Odisha Elections 2024

ବିଜେଡିରେ ବଢ଼ୁଛନ୍ତି ଆଶାୟୀ

ଢେଙ୍କାନାଳ,୧୦ା୧(ରତନ ନାୟାର): ସାଧାରଣ ନିର୍ବାଚନ ଆଗକୁ ଥିବାରୁ ଏବେଠାରୁ ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡିରେ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସମର୍ଥକମାନେ ସହରର ଜନଗହଳି ଅଞ୍ଚଳରେ ନିଜ ନେତାଙ୍କ ସପକ୍ଷରେ ଆଲୋଚନା କରୁଥିବା ଦେଖିବାକୁ ମିଳୁଛି। ଫଳରେ ସହରରେ ରାଜନୈତିକ ବାତାବରଣ ଧୀରେ ଧୀରେ ସରଗରମ ହେଲାଣି।
ଟିକେ ପଛକୁ ଫେରି ଦେଖିଲେ, ୨୦୦୦ ମସିହାରେ ବିଜେଡି-ଭାଜପା ମେଣ୍ଟ ସମୟରେ ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀରୁ ଭାଜପା ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ର ବିଜୟୀ ହୋଇଥିଲେ। ୨୦୦୪ରେ କଂଗ୍ରେସରୁ ଜିତି ସୁଧୀର କୁମାର ସାମଲ ବିଧାୟକ ହୋଇଥିଲେ। ୨୦୦୯ରେ ବିଜେଡି ଓ ଏନ୍‌ସିପି ମଧ୍ୟରେ ମେଣ୍ଟ ହୋଇଥିଲା। ସେତେବେଳେ ଏନ୍‌ସିପି ପ୍ରାର୍ଥୀ ନବୀନ ନନ୍ଦ ଜିତିଥିଲେ। ୨୦୧୪ରେ ବିଜେଡି ପ୍ରାର୍ଥୀ ସରୋଜ କୁମାର ସାମଲ ଏହି ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ। ତେବେ କଂଗ୍ରେସରୁ ଆସି ବିଜେଡିରେ ସାମିଲ ହୋଇଥିବା ସୁଧୀର କୁମାର ସାମଲଙ୍କୁ ୨୦୧୯ରେ ଟିକେଟ ମିଳିବା ପରେ ସେ ବିଧାୟକ ହୋଇଥିଲେ। ସେତେବେଳେ ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ସଦର ଓ ଗଁଦିଆ ବ୍ଲକ ଅଞ୍ଚଳରେ ବିରୋଧୀ ଭାଜପା ଓ କଂଗ୍ରେସ ଅପେକ୍ଷା ବିଜେଡି ଅଧିକ ଭୋଟ ପାଇଥିଲା। ହେଲେ ଢେଙ୍କାନାଳ ପୌରାଞ୍ଚଳରେ ଭାଜପାଠାରୁ ବିଜେଡି କମ୍‌ ଭୋଟ ହାସଲ କରିଥିଲା। ଏପରିକି ଗତ ପୌର ନିର୍ବାଚନରେ ଢେଙ୍କାନାଳ ପୌରାଞ୍ଚଳରୁ ଭାଜପା ପ୍ରାର୍ଥୀ ବିଜୟୀ ହୋଇଥିଲେ। ଭାଜପାର ଅପ୍ରତ୍ୟାଶିତ ବିଜୟ ବିଜେଡିକୁ ଚକିତ କରିଥିଲା। ସେହି ଅନୁଯାୟୀ ଦେଖିଲେ ୨୦୨୪ ସାଧାରଣ ନିର୍ବାଚନ ବେଳେ ବିଜେଡି ଢେଙ୍କାନାଳ ପୌରାଞ୍ଚଳର ଭୋଟ ଆପଣାଇବା ପାଇଁ କିଭଳି ରଣନୀତି କରିବ ତାହା ସାଧାରଣରେ ଆଲୋଚନାର ବିଷୟ ହୋଇଛି।
ନିର୍ବାଚନ ପାଇଁ ବିଜେଡି ଆଶାୟୀଙ୍କ ମଧ୍ୟରେ ବର୍ତ୍ତମାନର ବିଧାୟକ ସୁଧୀର କୁମାର ସାମଲ ଓ ପୂର୍ବତନ ବିଧାୟକ ସରୋଜ କୁମାର ସାମଲଙ୍କ ନାମକୁ ନେଇ ସମର୍ଥକମାନେ ଅଧିକ ଚର୍ଚ୍ଚା କରୁଥିବାରୁ ରାଜନୈତିକ ଉଷ୍ମତା ବଢ଼ୁଛି। ଅଭିଜ୍ଞତାକୁ ଦେଖିଲେ ଏହି ୨ ଆଶାୟୀ ପୂର୍ବରୁ ୨ ଥର ବିଧାୟକ ଭାବେ ନିର୍ବାଚିତ ହୋଇସାରିଛନ୍ତି। ସୁଧୀର କୁମାର ସାମଲ ଥରେ କଂଗ୍ରେସରୁ ଜିତିଥିବା ବେଳେ ବର୍ତ୍ତମାନ ସେ ବିଜେଡିରୁ ବିଧାୟକ ଅଛନ୍ତି। ସେହିପରି ସରୋଜ ସାମଲ ପୂର୍ବରୁ ଗଁଦିଆ ଓ ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ହୋଇସାରିଛନ୍ତି। ଏମାନଙ୍କ ବ୍ୟତୀତ ଅନ୍ୟ ଆଶାୟୀଙ୍କ ମଧ୍ୟରେ ରହିଛନ୍ତି, ଜିଲା ଯାଦବ ମହାସଭାର ପ୍ରମୁଖ ତଥା ଜିଲା ବିଜେଡି କାର୍ଯ୍ୟକାରୀ ସଭାପତି ଦେବୀ ପ୍ରସାଦ ଭୂତିଆ, ରାଜ୍ୟ ବିଜେଡି ସମ୍ପାଦକ ତଥା ଢେଙ୍କାନାଳ ରାଜ ପରିବାରର ସଦସ୍ୟ ହର୍ଷବର୍ଦ୍ଧନ ସିଂହଦେଓ ପ୍ରମୁଖ। ସେହିପରି ମହିଳା ଆଶାୟୀଙ୍କ କଥା ଦେଖିଲେ ଜିଲା ପରିଷଦ ସଭାପତି ଅର୍ଚ୍ଚନା ପୁହାଣ ଓ ଜିଲା ମହିଳା ବିଜେଡି ସଭାପତି ସାଗରିକା ମିଶ୍ରଙ୍କ ନାମ ଚର୍ଚ୍ଚାକୁ ଆସୁଛି ା
ଆଶାୟୀଙ୍କ ସଂଖ୍ୟା ବଢୁଥିବାରୁ ଆଶାୟୀମାନଙ୍କୁ ନେଇ ସମର୍ଥକମାନଙ୍କ ମଧ୍ୟରେ ଆକ୍ଷେପ ପ୍ରତିଆକ୍ଷେପ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି। ସୋସିଆଲ ମିଡିଆରେ ଆଶାୟୀମାନଙ୍କ ସମର୍ଥକମାନେ ନିଜ ନିଜ ନେତାଙ୍କ ପାଇଁ ଏକପ୍ରକାର ପ୍ରଚାର ଆରମ୍ଭ କରିଦେଇଥିବାରୁ ଦଳୀୟ ସଙ୍ଗଠନରେ ଗୋଷ୍ଠୀ କନ୍ଦଳ ବଢୁଥିବା ମଧ୍ୟ ଆଲୋଚନା ହେଉଛି।
ସୁଧୀର କୁମାର ସାମଲଙ୍କ ସମର୍ଥକ ତଥା ଜିଲା ବିଜେଡି ସାଧାରଣ ସମ୍ପାଦକ ଦେବାଶିଷ ମିଶ୍ର କହିଛନ୍ତି, ଆଗାମୀ ସାଧାରଣ ନିର୍ବାଚନରେ ଢେଙ୍କାନାଳ ବିଧାନସଭା ଆସନରୁ ସୁଧୀର କୁମାର ସାମଲ ହିଁ ଦଳୀୟ ଟିକେଟ ପାଇବେ ଓ ବିଜୟୀ ମଧ୍ୟ ହେବେ। ତାଙ୍କର କେହି ବିକଳ୍ପ ନାହାନ୍ତି। ସଦର ଓ ଗଁଦିଆ ବ୍ଲକରେ ପାନୀୟଜଳ ସମସ୍ୟା ସମାଧାନ ଓ ମହିମାଗାଦି ଯୋରନ୍ଦାର ରୂପାନ୍ତରୀକରଣ ପାଇଁ ତାଙ୍କର ଉଦ୍ୟମ ରହିଥିବାରୁ ସେ ନିଶ୍ଚିତ ବିଜୟୀ ହେବେ। ଅନ୍ୟତମ ସମର୍ଥକ ଢେଙ୍କାନାଳ ପୌର ଉପାଧ୍ୟକ୍ଷ ପ୍ରକାଶଚନ୍ଦ୍ର କୁଅଁର କହିଛନ୍ତି, ଆମର ଏକମାତ୍ର ନେତା ସୁଧୀର କୁମାର ସାମଲ। ସେ ବିଜୟୀ ହେବା ସୁନିଶ୍ଚିତ।
କୁମାର ସାମଲଙ୍କ ସମର୍ଥକ ସଦର ବ୍ଲକ ଶଙ୍କରପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ଅର୍ଜୁନ ସାହୁ କହିଛନ୍ତି, ଗାଁ ଗହଳିରେ ଲୋକେ ସରୋଜ ସାମଲଙ୍କୁ ଚାହଁୁଛନ୍ତି। ଆମେ ଯାହାଙ୍କ ସହିତ ବସିପାରୁଛୁ, କଥାହୋଇ ପାରୁଛୁ, ସେଭଳି ନେତା ହେଉଛନ୍ତି ସରୋଜ କୁମାର ସାମଲ। ତେଣୁ ସେ ଏଥର ବିଜେଡି ଟିକେଟ ପାଇ ବିଜୟୀ ହେବେ। ଅନ୍ୟତମ ସମର୍ଥକ ଅବସରପ୍ରାପ୍ତ ସୈନିକ ସଂଘ ଉପସଭାପତି ବିଭୂତି ଭୂଷଣ ନନ୍ଦ କହିଛନ୍ତି, ସରୋଜ ଦୁଇଥର ବିଧାୟକ ହୋଇଛନ୍ତି। ସେ ଜଣେ ଶିକ୍ଷିତ ଓ ଭଲ ମଣିଷ। ସେ ଟିକେଟ୍‌ ପାଇଲେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ବିଭୂତି କହିଛନ୍ତି। ଅନ୍ୟପଟରେ ବର୍ତ୍ତମାନ କୌଣସି ଦଳରେ ନ ଥିବା ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି। ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀରେ ଶେଷ ମୁହୂର୍ତ୍ତରେ କିଛି ବି ଘଟିପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟରଙ୍କୁ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ: ଏଥିରେ ରହିଛି ବଡ଼ ପ୍ରତିଶ୍ରୁତି

ମୋରଡ଼ା,୨୦ା୫(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ପାଣିପାଗରେ ଉଷ୍ମତା ଦେଖିବାକୁ ମିଳିଛ। ପ୍ରମୁଖ ରାଜନୈତିକ ଦଳ ଭାଜପା,...

”ଓଡ଼ିଶାର ପ୍ରତି ବ୍ଲକ ଲୋକେ ଗୁଜରାଟରେ କାମ କରୁଛନ୍ତି”: ପ୍ରଧାନମନ୍ତ୍ରୀ ମୋଦି

କଟକ,୨୦।୫: କଟକରେ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେଡି ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି। କହିଛନ୍ତି ବିଜେଡି ପାଇଁ ଓଡ଼ିଶା ଆଜି...

ଭୁଜାଲି ମାଡ଼ରେ ଜଣଙ୍କ ଜୀବନ ଗଲା

ବରଗଡ଼,୨୦ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ସରସରା ଗ୍ରାମରେ ସୋମବାର ସ୍ପଷ୍ଟ ଦିବାଲୋକରେ ଏକ ହତ୍ୟାକାଣ୍ଡ ଘଟିଛି। ଭୁଜାଲି ମାଡ଼ରେ ଜଣେ ଲୋକଙ୍କ ମୃତ୍ୟୁ...

୩ ପ୍ରମୁଖ ଦଳ ମଧ୍ୟରେ ହେବ କଡ଼ା ଟକ୍କର

ପରଜଙ୍ଗ,୨୦ା୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦୧୯ ନିର୍ବାଚନରେ ଅଳ୍ପକେ ବିଜୟ ପାଇଥିଲା ବିଜେଡି। ଭାଜପା ଏଠାରେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ରହିଥିଲା। ହେଲେ...

ନିଜ ବଳରେ ଲଢୁଛନ୍ତି ଢେଙ୍କାନାଳ କଂଗ୍ରେସ ପ୍ରାର୍ଥୀ

ଢେଙ୍କାନାଳ,୨୦ା୫(ରତନ ନାୟାର): ଢେଙ୍କାନାଳ ଜିଲାରେ ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ ହେବ। ତେବେ ୨୩ ତାରିଖରେ ପ୍ରଚାର ପର୍ବ ଶେଷ ହେବ। ତେଣୁ ପ୍ରାର୍ଥୀମାନଙ୍କ...

ଜି ଉଦୟଗିରିରେ ୧୧ଟା ସୁଦ୍ଧା ୨୦% ମତଦାନ

ଜି ଉଦୟଗିରି,୨୦।୫(ଶିଶିର ପଟ୍ଟନାୟକ): ଜି ଉଦୟଗିରି ବିଧାନସଭା ଓ ଫୁଲବାଣୀ ଲୋକ ସଭା ଆସନ ନିମନ୍ତେ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଜି...

ଅତାବିରାରେ ସର୍ବାଧିକ ମତଦାନ, ପଦ୍ମପୁରରେ ସର୍ବନିମ୍ନ

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ର ଗୁଡିକରେ ମତଦାତାଙ୍କ ଲମ୍ବା...

ପୂର୍ବାହ୍ନ ୧୧ଟା ସୁଦ୍ଧା ୨୧% ମତଦାନ

ଛତ୍ରପୁର,୨୦ା୫(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଆସିକା ଲୋକ ସଭା ଓ ଏହା ଅଧୀନ ୭ ବିଧାନସଭା ଆସନ ଏବଂ କନ୍ଧମାଳ ଲୋକ ସଭା ଅଧୀନ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri