Posted inଜାତୀୟ

ସିଇସି ନିଯୁକ୍ତି ମାମଲା ଶୁଣାଣିରୁ ଓହରିଲେ ସିଜେଆଇ

ନୂଆଦିଲ୍ଲୀ,୪ା୧୨(ପି.ଟି.):ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଏବଂ ନିର୍ବାଚନ କମିଶନର (ଇସି) ଚୟନ ପାଇଁ ଉଦ୍ଦିଷ୍ଟ କମିଟିରୁ ଭାରତର ପ୍ରଧାନ ବିଚାରପତିଙ୍କୁ ବାଦ୍‌ ଦିଆଯାଇଥିବାରୁ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଅନେକ ପିଟିଶନ ଦାଏର କରାଯାଇଥିଲା। ଏହି ପିଟିଶନଗୁଡ଼ିକର ଶୁଣାଣିରୁ ସିଜେଆଇ ସଞ୍ଜୀବ ଖାନ୍ନା ମଙ୍ଗଳବାର ଓହରିଯାଇଛନ୍ତି। ଏବେ ସେ ସିଜେଆଇ ହୋଇଥିବାରୁ ଏହି ଆବେଦନଗୁଡ଼ିକର ଶୁଣାଣି କରିପାରିବେ ନାହିଁ ବୋଲି ଜଷ୍ଟିସ୍‌ ଖାନ୍ନା ପିଆଇଏଲ୍‌ ଆବେଦନକାରୀଙ୍କ ଓକିଲାମାନଙ୍କୁ କହିଥିଲେ। ଏବେ ଉକ୍ତ ମାମଲା ଅନ୍ୟ ଖଣ୍ଡପୀଠରେ ଶୁଣାଣି ପାଇଁ ତାଲିକାଭୁକ୍ତ କରାଯିବ ବୋଲି କହିଥିଲେ। ଜନସ୍ବାର୍ଥ ମାମଲାଗୁଡ଼ିକ ଉପରେ ଠିକ୍‌ ସମୟରେ ଜବାବ ଦାଖଲ କରିବାକୁ ସେ କେନ୍ଦ୍ର ସରକାର ଓ ଅନ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ସିଇସି ଏବଂ ଇସି ଚୟନ ପାଇଁ ଗଠିତ କମିଟିରୁ ସିଜେଆଇଙ୍କୁ ବାଦ୍‌ ଦେଇଥିବା ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନର ଆଇନ, ୨୦୨୩ର ଧାରା ୭ର ବୈଧତାକୁ ଏନ୍‌ଜିଓ ସମେତ ବିଭିନ୍ନ ବ୍ୟକ୍ତିବିଶେଷ ଚ୍ୟାଲେଞ୍ଜ କରିବା ସହ ଏହାର କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଲଗାଇବା ପାଇଁ ନିବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬ ପରିବାରର ୧୬ ବଖରା ପୋଡି ପାଉଁଶ, ଗୋରୁ-ଛେଳି ଜୀବନ୍ତ ଦଗ୍ଧ

ତିହିଡି଼,୫୧(ସଞ୍ଜିତ ବଳ):ତିହିଡି଼ ତହସିଲ ପୀରହାଟ ଥାନା ନରେନ୍ଦ୍ରପୁର ପଞ୍ଚାୟତ ଅଧୀନ ଛତ୍ରପଦା ଗ୍ରାମର ପଣ୍ଡିତସାହିରେ ରବିବାର ବିଳମ୍ବିତ ରାତିରେ ଭୟବହ ଅଗ୍ନିକାଣ୍ଡ ଘଟିଛି l ଏଥିରେ...

ଭାଜପାଠାରୁ କାହିଁକି ଅଲଗା ହେଲେ ଅଜିତ ପାଓ୍ବାର? ନିଜେ କହିଲେ ଏହାର କାରଣ

ମୁମ୍ବାଇ,୫।୧: ମୁମ୍ବାଇ ନଗର ନିଗମ ନିର୍ବାଚନ (BMC ନିର୍ବାଚନ ୨୦୨୬) ପୂର୍ବରୁ, ମହାରାଷ୍ଟ୍ରର ସମସ୍ତ ରାଜନୈତିକ ନେତାମାନେ ସେମାନଙ୍କ ଦଳ ପାଇଁ ବିଜୟ ସୁନିଶ୍ଚିତ କରିବା...

ଭାଜପା ଜିଲା ସଭାପତି ଘୋଷଣା: ରାମଚନ୍ଦ୍ର ମେହେରଙ୍କୁ ବଡ଼ ଦାୟିତ୍ୱ

ସମ୍ବଲପୁର, ୫।୧(ପ୍ରମୋଦ ବହିଦାର): ରାମଚନ୍ଦ୍ର ମେହେର ସମ୍ବଲପୁର ଭାଜପା ଜିଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଫଳରେ ଏହି ପଦବୀକୁ ନେଇ ଦୀର୍ଘ ଦିନରୁ ଲାଗି...

ଟିମ ଇଣ୍ଡିଆକୁ କେମିତି ଫେରିବେ ମହମ୍ମଦ ଶାମି,ଇରଫାନ କହିଲେ ସରଳ ସୂତ୍ର, ଯାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୫।୧: ଭାରତର ଘାତକ ଦ୍ରୁତ ବୋଲର ମହମ୍ମଦ ଶାମି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏବେ, ସେ...

ଖ୍ରୀଷ୍ଟିୟାନା ନାଗଙ୍କୁ ପ୍ରଥମ ଲୋଇସିଂହା ସୁନ୍ଦରୀ ମୁକୁଟ

ଲୋଇସିଂହା,୫ା୧(ସୁଶାନ୍ତ ବାରିକ):ପୌଷ ପୂର୍ଣ୍ଣିମା ଅବସରରେ ବଲାଙ୍ଗୀର ଜିଲା ଲୋଇସିଂହା ଦୁର୍ଗାମଣ୍ଡପରେ ୨ଦିନ ଧରି ଚାଲିଥିବା ୧୬ତମ ଲୋଇସିଂହା ମହୋତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ...

ଧନୁଯାତ୍ରା କଥା, ବ୍ୟଥା: କାଳ ହେଲା କଂସ, ମଥୁରା ଛାଡ଼ିଲା ହସ୍ତୀ

ବରଗଡ଼,୫ା୧(ପ୍ରେମାନନ୍ଦ ଖମାରୀ):ନୂଆ ସରକାର ଆସିବା ପରେ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ନୂଆଁ ପରିକଳ୍ପନା କରାଯାଇଥିଲା। ବିଗତ ବର୍ଷ ତୁଳନାରେ ସାଜସଜ୍ଜା ବହୁଗୁଣିତ...

T20 World Cup 2026: ବାଂଲାଦେଶର ସମସ୍ତ T20 ବିଶ୍ୱକପ ମ୍ୟାଚ ଭାରତ ବାହାକୁ ସ୍ଥାନାନ୍ତରିତ ହେବ କି? ICC ନେଇପାରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୫।୧: ICC ପୁରୁଷ T20 ବିଶ୍ୱକପ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)...

ଅସ୍ତବ୍ୟସ୍ତ କରୁଛି କୁହୁଡ଼ି: ଯାତାୟାତରେ ସମସ୍ୟା

ଦାରିଙ୍ଗବାଡି, ୫ /୧ (ଅରୁଣ ସାହୁ ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଘନ କୁହୁଡି ଯେମିତି ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି। ସେହିପରି ଜାଡ଼ ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri