Posted inଫୁରସତ

ମୋବାଇଲ୍‌ରେ କାର୍ଟୁନ ଦେଖୁଥିଲେ ୫ ବର୍ଷର ଝିଅ: ହଠାତ୍‌ ଆସିଲା ହାର୍ଟଆଟାକ୍‌

ଲକ୍ଷ୍ନୌ,୨୪।୧: ଉତ୍ତରପ୍ରଦେଶର ଆମରୋହାଠାରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ମୋବାଇଲ ଫୋନ ଦେଖିବାବେଳେ ଜଣେ ୫ ବର୍ଷର ଝିଅର ମୃତ୍ୟୁ ଘଟିଛି। ନାବାଳିକାଙ୍କ ମୃତ୍ୟୁକୁ ହୃଦଘାତ ବୋଲି ଡାକ୍ତର ଘୋଷଣା କରିଛନ୍ତି। ଝିଅର ମୃତ୍ୟୁୁ ହେତୁ ପରିବାରରେ ଶୋକର ବାତାବରଣ ରହିଛି। ହୋଇଥିଲା। କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ପରିବାର ଝିଅର ଶବଦାହ କରିଥିଲେ।
ନାବାଳିକାଙ୍କ ମୃତ୍ୟୁ ମାମଲା ଜିଲାର ହାସନପୁର କୋଟୱାଲି ଅଞ୍ଚଳର ହାଥିଆଖେଡା ଗାଁର। ଗାଁର ମହେଶ ଖଡ଼ଗବନ୍ସିଙ୍କ ପାଞ୍ଚ ବର୍ଷର ଝିଅ କାମିନୀଙ୍କ ଜନ୍ମଦିନ ୩୦ ଜାନୁଆରୀରେ ହୋଇଥିଲା। ସେ ତାଙ୍କ ମାତାପିତାଙ୍କ ଏକମାତ୍ର ଝିଅ ଥିଲେ। ମୃତ୍ୟୁ କାରଣରୁ ମା’ଙ୍କ ଅବସ୍ଥା ଭଲ ନାହିଁ। ଝିଅଟିର ହଠାତ୍‌ ମୃତ୍ୟୁକୁ ନେଇ ଗାଁର ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
କାମିନୀଙ୍କ ପିତା ମହେଶ କହିଛନ୍ତି ଯେ, ଶୁକ୍ରବାର ରାତିରେ ତାଙ୍କ ଝିଅ ରାତ୍ରୀ ଭୋଜନ କରିଥିଲେ ଏବଂ ତାଙ୍କ ମା’ ସୋନିଆଙ୍କ ସହ ଶେଯରେ ବସିଥିଲେ। ସେ ସୋନିଆଙ୍କ ମୋବାଇଲରେ କାର୍ଟୁନ ଦେଖୁଥିଲେ। ହଠାତ୍‌ ମୋବାଇଲ ଫୋନ କାମିନୀଙ୍କ ହାତରୁ ଖସିପଡିଲା ଏବଂ ସେ ଚେତାଶୂନ୍ୟ ହୋଇଗଲା। ମା’ ଭାବିଥିଲେ ଯେ ସେ ଶୋଇପଡିଛନ୍ତି ଯେଉଁଥିପାଇଁ ସେ ମୋବାଇଲ ଫୋନ ପକାଇଦେଇଥିଲେ। ଯେତେବେଳେ ସୋନିଆ କାମିନୀଙ୍କୁ ଜାଗ୍ରତ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ଉଠି ନ ଥିଲେ। ଏହା ଦେଖି ସୋନିଆ ଭୟଭୀତ ହୋଇ ଚିତ୍କାର କରିବାକୁ ଲାଗିଲେ। ତାଙ୍କର ଚିତ୍କାର ଶୁଣି ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଆସିଥିଲେ। ସେ ଶୀଘ୍ର କାମିନୀଙ୍କୁ ଡାକ୍ତରଙ୍କ ନିକଟକୁ ନେଇଗଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri