ବଜେଟ ୨୦୨୪

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୪-୨୫ ଆର୍ଥିକ ବର୍ଷ ଲାଗି ପାର୍ଲାମେଣ୍ଟରେ ବଜେଟ ଉପସ୍ଥାପନ କରିଛନ୍ତି। ଏହା ତାଙ୍କର ସପ୍ତମ ବଜେଟ। ଏହି ବଜେଟରେ କୃଷି, ଶିଳ୍ପ ଓ ରୋଜଗାର ଦକ୍ଷତା ବିକାଶ ଉପରେ ବିଶେଷ ଧ୍ୟାନ ଦିଆଯାଇଥିବା ଅର୍ଥମନ୍ତ୍ରୀ ସୀତାରାମନ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହଛନ୍ତି ଯେ, ଏହି ବଜେଟ ବିକାଶକୁ ନୂତନ ସ୍ତରକୁ ନେଇଯିବ। ଯୁବକମାନେ ଅନେକ ସୁଯୋଗ ପାଇବେ। ଦେଖିବାକୁ ଗଲେ ୨୦୨୪-୨୫ ବଜେଟ ମୋଦିଙ୍କର ଏକାଦଶ ବଜେଟ। ଅବଶ୍ୟ ଏହା ପୂର୍ବର ୧୦ଟି ବଜେଟ ଥିଲା ମୋଦିଙ୍କ ନେତୃତ୍ୱାଧୀନ କେବଳ ଭାଜପାର ନିଜସ୍ବ ବଜେଟ। ଏକ ଦଶନ୍ଧି ବ୍ୟାପୀ ଜଣେ ବ୍ୟକ୍ତିଙ୍କ ମନଇଚ୍ଛାରେ ଅର୍ଥନୀତି ଚାଲିବା ପରେ ଯେଉଁ ବିଫଳତା ୨୦୨୪ ନିର୍ବାଚନରେ ଭୋଗିବାକୁ ପଡ଼ିଲା, ତାହା ଭାଜପାର ବୁଦ୍ଧି ହଜାଇ ଦେଇଥିବା ଭଳି ମନେହେଉଛି। ଯାହାଫଳରେ ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ସତ୍ତ୍ୱେ ଏହି ୨୦୨୪ ବଜେଟ ସ୍ପଷ୍ଟ ଜଣାଇଦେଉଛି ଯେ, ଏଥର ମୋଦିଙ୍କ ପରିବର୍ତ୍ତେ ଏକ ମିଳିତ ସରକାରର ବଜେଟ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଇଚ୍ଛା ପରିବର୍ତ୍ତେ ଏହି ବଜେଟରେ ଆନ୍ଧ୍ରର ଚନ୍ଦ୍ରବାବୁ ନାଇଡୁ ଏବଂ ବିହାରର ନୀତୀଶ କୁମାରଙ୍କ ରାଜନୈତିକ ଇଚ୍ଛାର ପ୍ରତିଫଳନ ଘଟିଛି। ବଜେଟ ପଠନର ପ୍ରଥମ ପ୍ରାୟ ୨୫ ମିନିଟ୍‌ ପର୍ଯ୍ୟନ୍ତ ଅର୍ଥମନ୍ତ୍ରୀ ସୀତାରାମନ କେବଳ ଆନ୍ଧ୍ର ଏବଂ ବିହାର ସମ୍ପର୍କରେ କହିଚାଲିଲେ। ଏହା ଉଲ୍ଲେଖ କରିବା ଅନିବାର୍ଯ୍ୟ ଯେ ସିଧାସଳଖ ଏହି ଦୁଇ ରାଜ୍ୟକୁ ଯଚାଯାଇଥିବା ଅନେକ ଲକ୍ଷ କୋଟି ସାହାଯ୍ୟ ବ୍ୟତୀତ ଲୁକ୍କାୟିତ ଭାବେ ମଧ୍ୟ ବିପୁଳ ଅର୍ଥ ଖର୍ଚ୍ଚ କରାଯିବାର ବ୍ୟବସ୍ଥା କରାଯାଇଛି। ଉଦାହରଣ ସ୍ବରୂପ, ଆନ୍ଧ୍ର ଏବଂ ଓଡ଼ିଶା ସୀମାନ୍ତରେ ଥିବା ପୋଲାଭରମ୍‌ ଜଳସେଚନ ପ୍ରକଳ୍ପକୁ ପୁନର୍ଜୀବିତ କରିବାର ପ୍ରତିଶ୍ରୁତି ଦିଆଯାଇଛି। ଏଥିପାଇଁ ପୂର୍ବରୁ ଚନ୍ଦ୍ରବାବୁ ନାଇଡୁ ସ୍ପଷ୍ଟ ଭାବେ ୧୨,୦୦୦ କୋଟି ଟଙ୍କା ମାଗିଥିଲେ। ସେହି ଅଙ୍କକୁ ଉଲ୍ଲେଖ କରି ସମ୍ପୂର୍ଣ୍ଣ ପ୍ରକଳ୍ପକୁ ପୁନର୍ଜୀବିତ କରିବା ଅର୍ଥ ହେଉଛି ସେଥିରେ ଦାବି କରାଯାଇଥିବା ଅର୍ଥଠାରୁ ଯଥେଷ୍ଟ ଅଧିକ ଖର୍ଚ୍ଚ କରାଯିବ। ଉଲ୍ଲେଖଯୋଗ୍ୟ ଯେ, ଉଭୟ ରାଜ୍ୟ ଆନ୍ଧ୍ର ଓ ବିହାରର ଜନସଂଖ୍ୟାକୁ ମିଶାଇଲେ ଦେଶର ପ୍ରାୟ ୧୫ ପ୍ରତିଶତ ହେବ। କିନ୍ତୁ ତାଙ୍କୁ ଦିଆଯାଇଥିବା ବଜେଟ ପ୍ରସ୍ତାବରେ ଅର୍ଥ ସମ୍ପୂର୍ଣ୍ଣ ଭାବେ ଏକ ଭିନ୍ନ ଚିତ୍ର ଦର୍ଶାଉଛି। ସେଥିରୁ ବୁଝାପଡ଼ୁଛି ଯେ ଏହା ଏକ ରାଜନୈତିକ ବଜେଟ, ଯାହାର ଉଦ୍ଦେଶ୍ୟ ସୀମିତ ହେଉଛି କେବଳ ମୋଦି ସରକାରକୁ ବଞ୍ଚାଇ ରଖିବା।
ନିର୍ବାଚନ ଫଳାଫଳ ଭାଜପାକୁ ଦର୍ଶାଇଲା ଭଳି ମନେହେଉଛି ଯେ, ଭାରତର ଯୁବପିଢ଼ି ସରକାରର ନୀତି ସହିତ ସନ୍ତୁଷ୍ଟ ନୁହେଁ। ବେକାରି ପରିସ୍ଥିତି ଭୟାବହ ହୋଇ ପଡ଼ିଥିବାରୁ ଯୁବପିଢ଼ି ସମ୍ପୂର୍ଣ୍ଣ ଭାବେ ଭାଜପାଠାରୁ ଦୂରେଇଯାଇଛି। ସେଥିପାଇଁ କୌଣସି ଧାର୍ମିକ ଧ୍ୱନି ନିର୍ବାଚନରେ ସଫଳତା ଦେଇପାରିଲା ନାହିଁ। ତେଣୁ ସରକାରୀ ସ୍ତରରେ ଘୋଷଣା କରାଯାଇଛି ଯେ ଲକ୍ଷାଧିକ ସଂଖ୍ୟାରେ ଯୁବପିଢ଼ିଙ୍କୁ ଆସନ୍ତା ୫ ବର୍ଷ ମଧ୍ୟରେ ବିଭିନ୍ନ ଘରୋଇ କମ୍ପାନୀ ଦ୍ୱାରା ପ୍ରଶିକ୍ଷିତ କରାଯିବ। ସେଥିପାଇଁ ଭବିଷ୍ୟନିଧି ଅର୍ଥକୁ ପ୍ରାରମ୍ଭିକ ସ୍ତରରେ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି। ଏଭଳି ଅର୍ଥ କେଉଁ ଭାବେ ଯୁବକମାନଙ୍କ ପାଖରେ ପହଞ୍ଚତ୍ବ ତାହା ଅସ୍ପଷ୍ଟ ରହିଛି। ଏହା ବ୍ୟତୀତ ସ୍ଥାୟୀ ଚାକିରି ପାଇବା ପୂର୍ବରୁ ଭବିଷ୍ୟନିଧି କାହିଁକି ଦିଆଯିବ ମଧ୍ୟ ଅଜଣା। ଏହା ଅନ୍ୟ ରୂପରେ ଅଗ୍ନିବୀର ଭଳି ବିଫଳ କାର୍ଯ୍ୟକ୍ରମ ଭାବେ ପ୍ରତିଫଳିତ ହୋଇପାରେ। ଅନ୍ୟପଟେ ସରକାରୀ ସମର୍ଥନ ବିନା ଘରୋଇ କମ୍ପାନୀଗୁଡ଼ିକ କେତେ ଯୁବକଙ୍କୁ କୁଶଳୀ କରିପାରିବେ ତାହା ମଧ୍ୟ କୌଣସି ଜାଗାରେ ସ୍ପଷ୍ଟ କରାଯାଇନାହିଁ।
ଗ୍ରାମାଞ୍ଚଳରେ ହେଉଥିବା ମନରେଗା କାର୍ଯ୍ୟକ୍ରମ ସମ୍ପର୍କରେ ଅର୍ଥମନ୍ତ୍ରୀ ସୀତାରାମନ ତାଙ୍କ ଭାଷଣରେ ଆଦୌ ଉଲ୍ଲେଖ କରିନାହାନ୍ତି। କୃଷି ପାଇଁ ମଧ୍ୟ କୌଣସି ଉଲ୍ଲେଖନୀୟ ଯୋଜନାର ଘୋଷଣା କରାଯାଇନାହିଁ। ଏହିସବୁ ପ୍ରତିଶ୍ରୁତି ଏବଂ ସଂଖ୍ୟା ମଧ୍ୟରେ ଓଡ଼ିଶାର ସ୍ଥାନ ଜଣାପଡ଼ିନାହିଁ। କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପର ଉନ୍ନତି ସହ ଓଡ଼ିଶାର ଭିତ୍ତିଭୂମି ପ୍ରଗତି ପାଇଁ ୨୦୨୪ ବଜେଟରେ କୌଣସି ବିଶେଷ ଉଲ୍ଲେଖ ନାହିଁ। ଆସନ୍ତା ୫ ବର୍ଷ ଯଦି ଏହିଭଳି ପରିସ୍ଥିତି ଲାଗିରହେ, ତେବେ ବିପୁଳ ସମର୍ଥନ ଦେଇ ଭାଜପାକୁ ଜିତାଇଥିବା ଓଡ଼ିଆ ଭୋଟର ନିରାଶ ହେବାର ସମ୍ଭାବନା ଏବେ ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri