Posted inଖେଳ

ICC T20 World Cup 2024 Schedule: ଟି୨୦ ବିଶ୍ୱକପ୍‌ ଲାଗି କାର୍ଯ୍ୟସୂଚୀ ଘୋଷଣା, ଜୁନ ୯ରେ ମହାମୁକାବିଲା…

ନୂଆଦିଲ୍ଲୀ, ୫ା୧: ଆଇସିସି ଟି୨୦ ବିଶ୍ୱକପ୍‌ ୨୦୨୪ର କାର୍ଯ୍ୟସୂଚୀ ଶୁକ୍ରବାର ଘୋଷଣା କରାଯାଇଛି। ଓ୍ବେଷ୍ଟଇଣ୍ଡିଜ ଓ ୟୁଏସ୍‌ଏ ମିଳିତ ଭାବେ ଆୟୋଜନରେ ହେବାକୁ ଥିବା ଏହି ଟୁର୍ନାମେଣ୍ଟ ଜୁନ୍‌ ୧ରେ ଆରମ୍ଭ ହେବ। ଜୁନ୍‌ ୫ରେ ନ୍ୟୁୟର୍କଠାରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳି ଭାରତ ଏହାର ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ। ଗ୍ରୁପ୍‌ ‘ଏ’ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ଜୁନ୍‌ ୯ରେ ପରସ୍ପରକୁ ଭେଟିବେ। ଏହି ମ୍ୟାଚ ନ୍ୟୁୟର୍କରେ ଖେଳାଯିବ। ଲିଗ୍‌ ପର୍ଯ୍ୟାୟ ମ୍ୟାଚ ପାଇଁ ଗ୍ରୁପ୍‌ ‘ଏ’ରେ ପାକିସ୍ତାନ, ଆୟର୍ଲାଣ୍ଡ, କାନାଡା ଏବଂ   ୟୁଏସ୍‌ଏ ସହିତ ଭାରତ ସ୍ଥାନ ପାଇଛି।  ପାକିସ୍ତାନ ବିପକ୍ଷ ମ୍ୟାଚ ପରେ ଦଳ ଜୁନ୍‌ ୧୨ରେ ଭାରତ ଟୁର୍ନାମେଣ୍ଟର ସହ ଆୟୋଜକ ୟୁଏସ୍‌ଏକୁ ଭେଟିବ। ପରେ ଜୁନ୍‌ ୧୫ରେ କାନାଡା ବିପକ୍ଷରେ ଗ୍ରୁପ୍‌ର ଶେଷ ମ୍ୟାଚ  ଖେଳିବା ଲାଗି ଦଳ ଫ୍ଲୋରିଡା ଗସ୍ତ କରିବ।
ଜୁନ୍‌ ୧ରେ  ୟୁଏସଏ-କାନାଡା ମ୍ୟାଚ ସହ ଟୁର୍ନାମେଣ୍ଟ ଆରମ୍ଭ ହେବ।  ସେମିଫାଇନାଲ  ଜୁନ୍‌ ୨୬ରେ ଗୁୟାନା ଓ ଜୁନ୍‌ ୨୭ରେ ତ୍ରିନିଦାଦଠାରେ ଖେଳାଯିବାକୁ ଥିବା ବେଳେ ବାର୍ବାଡୋସରେ ଜୁନ୍‌ ୨୯ରେ ଫାଇନାଲ ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚଗୁଡ଼ିକ ଜୁନ୍‌ ୧ରୁ ୧୮ ପର୍ଯ୍ୟନ୍ତ ଖେଳାଯିବାକୁଥିବା ବେଳେ ସୁପର-୮ ଗେମ୍‌ ଗୁଡ଼ିକ ଜୁନ୍‌ ୧୯ରୁ ୨୪ ପର୍ଯ୍ୟନ୍ତ ଖେଳାଯିବ।   ପ୍ରତି ଗ୍ରୁପ୍‌ର ଶ୍ରେଷ୍ଠ ଦୁଇ ଦଳ ସୁପର-୮ରେ ପ୍ରବେଶ କରିବେ।  ଏହି ପର୍ଯ୍ୟାୟରେ ଦଳଗୁଡ଼ିକୁ ୨ଟି ଗ୍ରୁପ୍‌ରେ ବିଭକ୍ତ କରାଯିବ।  ପ୍ରତ୍ୟେକ ଗ୍ରୁପ୍‌ରେ ୪ଟି ଲେଖାଏଁ ଦଳ ରହିବେ।  ସୁପର-୮ରୁଶ୍ରେଷ୍ଠ ଦୁଇ ଦଳ ସେମିଫାଇନାଲରେ ପ୍ରବେଶ କରିବେ।
ଓ୍ବେଷ୍ଟଇଣ୍ଡିଜ ଓ ୟୁଏସ୍‌ଏ ମିଳିତ ଭାବେ ଆୟୋଜନ କରିଥିବା ଏହି ଟୁର୍ନାମେଣ୍ଟରେ ଭାଗ ନେଉଥିବା ୨୦ଟି ଦଳକୁ ୪ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି।
ଗ୍ରୁପ୍‌ ‘ଏ’:  ଭାରତ, ପାକିସ୍ତାନ, ଆୟର୍ଲାଣ୍ଡ , କାନାଡା, ୟୁଏସ୍‌ଏ।
ଗ୍ରୁପ୍‌ ‘ବି’:  ଇଂଲଣ୍ଡ, ଅଷ୍ଟ୍ରେଲିଆ, ନାମ୍ବିଆ, ସ୍କଟଲାଣ୍ଡ, ଓମାନ।
ଗ୍ରୁପ୍‌ ‘ସି’: ନ୍ୟୁଜିଲାଣ୍ଡ, ଓ୍ବେଷ୍ଟଇଣ୍ଡିଜ, ଆଫଗାନିସ୍ତାନ, ଉଗାଣ୍ଡା, ପପୁଆ ନ୍ୟୁ ଗିନି।
ଗ୍ରୁପ୍‌ ‘ଡି’: ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ବାଂଲାଦେଶ, ନେଦରଲାଣ୍ଡ୍ସ, ନେପାଳ।

Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri