୧୦୦୦ ମେଗାୱାଟ୍‌ର ସବୁଜ ଶକ୍ତି ପ୍ରକଳ୍ପ କରିବ ଏସିଏଲ୍‌

ଭୁବନେଶ୍ୱର,୨୬।୧୨: ଆଦାନୀ ଗ୍ରୁପ୍‌ର ସହଯୋଗୀ କମ୍ପାନୀ ଅମ୍ବୁଜା ସିମେଣ୍ଟସ ଲିମିଟେଡ୍‌ (ଏସିଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ତଥା ୧୦୦୦ ମେଗାୱାଟ୍‌ର ସବୁଜ ଶକ୍ତି ପ୍ରକଳ୍ପରେ ୬,୦୦୦ କୋଟି ଟଙ୍କା ନିବେଶ କରିବାକୁ ଏସିଏଲ୍‌ ଘୋଷଣା କରିଛି। ବିଶେଷକରି ଏକ ସ୍ଥାୟୀ ସିମେଣ୍ଟ ଉପତ୍ାଦନରେ ଅଗ୍ରଣୀ ରହିବା ଲାଗି ଏସିଏଲ୍‌ର ସ୍ଥିତିକୁ ମଜଭୁତ କରିବାକୁ କମ୍ପାନୀ ଚାହୁଁଛି। ଏପରିକି କମ୍ପାନୀ ଗୁଜରାଟ ଓ ରାଜସ୍ଥାନର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସୌର ଓ ପବନ ଶକ୍ତି ପ୍ରକଳ୍ପରେ ନିବେଶ କରିବ। ସେହିଭଳି କମ୍ପାନୀ ଗୁଜରାଟରେ ଏକ ୬୦୦ମେଗାୱାଟ୍‌ ସୌର ଶକ୍ତି ପ୍ରକଳ୍ପ ଏବଂ ୧୫୦ ମେଗାୱାଟ୍‌ ପବନ ଶକ୍ତି ପ୍ରକଳ୍ପ ସହ ରାଜସ୍ଥାନରେ ୨୫୦ମେଗାୱାଟ୍‌ର ସୌରଶକ୍ତି ପ୍ରକଳ୍ପ ସ୍ଥାପନ କରିବ ବୋଲି ଜଣାପଡ଼ିଛି। ଏପରିକି ୨୦୨୫-୨୬ ସୁଦ୍ଧା ଏହି ଲକ୍ଷ୍ୟ ହାସଲ ସହ ୨୦୨୪ ମାର୍ଚ୍ଚ ସୁଦ୍ଧା କମ୍ପାନୀ ୨୦୦ ମେଗାୱାଟ୍‌ ଲକ୍ଷ୍ୟ ହାସଲ କରିବ। କମ୍ପାନୀର ଏହି ନିବେଶ ପରିବେଶ ସ୍ଥାୟିତ୍ୱ ପ୍ରତି ଆମ ପ୍ରତିବଦ୍ଧତା ଏବଂ ବାର୍ଷିକ ୧୪୦ ନିୟୁତ ଟନ୍‌ର ବୃହତ୍‌ ଲକ୍ଷ୍ୟ ହାସଲ କରିବାର ଅର୍ଥନୈତିକ ଲାଭକୁ ଦର୍ଶାଉଛି। ଅପରପକ୍ଷରେ ସବୁଜ ଶକ୍ତିରୁ ବିଦ୍ୟୁତ୍‌ ଶକ୍ତି ଉପତ୍ାଦନ ହେବା ଦ୍ୱାରା କମ୍ପାନୀର ଶକ୍ତି ଖର୍ଚ୍ଚ କିଲୋୱାଟ୍‌ ପିଛା ୬.୪୬ଟଙ୍କାରୁ ହ୍ରାସ ପାଇ ୫.୧୬ଟଙ୍କାକୁ ହ୍ରାସ ପାଇଛି। କିଲୋୱାଟ୍‌ ପିଛା ୧.୩୦ ଟଙ୍କା ହ୍ରାସ ହେଲେ ୨୦୨୮ ସୁଦ୍ଧା ୧୪୦ଏମ୍‌ଟିପିଏ ସିମେଣ୍ଟ ଉପତ୍ାଦନ ଲକ୍ଷ୍ୟରେ ୯୦ପିଏମ୍‌ଟି ସିମେଣ୍ଟ ଯୋଡ଼ିବ ଏବଂ କମ୍ପାନୀର ଇଏସ୍‌ଜି ଲକ୍ଷ୍ୟ ପ୍ରତି ସମର୍ଥନ ପ୍ରଦାନ କରିବ। କମ୍ପାନୀର ୱେଷ୍ଟ୍‌ ହିଟ୍‌ ରିକଭରି ସିଷ୍ଟମ୍‌ର ଦକ୍ଷତାକୁ ୫ବର୍ଷ ଅବଧିରେ ୧୦୩ ମେଗାୱାଟ୍‌ରୁ ବଢ଼ାଇ ୩୯୭ ମେଗାୱାଟ୍‌ କରିବ,ଯାହା ବିଦ୍ୟୁତ୍‌ ଖର୍ଚ୍ଚକୁ ଆହୁରି ହ୍ରାସ କରିବ। ବର୍ତ୍ତମାନ କମ୍ପାନୀର ଉପତ୍ାଦନରେ ୧୯% ସବୁଜ ଶକ୍ତି ବ୍ୟବହାର କରୁଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେବା ପରେ ସେହି ଭାଗ ୬୦%କୁ ବୃଦ୍ଧି ପାଇବ ଏବଂ କମ୍ପାନୀ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଆଗରେ ରହିବ। ଏ ସମ୍ପର୍କରେ ଅମ୍ବୁଜା ସିମେଣ୍ଟ୍‌ସ ଲିମିଟେଡ୍‌ର ସିଇଓ ଅଜୟ କପୁର କହିଛନ୍ତି, ଏହି ଗୁରୁତ୍ୱପୂର୍ଣ୍ଣ ନିବେଶ ସ୍ଥାୟୀ ଅଭ୍ୟାସ ପ୍ରତି ଆମ ପ୍ରତିବଦ୍ଧତାକୁ ଦର୍ଶାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋଷେଇ ଘରେ ଅସ୍ତ୍ର ଅଛି, ଭାଜପାକୁ…ମହିଳାଙ୍କୁ ଉସ୍‌କାଇଲେ ଦିଦି

କୋଲକାତା,୧୧।୧୨: ପଶ୍ଚିମବଙ୍ଗରେ SIRକୁ ନେଇ ରାଜନୀତି ସରଗରମ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ମହିଳାମାନଙ୍କୁ ଭୋଟର ତାଲିକା ସମୀକ୍ଷା ସମୟରେ ଯଦି ସେମାନଙ୍କ ନାମ...

IPL Auctionରେ ଏହି ୩ ଖେଳାଳିଙ୍କୁ କିଣିବା ପାଇଁ କୌଣସି ସୀମା ପର୍ଯ୍ୟନ୍ତ ଯାଇପାରେ CSK

ନୂଆଦିଲ୍ଲୀ,୧୧।୧୨: IPL ୨୦୨୬ ପାଇଁ ମିନି ନିଲାମ ଡିସେମ୍ବର ୧୬ରେ ଆବୁଧାବିରେ ଅନୁଷ୍ଠିତ ହେବ। ଚେନ୍ନାଇ ସୁପର କିଙ୍ଗ୍ସ ନିଲାମରେ ୪୩.୪କୋଟି ଟଙ୍କା ଉପଲବ୍ଧ ଅଛି,...

ଡାଇବେଟିସ ରୋଗୀଙ୍କ ପାଇଁ ଖୁସି ଖବର, ସର୍ଜରୀରେ ରୋଗ ଭଲ ହେବା ନେଇ ଏମ୍ସ ଡାକ୍ତରଙ୍କ ଘୋଷଣା

ନୂଆଦିଲ୍ଲୀ,୧୧।୧୨: ପୂର୍ବରୁ ଏକ କଥା ଥିଲା ଯେ, ଯେଉଁ ବ୍ୟକ୍ତିଙ୍କୁ ଥରେ ଡାଇବେଟିସ ହୁଏ ତାହା ଜୀବନସାରା ରହିଯାଇଥାଏ । ଆଜି ପର୍ଯ୍ୟନ୍ତ ଡାଇବେଟିସର କୌଣସି...

ଭଞ୍ଜନଗର ଉପଖଣ୍ଡରେ ୨୩ରୁ ଖୋଲିବ ମଣ୍ଡି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ଧାନମଣ୍ଡି ଖୋଲିବ। ଏଥିପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ...

କିଏ ଜିତିବ ଦ୍ୱିତୀୟ ଟି-୨୦ ମ୍ୟାଚ? ଅଙ୍କରେ କିଏ ପଡ଼ିଲା ଭାରି ଭାରତ ନା ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ,୧୧।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଆଜି, ଗୁରୁବାର, ଡିସେମ୍ବର ୧୧, ମୁଲାନପୁରର ନୂତନ ଚଣ୍ଡିଗଡ଼ସ୍ଥିତ ମହାରାଜା ଯାଦବୀନ୍ଦ୍ର ସିଂହ...

ଜବରଦଖଲକାରୀଙ୍କୁ ରାଜସ୍ବ ମନ୍ତ୍ରୀଙ୍କ କଡ଼ା ଚେତାବନୀ: ସମୟ ଅଛି ଜମି ଫେରାଅ ନଚେତ୍‌…

ଭୁବନେଶ୍ୱର,୧୧ା୧୨: ପ୍ରଭାବଶାଳୀ ଜମି ଜବରଦଖଲକାରୀଙ୍କୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ଚେତାବନୀ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ସମୟ ଅଛି ଜମି ଫେରାଅ, ନ ହେଲେ...

ନାସାକୁ ବଡ଼ ଝଟକା, ମଙ୍ଗଳ ଗ୍ରହରୁ ଗାୟବ ହେଲା MAVEN!

ନୂଆଦିଲ୍ଲୀ,୧୧ା୧୨: ଆମେରିକାର ଅନ୍ତରୀକ୍ଷ ସଂସ୍ଥା ନାସା ମଙ୍ଗଳ ଗ୍ରହରୁ କିଛି ବିଚଳିତକର ଖବର ସାମ୍ନାକୁ ଆସିଛି । ଗତ 11 ବର୍ଷ ଧରି ଲାଲ ଗ୍ରହ...

କର୍ଲାମୁଣ୍ଡାରେ ଖୋଲିଲା ମଣ୍ଡି, ପ୍ରଥମ ଦିନରେ କ୍ରୟ ହେଲା…

କର୍ଲାମୁଣ୍ଡା/ରିଷିଡ଼ା,୧୧ା୧୨(ପ୍ରଦୀପ କୁମାର ସାହୁ/ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳରେ ଚଳିତ ବର୍ଷ ଖରିଫ୍‌-୨୫ର ପ୍ରଥମ ଧାନମଣ୍ଡି କର୍ଲାମୁଣ୍ଡା ପାଣିପଞ୍ଚାୟତସ୍ଥିତ ପଡ଼ିଆଠାରେ ଗୁରୁବାର ଉଦ୍‌ଘାଟିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri