Odisha Elections 2024

ପଦ୍ମଶ୍ରୀ ପ୍ରମୋଦଙ୍କୁ ଉତ୍କଳ ପ୍ରତିଭା ସମ୍ମାନ

ଭୁବନେଶ୍ୱର,୨।୪: ଓଡ଼ିଶା ତଥା ଭାରତର ଜଣାଶୁଣା ପାରା-ବ୍ୟାଡ୍‌ମିଣ୍ଟନ କ୍ରୀଡାବିତ୍‌ ତଥା ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କୁ ଉତ୍କଳ ପ୍ରତିଭା ପ୍ରତିଷ୍ଠାନ (ଓଡିଏମ୍‌ ସମୂହର ଅନ୍ୟତମ ଅନୁଷ୍ଠାନ) ପକ୍ଷରୁ ‘ଉତ୍କଳ ପ୍ରତିଭା ସମ୍ମାନ-୨୦୨୪’ପ୍ରଦାନ କରାଯାଇଛି। ଏପରିକି ପବିତ୍ର ଓଡ଼ିଶା ଦିବସ ଅବସରରେ ଭୁବନେଶ୍ୱରର ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ ସ୍କୁଲ ପରିସରରେ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ କଳା, ସାହିତ୍ୟ, ଭାଷା, ବିଜ୍ଞାନ, ନୃତ୍ୟ ଓ ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ଚିହ୍ନଟ ସହ ଏକ ନିଆରା କାର୍ଯ୍ୟକ୍ରମ ମାଧ୍ୟମରେ ‘ଉତ୍କଳ ପ୍ରତିଭା ସମ୍ମାନ-୨୦୨୪’ରେ ସମ୍ମାନିତ କରାଯାଇଛି। ଉଲ୍ଲେଖଯୋଗ୍ୟ, ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ.ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଏ.ସୂର୍ଯ୍ୟନାରାୟଣ ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ବର୍ଦ୍ଧିତ ଅତିଥି ଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଅରୁଣ କୁମାର ପରିଚ୍ଛା, ଓଟିଭିର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶିକା ଜାଗି ମଙ୍ଗତ୍‌ ପଣ୍ଡା, ସମ୍‌ ହସ୍‌ପିଟାଲ୍‌ର ମୁଖ୍ୟ ଉପଦେଷ୍ଟା ପ୍ରଫେସର ଡା. ଅଶୋକ କୁମାର ମହାପାତ୍ର, ଭୁବନେଶ୍ୱର କେୟାର ହସ୍‌ପିଟାଲ୍‌ର ନିର୍ଦ୍ଦେଶକ ଡା. ମହେନ୍ଦ୍ର ପ୍ରସାଦ ତ୍ରିପାଠୀ, ପାରା-ବ୍ୟାଡ୍‌ମିଣ୍ଟନ କ୍ରୀଡାବିତ୍‌ ପଦ୍ମଶ୍ରୀ ପ୍ରମୋଦ ଭଗତ୍‌, କିଟ୍‌ ସ୍କୁଲ୍‌ ଅଫ୍‌ ବାୟୋଟେକ୍ନୋଲୋଜି (ଗବେଷଣା ଏବଂ ପ୍ରଗତି)ର ସାଧାରଣ ନିର୍ଦ୍ଦେଶକ ପ୍ରଫେସର ଡ. ମୃତ୍ୟୁଞ୍ଜୟ ସୁଆର, ସମ୍‌ ଅଲ୍‌ଟିମେଟ୍‌ ମେଡିକେୟାରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଶ୍ୱେତପଦ୍ମା ଦାଶ, ଶିକ୍ଷା ଓ ସଙ୍ଗୀତ ଜଗତର ପ୍ରଫେସର ଡ. ରଜନୀ ରଞ୍ଜନ ଦାସ, କେନାଲ୍‌ ମ୍ୟାନ-ପଦ୍ମଶ୍ରୀ ଦୈତାରୀ ନାୟକ, ଜିନ୍ଦଲ୍‌ ଷ୍ଟିଲ୍‌ ଆଣ୍ଡ୍‌ ପାୱାର ଲିମିଟେଡ୍‌ରେ କର୍ପୋରେଟ୍‌ ଆଫେୟାର୍ସ, ସାଧାରଣ ପରିଚାଳକ ପୁଲିନ୍‌ କୁମାର ସାହୁ ଓ ବାଲୁକାଶିଳ୍ପୀ ମାନସ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ନାଇଡୁ ‘ଉତ୍କଳ ପ୍ରତିଭା ସମ୍ମାନ-୨୦୨୪’ରେ ପ୍ରମୋଦ ଭଗତଙ୍କ ସମେତ ସମସ୍ତ ୧୨ଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏପରିକି ବିଦ୍ୟାଳୟର ବିତ୍ତ ଏବଂ ପ୍ରଶାସନିକ ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ବୟନ ସତ୍ୟେନ୍ଦୁ ମୁଖ୍ୟ ଅତିଥିଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ। ବିଶେଷ କରି ଉତ୍କଳ ପ୍ରତିଭା ମାଧ୍ୟମରେ କିଭଳି ପ୍ରତିଭାଙ୍କୁ ଚିହ୍ନଟ କରିବା,ଉତ୍କଳ ପ୍ରତିଭା ଷ୍ଟୁଡିଓ ମାଧ୍ୟମରେ ସେମାନଙ୍କ ପ୍ରତିଭାକୁ ଲୋକଙ୍କ ପାଖରେ ପହଞ୍ଚାଇବା, ସାକ୍ଷାତକାର ମାଧ୍ୟମରେ ବର୍ଷ ଶେଷରେ ସେମାନଙ୍କ ପ୍ରତିଭାକୁ ସମ୍ମାନିତ କରିବା ଏହା ହିଁ ହେଉଛି ଉତ୍କଳ ପ୍ରତିଭା ପ୍ରତିଷ୍ଠାନର ପ୍ରୟାସ।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଏମ୍‌ର ସ୍ବତନ୍ତ୍ର ସମ୍ବର୍ଦ୍ଧନା ସମାରୋହ

ଭୁବନେଶ୍ୱର,୧୯।୫ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ୍‌ର ଛାତ୍ରୀଛାତ୍ରମାନେ ନିକଟରେ ପ୍ରକାଶିତ ସେଣ୍ଟ୍ରାଲ ବୋର୍ଡ ଅଫ୍‌...

ନକଲି କଲ୍‌ ଉପରେ ରୋକ ଲଗାଇବ ଟ୍ରାଇ

ଭୁବନେଶ୍ୱର,୧୯।୫ (ଅନୁରାଧା ମହାରଣା): ନକଲି ତଥା ବାରମ୍ବାର କଲ୍‌ କରି ହଇରାଣ କରୁଥିବା ମାର୍କେଟିଂ କଲ୍‌କୁ ରୋକିବା ପାଇଁ ଦେଶରେ ବହୁ ବର୍ଷ ଧରି ନିୟମ...

ଲଗାତାର ୬ ମାସ ପାଇଁ ଓଡ଼ିଶାରେ ଦରଦାମ୍ ସବୁଠୁ ଅଧିକ

ଭୁବନେଶ୍ୱର,୧୮।୫: ବିଭିନ୍ନ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଦୃଷ୍ଟିରୁ ଓଡ଼ିଶା ଲଗାତାର ୬ ମାସ ହେଲା ଦେଶର ସବୁଠାରୁ ମହଙ୍ଗା ପାଲଟିଛି। ଓଡ଼ିଶାରେ ଗତ ୬ ମାସ...

ଆମେରିକାରେ ଜୟଆଲୁକ୍କାସ୍‌ର ମେଗା ବିସ୍ତାର ଯୋଜନା

ଭୁବନେଶ୍ୱର, ୧୮।୫: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଅନ୍ତଃରାଷ୍ଟ୍ରୀୟ ଜୁଏଲେରି ବ୍ରାଣ୍ଡ୍‌ ‘ଜୟଆଲୁକ୍କାସ୍‌’ର ନୂତନ ଆଉଟ୍‌ଲେଟ୍‌ ଏବଂ ବିସ୍ତାର ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ସର୍ବୋଚ୍ଚ ସ୍ତରରେ ସୁନା ଦର

ନୂଆଦିଲ୍ଲୀ,୧୮।୫: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଦରବୃଦ୍ଧି କାରଣରୁ (କ୍ରମାଗତ ଭାବେ) ଘରୋଇ ବଜାରରେ (କ୍ରମାଗତ ଭାବେ) ଉଭୟ ସୁନା ଓ ରୁପା ଦର ବୃଦ୍ଧି ପାଉଛି। ଏପରିକି...

ଓଡ଼ିଶାରେ ଓ୍ବଣ୍ଡେର୍ଲା ଆମ୍ୟୁଜ୍‌ମେଣ୍ଟ ପାର୍କ

ଭୁବନେଶ୍ୱର,୧୮।୫ (ଅନୁରାଧା ମହାରଣା): ଭାରତର ସର୍ବବୃହତ୍‌ ପାର୍କ ଚେନ୍‌ କୁହାଯାଉଥିବା ୱଣ୍ଡେର୍ଲା ହଲିଡେଜ୍‌ ପକ୍ଷରୁ ଓଡ଼ିଶାରେ ଓ୍ବଣ୍ଡେର୍ଲା ଆମ୍ୟୁଜ୍‌ମେଣ୍ଟ ପାର୍କ ନିର୍ମାଣ ହୋଇଛି। ଭୁବନେଶ୍ୱରଠାରୁ ୨୨.୫ କି.ମି....

ଓସ୍‌ମେ ମହିଳା ଶିଳ୍ପୋଦ୍ୟୋଗୀ ସଂଘର ନୂତନ କର୍ମକର୍ତ୍ତା

ଭୁବନେଶ୍ୱର,୧୮।୫: ରାଜ୍ୟର ପ୍ରମୁଖ ଶିଳ୍ପ ସଂଘ ତଥା କଟକ ଖପୁରିଆ ଶିଳ୍ପାଞ୍ଚଳଠାରେ ଥିବା ଓଡ଼ିଶା ଆସମ୍ବଲି ଅଫ୍‌ ସ୍ମଲ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ୍‌ (ଓଏଏସ୍‌ଏମ୍‌ଇ ବା...

ଓସିପିଏଲ୍‌ ପକ୍ଷରୁ ଦିନିକିଆ କର୍ମଶାଳା

ଭୁବନେଶ୍ୱର,୧୮।୫: ଓଡ଼ିଶା କୋଲ୍‌ ଆଣ୍ଡ ପାଓ୍ବାର ଲିମିଟେଡ୍‌ (ଓସିପିଏଲ୍‌)ର ମନୋହରପୁର ୟୁନିଟ୍‌ ପକ୍ଷରୁ ଆୟୋଜିତ ଏକ ଦିନିକିଆ କର୍ମଶାଳା ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri