ଅଲିଭ ରିଡ୍‌ଲେଙ୍କ ସୁରକ୍ଷା ଚିନ୍ତା ବଢୁଛିିି

କେନ୍ଦ୍ରାପଡ଼ା, ୬ା୧୧(ଜଗନ୍ନାଥ ଧଳ):ବିରଳ ଅଲିଭରିଡ୍‌ଲେ କଇଁଛ ସୁରକ୍ଷା ପାଇଁ ବିଶ୍ୱପ୍ରସିଦ୍ଧ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ଶୁକ୍ରବାରଠାରୁ କଟକଣା ଆରମ୍ଭ ହୋଇଛି। ନଭେମ୍ବର ପହିଲାରୁ ଆରମ୍ଭ ହୋଇଥିବା ଏହି କଟକଣା ଆଗାମୀ ୭ ମାସ ଅର୍ଥାତ୍‌ ମେ ୩୧ ତାରିଖ ପର୍ଯ୍ୟନ୍ତ ରହିବ। ଏହି ସମୟରେ ସମୁଦ୍ର ତଟାଞ୍ଚଳରୁ ୨୦ କି.ମି. ଦୂର ପର୍ଯ୍ୟନ୍ତ ମାଛଧରା ବନ୍ଦ ରହିବା ସହ ଅନ୍ୟ କେତେକ କଟକଣା କାର୍ଯ୍ୟକାରୀ ହେବ। ଏ ନେଇ ବନ ବିଭାଗ ପ୍ରସ୍ତୁତ ଥିବା ପ୍ରକାଶ କରିଥିଲେ ମଧ୍ୟ ଭାରତୀୟ ବନ୍ୟପ୍ରାଣୀ ସୁରକ୍ଷା ଅଧିନିୟମ ୧୯୭୨ ସିଡ୍ୟୁଲ ୧ରେ ଥିବା ଏହି ଜୀବର ସୁରକ୍ଷାକୁ ନେଇ ପରିବେଶବିତ୍‌ ଓ ବୁଦ୍ଧିଜୀବୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବନ ବିଭାଗର ସ୍ପିଡ୍‌ ବୋଟ ଅଚଳ, ସାମୁଦ୍ରିକ ଥାନାରେ କର୍ମଚାରୀଙ୍କ ଅଭାବ, ସମୁଦ୍ର ତଟରକ୍ଷା ବାହିନୀ ସହ ଭାବ ବିନିମୟରେ ଅଭାବ, ଚିଙ୍ଗୁଡି ଘେରି, ବେଆଇନ ପ୍ରବେଶ ଆଦି ଆଗନ୍ତୁକ କଇଁଛଙ୍କ ସୁରକ୍ଷା ଚିନ୍ତା ବଢ଼ାଇଛି। ସେହିପରି ତଟକ୍ଷୟ ଯୋଗୁ ପ୍ରଜନନସ୍ଥଳ କମିବା, ନିକଟସ୍ଥ ହୁଇଲର ଦ୍ୱୀପରୁ ବାରମ୍ବାର ମିଶାଇଲର ପରୀକ୍ଷଣ ହେବା ଅଲିଭରିଡ୍‌ଲେଙ୍କ ପ୍ରଜନନକୁ ପ୍ରଭାବିତ କରିବ ବୋଲି ସେମାନେ ଆଶଙ୍କା ପ୍ରକଟ କରିଛନ୍ତି।
ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ଜଗନ୍ନାଥ ଦାସ, ଦୋଳଗୋବିନ୍ଦ ଜେନା, ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଅଶୋକ କୁମାର ସ୍ବାଇଁ ପ୍ରମୁଖ କହିଛନ୍ତି, ପ୍ରତିବର୍ଷ ୪ରୁ ୫ ଲକ୍ଷ ପର୍ଯ୍ୟନ୍ତ ଅଲିଭରିଡ୍‌ଲେ ଏହି ଅଞ୍ଚଳକୁ ପ୍ରଜନନସ୍ଥଳ ଭାବେ ବାଛିବା ବିଶ୍ୱ ପ୍ରକୃତିପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି। ୧୪୩୫ ବର୍ଗକି.ମି. ଏହି କଇଁଛଙ୍କ ଅନ୍ତୁଡିଶାଳ ବିଭିନ୍ନ କାରଣରୁ ଦୁର୍ବଳ ହେଉଛି। ବିରଳ କଇଁଛ ଅଲିଭରିଡ୍‌ଲେକୁ ଆଇୟୁସିଏନ୍‌ର ରେଡ୍‌ ଡାଟାବୁକ୍‌ରେ ରଖାଯାଇଛି। ୧ ହଜାର ଶାବକଙ୍କ ମଧ୍ୟରୁ ମାତ୍ର ଗୋଟିଏ ପୂର୍ଣ୍ଣ ବୟସ୍କ ହେଉଥିବା ଆଇୟୁସିଏନ୍‌ ଦର୍ଶାଇଥିବା ବେଳେ କଇଁଛ ମୃତ୍ୟୁକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ବନ ଓ ପରିବେଶ ବିଭାଗ ୧୯୯୭ ସେପ୍ଟେମ୍ବର ୨୭ରେ ଗହୀରମଥାର ଏହି ସାମୁଦ୍ରିକ ଅଞ୍ଚଳକୁ ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରୁ ଅଲଗା କରି ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିଛନ୍ତି। ଗହୀରମଥା ସାମୁଦ୍ରିକ ଅଞ୍ଚଳ ୧୪୩୫ ବର୍ଗ କି.ମି. ମଧ୍ୟରୁ ମାତ୍ର ୨୭ ବର୍ଗକି.ମି. ସ୍ଥଳଭାଗ। ତେବେ ଏହି ସ୍ଥଳଭାଗ ସାମୁଦ୍ରିକ ତଟକ୍ଷୟର ଶିକାର ହେଉଛି। ବିଗତ ବର୍ଷଗୁଡ଼ିକରେ ମାଦଳି, ବାବୁବାଲି, ଏକକୁଳା ଆଦି ସ୍ଥାନର ଆକାର କମିଛି। ଅଗରନାଶି ଦ୍ୱୀପ ସମ୍ପୂର୍ଣ୍ଣ ସମୁଦ୍ରଗର୍ଭକୁ ଚାଲି ଯାଇଛି। ପ୍ରଜନନ ସ୍ଥାନ ଅଭାବ ସହ କଇଁଛଙ୍କ ଅକାଳ ମୃତ୍ୟୁ ଏବେ ସମସ୍ୟା ହୋଇଛି। ସମୁଦ୍ର ତଟାଞ୍ଚଳରେ ବ୍ୟାପକ ଭାବେ ହେନ୍ତାଳବଣ ସୃଷ୍ଟି ହୋଇପାରିଲେ ତଟକ୍ଷୟରୁ ସାମୟିକ ରକ୍ଷା ମିଳିବ। ଏହି ନିଷିଦ୍ଧାଞ୍ଚଳରେ ବହୁ ସମୟରେ ବେଆଇନ ମାଛଧରା ସେମାନଙ୍କ ଜୀବନ ପ୍ରତି ବିପଦ ସାଜିଛି। ବନ ବିଭାଗ ନିକଟରେ ବେଆଇନ ଭାବେ ପ୍ରବେଶ କରୁଥିବା ଟ୍ରଲରକୁ ଧରିବାକୁ ଉପଯୁକ୍ତ ଇଞ୍ଜିନ ବିଶିଷ୍ଟ ବୋଟ୍‌ ନାହିଁ। ଜିଲାରେ ତନ୍ତିଆପାଳ, ଖରିନାସୀ ଓ ଜମ୍ବୁ ସାମୁଦ୍ରିକ ଥାନା ଥିଲେ ମଧ୍ୟ କର୍ମଚାରୀଙ୍କ ଅଭାବ ରହିଛି। ସେହିପରି ତଟ ସୁରକ୍ଷା ବାହିନୀ ସହ ସମ୍ପର୍କ ରଖିବାରେ ବହୁ ସମୟରେ ବନ ବିଭାଗ ବିଫଳ ହେଉଛି। ତଟାଞ୍ଚଳରେ ଥିବା ଚିଙ୍ଗୁଡ଼ି ଘେରିରୁ ଉପତ୍ନ୍ନ ରାସାୟନିକ ବର୍ଜ୍ୟବସ୍ତୁ ଏହି ବିରଳ ଜୀବର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜ୍ୟ ସରକାର ଅଲିଭରିଡ୍‌ଲେଙ୍କ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ପ୍ରଚାର ପ୍ରସାର ପାଇଁ ଏହି ଜୀବକୁ ମାସ୍‌କଟ ଭାବେ ବ୍ୟବହାର କରୁଥିବାବେଳେ ଇକୋ ଟ୍ୟୁରିଜମ ପାଇଁ ବ୍ୟବସ୍ଥା କରିଛନ୍ତି। ତେବେ ଏହା ଗହୀରମଥାରେ କାର୍ଯ୍ୟକାରୀ ହେଉ ନ ଥିବା ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ ବିରଳ ଅଲିଭରିଡ୍‌ଲେଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି। ସମୁଦ୍ର ତଟାଞ୍ଚଳର ବିଭିନ୍ନ ସ୍ଥାନରେ କ୍ୟାମ୍ପ କରାଯାଇଛି। ସେଠାରେ ସୁରକ୍ଷା କର୍ମୀ ଅନବରତ ରହୁଛନ୍ତି। ସେହିପରି ପାଟ୍ରୋଲିଂ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ସମୁଦ୍ରର ନିଷିଦ୍ଧାଞ୍ଚଳ ମଧ୍ୟକୁ କଟକଣା ସମୟରେ ୨୦୨୩ରେ ବେଆଇନ ପ୍ରବେଶ ସମୟରେ ୭୦ରୁ ଊର୍ଦ୍ଧ୍ୱ ବୋଟ୍‌ ଓ ଟ୍ରଲରକୁ ଜବତ କରାଯାଇଥିବା ବେଳେ ୩ଶହରୁ ଅଧିକ ମତ୍ସ୍ୟଜୀବୀଙ୍କ ନାମରେ ମାମଲା ରୁଜୁ ହୋଇଛି। ଚଳିତ କଟକଣା ସମୟକୁ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri