡବଲ୍‌ ଗୋଲ୍‌ ଦେଇଥିବା ବେଳେ ହନ୍ନନ ଶାହିଦ୍‌(୩) ମିନିଟରେ ଅନ୍ୟ ଗୋଲଟି ଦେଇଥିଲେ।
ମ୍ୟାଚ୍‌ର ପ୍ରଥମ କ୍ୱାର୍ଟରରୁ ଉଭୟ ଦଳ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ। ମ୍ୟାଚ୍‌ର ତୃତୀୟ ମିନିଟରେ ହନ୍ନନ ଶାହିଦ୍‌ ଏକ ଗୋଲ ଦେଇଥିଲେ। ଏହାର ୧ ମିନିଟ ମଧ୍ୟରେ ଭାରତକୁ ଏକ ପେନାଲ୍ଟି କର୍ନର ମିଳିଥିବା ବେଳେ ଏହାକୁ ଗୋଲରେ ପରିଣତ କରିଥିଲେ ଅରାଇଜିତ। ପ୍ରଥମ କ୍ୱାର୍ଟରରେ ମ୍ୟାଚ୍‌ ୧-୧ ସ୍ଥିତିରେ ରହିଥିଲା। ଦ୍ୱିତୀୟ କ୍ୱାର୍ଟରର ୧୮ ତମ ମିନିଟରେ ଅରାଇଜିତ ଓ ୧୯ ତମ ମିନିଟରେ ଦିଲରାଜ ସ୍କୋର କରି ଭାରତକୁ ୩-୧ରେ ଆଗୁଆ କରିଥିଲେ। ତେବେ ତୃତୀୟ କ୍ୱାର୍ଟରରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା ଗତ ସଂସ୍କରଣର ରନରଅପ୍‌ ପାକିସ୍ତାନ। ସୁଫ୍ୟାଁ ଖାନ୍‌ ପେନାଲ୍ଟି କର୍ନରରୁ ଦୁଇଟି ଗୋଲ ଦେବା ସହିତ ମ୍ୟାଚ୍‌କୁ ସମାନ୍ତର ସ୍ଥିତିକୁ ଆଣିଥିଲେ। ତେବେ ଅନ୍ତିମ କ୍ୱାର୍ଟରରେ ଭାରତୀୟ ଦଳ ଚମତ୍କାର ଆଟାକ ଓ ଡିଫେନ୍ସର ନମୂନା ପ୍ରଦର୍ଶନ କରିଥିଲା। ଭାରତୀୟ ଦଳ ଦୁଇଟି ଗୋଲ ସ୍କୋର କରିଥିବା ବେଳେ ପାକିସ୍ତାନର ଏକାଧିକ ପ୍ରୟାସକୁ ନିଷ୍ଫଳ କରି ଦେଇଥିଲା। ଅରାଇଜିତ ୪୭ ତମ ମିନିଟରେ ଏକ ଫିଲ୍ଡ ଗୋଲ ଦେଇ ଭାରତୀୟ ଅଗ୍ରଣୀକୁ ୪-୩ରେ ପହଞ୍ଚାଇ ଥିଲେ। ଏହାର ୭ ମିନିଟ ପରେ ଭାରତକୁ ପେନାଲ୍ଟି କର୍ନର ମିଳିଥିବା ବେଳେ ବ୍ୟକ୍ତିଗତ ଚତୁର୍ଥ ଗୋଲ ସ୍କୋର କରିଥିଲେ ଅରାଇଜିତ୍‌। ଲଗାତାର ଦ୍ୱିତୀୟ ଥର ଟାଇଟଲ କରାୟତ କରିଥିବା ଭାରତର ଏହା ପଞ୍ଚମ ଟାଇଟଲ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri