ସାଇକେଲରେ ପଞ୍ଚଲିଙ୍ଗେଶ୍ୱର ପହଞ୍ଚିଲେ ବିଦେଶୀ ପର୍ଯ୍ୟଟକ

ନୀଳଗିରି, ୨୪।୩(ପ୍ରଶାନ୍ତ ବିଶ୍ୱାଳ):ପର୍ଯ୍ୟଟନ ମାନଚିତ୍ରରେ ଉତ୍ତରଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପଞ୍ଚଲିଙ୍ଗେଶ୍ୱର। ବିସ୍ତୀର୍ଣ୍ଣ ସବୁଜ ବନାନୀ ପଞ୍ଚଲିଙ୍ଗେଶ୍ୱରକୁ ପ୍ରତିଦିନ ଦେଶ ଓ ଦେଶ ବାହାରର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଶୁକ୍ରବାର ଅପରାହ୍ନରେ ବେଲଜିୟମ ନାଗରିକ ଥିଏରି ଦେମିନ୍ସେଉ ଗୁଗଲର ସହାୟତା ନେଇ ବାଙ୍ଗାଲୋରରୁ ସାଇକେଲରେ ବାହାରି ବିଭିନ୍ନ ରାଜ୍ୟ ହୋଇ ଶେଷରେ ଓଡ଼ିଶାର କେନ୍ଦୁଝର ଜିଲା ହଦଗଡ଼ ଦେଇ ନୀଳଗିରି ପଞ୍ଚଲିଙ୍ଗେଶ୍ୱରଠାରେ ପହଞ୍ଚତ୍ଥିଲେ। ସେଠାରେ ହୋଟେଲ ସାଇ ଈଶ୍ୱରୀ ହିଲ୍‌ ଭିଉ ରିସୋର୍ଟରେ ପହଞ୍ଚିଥିବା ପରେ ହୋଟେଲ ମାଲିକ ମନୋରଞ୍ଜନ ଦାସ ତାଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରିବା ସହ ସେଠାରେ ରାତ୍ରିଯାପନ କରିଥିଲେ। ତାଙ୍କୁ ରିସୋର୍ଟ ତରଫରୁ ଓଡ଼ିଆ ଖାଦ୍ୟ ରୁଟି, ଡାଲମା, ପନିର, ସାଲାଡ଼, ମିକ୍ସଭେଜ୍‌ ଖାଇବାକୁ ଦିଆଯାଇଥିଲା। ଏହି ଖାଦ୍ୟ ଖାଇ ପର୍ଯ୍ୟଟକ ଖୁବ୍‌ ପ୍ରଶଂସା କରିଥିଲେ। ଶନିବାର ହୋଟେଲ ମାଲିକ ମନୋରଞ୍ଜନ ଦାସଙ୍କ ସହିତ କଥାବାର୍ତ୍ତା ହୋଇ ବାଲେଶ୍ୱରର ବିଭିନ୍ନ ସ୍ଥାନ ଭ୍ରମଣ କରିବା ସହିତ ଡଗରା ବେଳାଭୂମି ହୋଇ କୋଲକାତା ଅଭିମୁଖେ ଯାତ୍ରା କରିବେ ବୋଲି ପ୍ରକାଶ କରିଥିଲେ। ଦୈନିକ ୮୦ରୁ ୧୦୦କି.ମି. ସାଇକେଲ ଯାତ୍ରା କରୁଥିବା ଥିଏରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାପ କାମୁଡ଼ାରେ ଚାଲିଗଲା ପୁଅର ଜୀବନ

ଅମରପାଲି,୯ା୫(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହିଲୁଙ୍ଗ ଗ୍ରାମରେ ଗୁରୁବାର ସାପ କାମୁଡ଼ାରେ ୩ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମୃତକ ହେଲେ ଶାନ୍ତି...

ମହାନଦୀ ପ୍ରସଙ୍ଗରେ କୁମ୍ଭୀର କାନ୍ଦଣା ବନ୍ଦ କରୁ ଭାଜାପା: ବିଜେଡି

ସମ୍ବଲପୁର,୯ା୫(ପ୍ରମୋଦ ବହିଦାର): ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଥିବା ଭାଜପା ନେତାଙ୍କ ମିଛ ଧରାପଡିଛି। ମହାନଦୀ ଶୁଖିଲା ପଡିଛି, ଏଥିପାଇଁ ଦାୟୀ କିଏ। ସେ...

ଗାଁକୁ ଫେରିଲା ଦୁଇ ଦାଦନ ଶ୍ରମିକଙ୍କ ମୃତଦେହ

ଗୋପାଳପୁର,୯ା୫(ନବୀନ ରାଜ ଆଚାରୀ): ତେଲଙ୍ଗାନା ରାଜ୍ୟର ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇ ଆକ୍ରମଣର ଶିକାର ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି l ଗୁରୁବାର ଉଭୟଙ୍କ...

ସରକାରଙ୍କ ଅଣଦେଖା: ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଭବାନୀପାଟଣା,୯ା୫(ଉତ୍ତମ କୁମାର ଦାଶ): ଗ୍ରାମାଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ପ୍ରଶାସନିକ ଅବହେଳା ଓ ଜନପ୍ରତିନିଧିମାନଙ୍କ...

୧୩ରେ ପ୍ରଥମ ମତଦାନ: ୭୦୩ କେନ୍ଦ୍ରର ହେବ ଓ୍ବେବ୍‌କାଷ୍ଟ

ଛତ୍ରପୁର,୯ା୫(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲାରେ ଆଉ ତିନି ଦିନ ପରେ ୧୩ ତାରିଖ ଦିନ ବ୍ରହ୍ମପୁର ଲୋକସଭା ଏବଂ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି...

ଖର୍ଚ୍ଚ ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ଆସିଲେ ତୁରନ୍ତ ଜଣାଅ

ଭଦ୍ରକ,୯।୫ (ସନାତନ ରାଉତ)-ଭଦ୍ରକ ଲୋକ ସଭା ଓ ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି।...

ବିଧାୟକ, ଏମ୍‌ପି ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଭିକ୍ଷା କରୁଛନ୍ତି କେସିଙ୍ଗା ନଗରପାଳ

କେସିଙ୍ଗା,୯ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ଓ୍ବାର୍ଡ ନମ୍ବର ୬ରେ ନଗରପାଳ ନୃପରାଜ ଯାଦବ ପ୍ରଚଣ୍ଡ ଟାଣଖରାକୁ ଖାତିର ନ କରି ଓ୍ବାର୍ଡ ନଂ...

ଚିଲିକାରେ ବ୍ରିଜ୍‌ ନିର୍ମାଣ ହେବ: ଓଡ଼ିଶା ପାଇଁ ଏହି ସବୁ ଘୋଷଣା କଲେ ନୀତିନ ଗଡ଼କରୀ

ପୁରୀ,୯।୫: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର କୃଷ୍ଣପ୍ରସାଦରେ ନିଜର ଅଭିଭାଷଣ ରଖିଛନ୍ତି। ଏହି ସମୟରେ ଗଡ଼କରୀ ଓଡ଼ିଶା ପାଇଁ ଅନେକ ଘୋଷଣା କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri