Posted inଖେଳ

ଆଇଫେଲ ଟାଓ୍ବାରରେ ଚଢ଼ିଥିବା ବ୍ୟକ୍ତିଙ୍କୁ ଛାଡିଦେଲା ପୋଲିସ

ପ୍ୟାରିସ, ୧୩ା୮: ପ୍ୟାରିସ ଅଲିମ୍ପିକ୍ସ ଉଦ୍‌ଯାପନୀ ଉତ୍ସବ ବେଳେ ଆଇଫେଲ ଟାଓ୍ବାର ଉପରକୁ ଅନଧିକାର ଚଢ଼ିଯାଇଥିବା ବ୍ୟକ୍ତି ଜଣକ ଜଣେ ବ୍ରିଟିଶ ନାଗରିକ ବୋଲି ଜଣାପଡ଼ିଛି। ତାଙ୍କ ନାମ ପ୍ରକାଶ କରାଯାଇ ନାହିଁ। ପୋଲିସ ହେପାଜତରୁ ସେ ସୋମବାର ଛାଡ଼ ପାଇଛନ୍ତି। ହେଲେ ସ୍ଥାନୀୟ ପୋଲିସ ଏହି ଐତିହାସିକ ସ୍ଥଳରେ ଅନଧିକାର ପ୍ରବେଶ ଘଟଣାର ତଦନ୍ତ ଜାରି ରଖିଛି।

ପ୍ୟାରିସ ଅଲିମ୍ପିକ୍ସ ଉଦ୍‌ଯାପନୀ ଉତ୍ସବର କିଛି ଘଣ୍ଟା ପୂର୍ବରୁ ଅପରାହ୍ନରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥିଲା। ବ୍ୟକ୍ତି ଜଣକ ଫୁଙ୍ଗୁଳା ଦେହରେ ଆଇଫେଲ ଟାଓ୍ବାର ଉପରକୁ ଚଢୁଥିବା ଦେଖିବାକୁ ମିଳିଥିଲା। ଫ୍ରେଞ୍ଚ ପୋଲିସ ତୁରନ୍ତ ଆଇଫେଲ ଟାଓ୍ବାର ଅଞ୍ଚଳକୁ ଖାଲି କରିଦେଇଥିଲେ। ଆଇଫେଲ ଟାଓ୍ବାରର ଉଚ୍ଚତା ହେଉଛି ୩୩୦ ମିଟର (୧,୦୮୩ ଫୁଟ୍‌)। ସେ ସ୍ମାରକର ଦ୍ୱିତୀୟ ଭାଗରେ ଲଗା ଯାଇଥିବା ରିଙ୍ଗ ଉପରକୁ ଚଢିଯାଇଥିଲେ।

ସେ କେଉଁ ବାଟ ଦେଇ ଚଢିଥିଲେ ତାହା ଜଣାପଡ଼ିନାହିଁ। ଫ୍ରେଞ୍ଚ ପୋଲିସ ବ୍ୟକ୍ତିଙ୍କୁ ଓହ୍ଲାଇବାର ବ୍ୟବସ୍ଥା କରିଥିଲେ। ଅଲିମ୍ପିକ୍ସ ପ୍ରତିଯୋଗିତାଗୁଡ଼ିକ ଶେଷ ହୋଇଯିବା ପରେ ପ୍ୟାରିସରେ ସୁରକ୍ଷା କର୍ମୀଙ୍କ ଧ୍ୟାନ ଉଦ୍‌ଯାପନୀ ଉତ୍ସବ ଉପରକୁ ଚାଲିଯାଇଥିଲା।

ସୂଚନାଯୋଗ୍ୟ, ପୋଲିସ ଅପରାହ୍ନ ୩ଟାରେ ଅଞ୍ଚଳକୁ ଖାଲି କରିଥିଲା। କିଛି ପର୍ଯ୍ୟଟକ ଦ୍ୱିତୀୟ ତାଲାରେ ଅଟକି ଯାଇଥିଲେ। ସ୍ଥାନ ଛାଡ଼ିଚାଲିଯିବା ଲାଗି ସେମାନଙ୍କୁ ୩୦ ମିନିଟ ସମୟ ଦିଆଯାଇଥିଲା। ଆଇଫେଲ ଟାଓ୍ବାର ଉପରେ ଚଢିଥିବା ଲୋକକୁ ପୋଲିସ ଅଟକ ରଖିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ବିଚ୍ଛିନ୍ନତାବାଦୀଙ୍କ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌: ୭ ମୃତ ୨୦ରୁ ଊର୍ଦ୍ଧ୍ୱ ଆହତ

ଦୁବାଇ,୨ା୧: ପୂର୍ବ ୟେମେନ୍‌ରେ ଥିବା ବିଚ୍ଛିନ୍ନତାବାଦୀଙ୍କ କ୍ୟାମ୍ପ ଉପରେ ସାଉଦି ଆରବ ନେତୃତ୍ୱରେ ଶୁକ୍ରବାର ମିଳିତ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

ବଡ଼ପଣ ଦେଖାଇଲେ ତହସିଲଦାର: ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦୁର୍ଘଟଣା ଜାଣି..

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶତ୍ରୁଘ୍ନ ଦାସ ନିଜ ଗାଁ ମୋତିଗାଁରୁ ଚନ୍ଦାହାଣ୍ଡି ତହସିଲକୁ...

ପ୍ଲାଷ୍ଟିକ ପଲିଥିନ ମୁକ୍ତ ହେବ ହୁମା ବଜାର: ଆହ୍ବାନ ଦେଲେ ବିଧାୟକ

ଗଞ୍ଜାମ,୨।୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri