ନିର୍ବାଚନରୁ ଓହରିଲେ ବିରଞ୍ଚତ୍

ଭୁବନେଶ୍ୱର, ୨୩।୪ (ବନ୍ଦନା ସେଠୀ):ନିର୍ବାଚନ ମଇଦାନରୁ ଓହରିଲେ ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ବିରଞ୍ଚତ୍ ମହାସୁପକାର ଓରଫ ଲିଟୁ। ଏବେ ସେ ଦଳ ପାଇଁ ପ୍ରଚାର କରିବା ସହ ଦଳୀୟ ପ୍ରାର୍ଥିଙ୍କ ବିଜୟ ପାଇଁ କାର୍ଯ୍ୟ କରିବେ। ଚଳିତ ନିର୍ବାଚନରେ ସେ ଏକାମ୍ର ନିର୍ବାଚନମଣ୍ଡଳୀରୁ ସ୍ବାଧୀନ ଭାବେ ଲଢିବା ପାଇଁ ମନସ୍ଥ କରିବା ସହ ଏଥିପାଇଁ ଜୋରଦାର ପ୍ରଚାର ମଧ୍ୟ ଚଳାଇଥିଲେ। ତେବେ ସୋମବାର ବିରଞ୍ଚତ୍ଙ୍କୁ ନବୀନ ନିବାସରୁ ଡକରା ଆସିଥିଲା। ସେଠାରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ସହ ଆଲୋଚନା ହେବା ପରେ ଏନେଇ ବିରଞ୍ଚତ୍ ସୂଚନା ଦେଇଛନ୍ତି। ଦଳର ଜଣେ ଶୃଙ୍ଖଳ କର୍ମୀଭାବେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇବେ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଏକାମ୍ର ନିର୍ବାଚନମଣ୍ଡଳୀରୁ ବିରଞ୍ଚତ୍ ଟିକେଟ୍‌ ପାଇବାକୁ ଆଶା ରଖିଥିଲେ। ମାତ୍ର ଦଳ ସେଠାରେ ଅଶୋକ ପଣ୍ଡାଙ୍କୁ ରିପିଟ୍‌ କରିବା ପରେ ବିରଞ୍ଚତ୍ ସ୍ବାଧୀନ ଭାବେ ଲଢେଇ ଜାରି ରଖିବେ ବୋଲି ନିଷ୍ପତ୍ତି ନେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ଅଧୁରା ରହିଥିବା କାମକୁ ପୂରା କରିବା ପ୍ରସଙ୍ଗ ନେଇ ନିର୍ବାଚନୀ ବୈତରଣୀ ପାର୍‌ ହେବାକୁ ଜୋର୍‌ଦାର ଚେଷ୍ଟା ଚଳାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

ମାର୍ଚ୍ଚ ୨୬ରୁ ମେ ୩୧ ମଧ୍ୟରେ ହେବ ଆଇପିଏଲ୍‌

ମୁମ୍ୱାଇ, ୧୬ା୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମି ସଂସ୍କରଣ ମାର୍ଚ୍ଚ ୨୬ରୁ ମେ ୩୧ ଓ୍ୱିଣ୍ଡୋରେ ଖେଳାଯିବ। ମାତ୍ର ଆରସିବିର ଘରୋଇ ଗ୍ରାଉଣ୍ଡ ବେଙ୍ଗାଲୁରୁରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri