Odisha Elections 2024

ଅଦିନିଆ ବର୍ଷାରେ ନଷ୍ଟହେଲା ଧଳାସୁନା

ଭବାନୀପାଟଣା,୨୪।୧୨(ଉତ୍ତମ କୁମାର ଦାଶ)ଚାଷ ଓ ଚାଷୀଙ୍କୁ ନେଇ ପରିଚିତ କଳାହାଣ୍ଡି ଜିଲା। ଧାନ ସହିତ କପା ଓ ଡାଲି ଜାତୀୟ ଶସ୍ୟ, ମାଣ୍ଡିଆ, ଗୁର୍ଜି ଭଳି ବିଭିନ୍ନ ଚାଷକୁ ନେଇ ବିଶ୍ୱଦରବାରରେ ନିଜର ସ୍ବତନ୍ତ୍ର ପରିଚୟ ପାଇଛି କଳାହାଣ୍ଡି। ଧାନ ଉତ୍ପାଦନରେ ଦ୍ୱିତୀୟ ସ୍ଥାନ ଗ୍ରହଣ କରିଥିବା ବେଳେ ଜିଲାର ଧଳା ସୁନା କୁହାଯାଉଥିବା କପା ଉତ୍ପାଦନରେ ସବୁଠୁ ଅଗ୍ରଣୀ ଜିଲା ଭାବେ ପରିଚୟ ପାରି ପାରିଛି। ହେଲେ ପାଣିପାଗ ଚାଷୀଙ୍କ ମୁଣ୍ଡରେ ଚଡକ ପକାଇ ଦେଇଛି। ଗତ କିଛି ଦିନ ତଳେ କଳାହାଣ୍ଡି ଜିଲାରେ ଲଘୁଚାପ ଜନିତ ଅଦିନିଆ ବର୍ଷା ହୋଇଥିଲା। ଫଳରେ ଜିଲାରେ କପା ଚାଷ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଅଦିନିଆ ବର୍ଷରେ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଛେଳିଆମାଲ ଗାଁର କପା ଚାଷ ଜମିର ଅବସ୍ଥା ବେହାଲ ହୋଇଯାଇଛି। ସ୍ବଳ୍ପ ବର୍ଷା ଫଳରେ କେଉଁଠି କପା ଗଛ ଭାଙ୍ଗି ଯାଇଛି ତ ପୁଣି ଆଉ କେଉଁଠି ଅମଳ ହେବ କପା କଳା ପଡ଼ି ନଷ୍ଟ ହୋଇଯାଇଛି। ଆଉ କେଉଁ କେଉଁଠି ସମ୍ପୂର୍ଣ୍ଣ କପା ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି। ଫଳରେ ଧାର କରଜ କରି ଚାଷ କରିଥିବା ଚାଷୀ ମୁଣ୍ଡରେ ଏବେ ଚଡ଼କ ପଡ଼ିଛି। ଗୋଟିଏପଟେ କପା ମଣ୍ଡି ଖୋଲାଯାଇଥିବା ବେଳେ ଅନ୍ୟପଟେ କପା ସବୁ ନଷ୍ଟ ହୋଇଛି। ଆଉ ଯାହା କିଛି ବଞ୍ଚି ଯାଇଛି ସେହି କପାକୁ ଦଲାଲ କମ ଦରରେ ନେଇ ଯାଉଥିବା ଅଭିଯୋଗ କରିଛନ୍ତି ଚାଷୀ। ଅନ୍ୟପଟେ କପାକୁ କଳାହାଣ୍ଡି ଜିଲାର ଧଳା ସୁନା କୁହାଯାଉଥିବା ବେଳେ ଦ୍ୱିତୀୟ ଅର୍ଥକାରୀ ଫସଲ ଭାବେ ମଧ୍ୟ ଗ୍ରହଣ କରାଯାଉଛି। ହେଲେ କୋହଲା ପାଗ ସହ ଅଦିନିଆ ବର୍ଷା ଚାଷୀଙ୍କ ପାଇଁ ଦାଉ ସାଧୁଛି। ଅମଳ ସମୟରେ ଏଭଳି ପରିସ୍ଥିତି ଚାଷୀକୁ ଚିନ୍ତାରେ ପକାଇ ଦେଇଛି। କପା ଏକ ଅର୍ଥକାରୀ ଫସଲ ହୋଇଥିବା ବେଳେ କପା ଚାଷ କରି ଲାଭବାନ ହେବ ବୋଲି ଚାଷୀ ଆଶା କରିଥିଲେ। ହେଲେ ଅଦିନିଆ ମେଘ ଚାଷୀଙ୍କ ଆଶାକୁ ଦୋଇନେଇଛି। ଚାଷୀମାନଙ୍କ ବ୍ୟାପତ କ୍ଷତି ହୋଇଥିବା ବେଳେ ସରକାରୀ ସହାୟତା ଅପେକ୍ଷା ଜିଲାର କ୍ଷତିଗ୍ରସ୍ତ କପା ଚାଷୀ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟରଙ୍କ ଅଗ୍ରାଧିକାର ସ୍ଥାନୀୟ ସମସ୍ୟା

ଯାଜପୁର,୨୦ା୫(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ସଂସଦୀୟ କ୍ଷେତ୍ରର ୭ଟି ବିଧାନସଭା ନିର୍ବାଚନ ମଣ୍ଡଳିର ଭୋଟରମାନେ ଏବେ ନିଜ ଅଞ୍ଚଳର ସମସ୍ୟାକୁ ଅଗ୍ରାଧିକାର ଦେଉଥିବା ଦେଖିବାକୁ ମିଳିଛି।...

ଅବାଧରେ ଚାଲିଛି ବାଲି,ମାଟି ଚୋରା ଚାଲାଣ

ପଟ୍ଟାମୁଣ୍ଡାଇ,୨୦ା୫(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି। ଏହି ସୁଯୋଗରେ ଅନେକ କୋଟି ଟଙ୍କାର ଖଣିଜ ସମ୍ପଦ...

ଭୋଟ୍‌ ଦେଲେ ମନ୍ତ୍ରୀ ଟୁକୁନି ସାହୁ

ଟିଟିଲାଗଡ଼,୨୦ା୫(ଶରତ ମିଶ୍ର): ବଲାଙ୍ଗୀର ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ରଗୁଡ଼ିକରେ ମତଦାତାଙ୍କ ଲମ୍ବା ଧାଡ଼ି...

ଭୋଟ୍‌ ଦେଲେ ଅର୍ଥମନ୍ତ୍ରୀ

ଭଞ୍ଜନଗର,୨୦ା୫(ବାବୁଲା ପ୍ରଧାନ): ଅର୍ଥମନ୍ତ୍ରୀ ତଥା ଭଞ୍ଜନଗର ବିଧାୟକ ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ ସୋମବାର ନିଜ ଗ୍ରାମ ଅଗଝୋଳରେ ମତଦାନ ସାବ୍ୟସ୍ତ କରିଛନ୍ତି। ବିକ୍ରମ ସପ୍ତମଥର...

ଜଳସେଚନ, ଓଭର ବ୍ରିଜ ଦାବିରେ ଭୋଟ ବର୍ଜନ: ଭୋଟରଙ୍କ ଅପେକ୍ଷାରେ ପୋଲିଂ ଅଧିକାରୀ

ଲୋଇସିଂହା,୨୦।୫(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ହୀରାପୁର ପଞ୍ଚାୟତ ସଦର ଗାଁ ହୀରାପୁର ଓ ବାରଡୋଲ ଗ୍ରାମବାସୀ ଲୋୟର ସୁକତେଲ ପ୍ରକଳ୍ପରୁ ଜଳସେଚନ ଓ ରେଲୱେ...

ସକାଳ ୯ଟା ସୁଦ୍ଧା ବରଗଡ଼ ଜିଲାରେ ମତଦାନ ହାର:ଭଟଲିରେ ସର୍ବାଧିକ, ବିଜେପୁରରେ ସର୍ବନିମ୍ନ

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ର ଗୁଡିକରେ ମତଦାତାଙ୍କ ଲମ୍ବା ଧାଡ଼ି...

ଚାଲିଛି ଗଣତନ୍ତ୍ରର ମହାପର୍ବ: ଭୋଟ ଦେବାକୁ ପ୍ରବଳ ଭିଡ଼

ଫୁଲବାଣୀ, ୨୦।୫(ରାକେଶ କୁମାର ରାଉତ):ସାଧାରଣ ନିର୍ବାଚନର ଦିତୀୟ ପର୍ଯ୍ୟାୟରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଭୋଟ ଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ସକାଳ ୭ଟାରୁ ଭୋଟ ଦାନ...

ସସ୍ତ୍ରୀକ ଭୋଟ୍‌ ଦେଲେ କଂଗ୍ରେସ ପ୍ରାର୍ଥୀ ନିପନ ଦାଶ

ବରଗଡ଼,୨୦ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ରଗୁଡ଼ିକରେ ମତଦାତାଙ୍କ ଲମ୍ବା ଧାଡ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri