ଇଟାଭାଟି ଧୂଆଁ : ବୟସ୍କ, ରୋଗୀଙ୍କ ପାଇଁ କାଳ

ପଟ୍ଟାମୁଣ୍ଡାଇ,୨୨ା୧୨ (କଳ୍ପତରୁ ନାୟକ): ବାୟୁ ପ୍ରଦୂଷଣ ହ୍ରାସ ନିମନ୍ତେ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ସେହିପରି ସରକାରୀ କିମ୍ବା ବେସରକାରୀ କାର୍ଯ୍ୟରେ ମାଟି ତିଆରି ଇଟାର ବ୍ୟବହାର ଉପରେ ୨୦୧୯ରୁ ସରକାରୀସ୍ତରରେ ପ୍ରତିବନ୍ଧକ ଲାଗୁ କରାଯାଇଛି। ମାଟି ଇଟା ତିଆରି କରୁଥିବା ଭାଟିକୁ ବାରଣ କରାଯାଇଛି। ଏହାକୁ ଅବମାନନା କରି ବେଖାତିର ଭାବେ କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳରେ ମାଟି ଇଟାଭାଟିଗୁଡ଼ିକ ଗଢ଼ି ଉଠିଥିବା ଦେଖିବାକୁ ମିଳିଛି। ଏହି ବେଆଇନ ଇଟାଭାଟି ଧୂଆଁ ବୟସ୍କ ଓ ରୋଗୀଙ୍କ ପାଇଁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ବାଧା ପହଞ୍ଚାଉଛି। ଇଟା ଭାଟି ସ୍ଥାନୀୟ ପରିବେଶ ନଷ୍ଟ କରୁଥିବା ବଳେ ଫ୍ଲାଏ ଆଶ୍‌ ଇଟା ନିର୍ମାଣକାରୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।
ବୁଦ୍ଧିଜୀବୀ ଅନନ୍ତ ଦାଶ, ଲକ୍ଷ୍ମୀଧର ବାରିକ, ହିମାଂଶୁ ବିଶ୍ୱାଳ, ପ୍ରତାପ ପାଢୀ, ନରେନ୍ଦ୍ର ଧଳ ପ୍ରମୁଖ କୁହନ୍ତି, ପଟ୍ଟାମୁଣ୍ଡାଇ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଜନସଂଖ୍ୟାକୁ ତାଳ ଦେଇ ଗୃହ ନିର୍ମାଣ କାର୍ଯ୍ୟ ହେଉଥିବାରୁ ଦୈନିକ ପ୍ରାୟ ହଜାର ହଜାର ଇଟା ଆବଶ୍ୟକ ପଡୁଛି। ଫ୍ଲାଏ ଆଶ୍‌ ଇଟା ବ୍ୟବହାର କମ୍‌ ହେଉଥିବାରୁ ତାହାର ଫାଇଦା ନେଇ ବେଆଇନ ମାଟିଇଟା ପ୍ରସ୍ତୁତକାରୀ ମାତିଛନ୍ତି। ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଏକାଧିକ ବେଆଇନ ଇଟା ଭାଟି ଚାଲୁଥିବା ବେଳେ ପ୍ରତିଦିନ ହଜାର ହାଜର ଇଟା ପୋଡ଼ାଯାଇ ବିକ୍ରି କରାଯାଉଛି। ପୌରାଞ୍ଚଳ ମାଟିଆ ଓ ତାତନା ଗ୍ରାମର ପୋତା ଗୋବରୀ ନଦୀ ପାର୍ଶ୍ୱରେ ଥିବା ସରକାରୀ ସ୍ଥାନକୁ ବେଆଇନ ଭାବେ ନିଜ ଅକ୍ତିିଆରକୁ ନେଇ ଇଟା ପ୍ରସ୍ତୁତ କରାଯାଉଛି। ସେହିପରି ଭାବେ କଷଣଅଣ୍ଟା, ତନୁପୁର, ଅଳଭା, ଷଣ୍ଢପଲ୍ଲୀ ପ୍ରଭୃତି ଗ୍ରାମରେ ମଧ୍ୟ ବେଆଇନ ଭାବେ ମାଟିଇଟା ପୋଡ଼ା ଯାଉଛି। ସେହିପରି ଗ୍ରାମାଞ୍ଚଳ ବାଲିପାଟଣା, ବଳଭଦ୍ରପୁର, ବଡପଡ଼ା, ଶାସନ, ଅରଡ଼ପଲ୍ଲୀ, ପେଣ୍ଠପାଳ, ନୀଳକଣ୍ଠପୁର, ଶ୍ରୀରାମପୁର, ଡାମରପୁର, ଅଳପୁଆ ଆଦି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଏହି ବେଆଇନ ଇଟାଭାଟିଗୁଡ଼ିକ ରହିଛି। ଏହି ଇଟା ତିଆରି କରିବା ପାଇଁ ବ୍ରାହ୍ମଣୀ ନଦୀ କୂଳରୁ ପଟୁ ଓ ବାଲିମାଟି ବେଆଇନ ଭାବେ ବହୁଳ ଚାଲାଣ କରାଯାଉଛି। ଏହି ପଟୁ ମାଟିକୁ କାଦୁଅ କରି ଇଟା ଭାଟିରେ ଧାନ ଚୋପା ବା ଚଷୁ ସାହାଯ୍ୟରେ ପୋଡ଼ିବା ଯୋଗୁ ପରିବେଶ କ୍ଷତିଗ୍ରସ୍ତ ହେବା ସହ ବାୟୁମଣ୍ଡଳ ପ୍ରଦୂଷିତ ହେଉଛି। ଏହି ଧୂଆଁ ପରିଣତ ବୟସ ପାଇଁ ଅଭିଶାପ ପାଲଟିଛି। ଶ୍ୱାସ ରୋଗୀ ଏହି ଧୂଆଁରେ ଅଣନିଃଶ୍ୱାସୀ ହୋଇ ପଡୁଛନ୍ତି। ସ୍ଥାନୀୟ ପ୍ରଶାସନ ଏ ବାବଦରେ ଚୁପ ରହୁଛନ୍ତି। ବେଆଇନ ଇଟା କାରବାର କରି ଭାଟି ମାଲିକ ମାଲାମାଲ ହେଉଥିବା ବେଳେ ତହସିଲ ରାଜସ୍ବ ହରାଉଛନ୍ତି ସରକାର। ଦୀର୍ଘବର୍ଷ ଧରି ଅଞ୍ଚଳରେ ବେଆଇନ ଇଟା ପୋଡ଼ା ଚାଲିଥିବା ବେଳେ ଏଥିପ୍ରତି ପ୍ରଶାସନର ନଜର ନ ପଡ଼ିବା ପରିପତାର ବିଷୟ ବୋଲି ସେମାନେ କହିଛନ୍ତି। ପରିବେଶପ୍ରେମୀ ବିଭୂତି ମହାପାତ୍ର କହିଛନ୍ତି, ପରିବେଶ ସୁରକ୍ଷା ପାଇଁ ମାଟି ତିଆରି ଇଟାର ବ୍ୟବହାର ଉପରେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ଓ ସରକାର କଟକଣା ଜାରି କରିଥିବା ବେଳେ ତାହା କେବଳ କାଗଜ କଲମରେ ସୀମିତ ହୋଇ ରହିଯାଇଛି। ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳରେ ଚାଲୁଥିବା ବେଆଇନ ଇଟାଭାଟିଗୁଡ଼ିକୁ ତୁରନ୍ତ ଚିହ୍ନଟ କରି ଏହାକୁ ବନ୍ଦ କରିବା ନିମନ୍ତେ ପରିବେଶପ୍ରେମୀ ଓ ଜନସାଧାରଣ ଦୀର୍ଘଦିନ ଧରି ଦାବି କରି ଆସୁଛନ୍ତି। ହେଲେ ରାଜସ୍ବ ବିଭାଗ ପକ୍ଷରୁ ବେଆଇନ ଇଟା ଭାଟିକୁ ବନ୍ଦ କରିବା ପରିବର୍ତ୍ତେ କେବଳ ନୋଟିସ୍‌ ଓ ଜରିମାନାରେ ସୀମିତ ରହିଛି। ରାଜସ୍ବ ବିଭାଗର ଏପରି ବେଆଇନ ଇଟା ଭାଟି ମାଲିକ ପୋଷଣ ନୀତିକୁ ବନ୍ଦ କରି ସମସ୍ତ ନିର୍ମାଣ ଉପରେ ରୋକ ଲଗାଇବାକୁ ସେ ଦାବି କରିଛନ୍ତି। ଏ ବାଦରେ ପଟ୍ଟାମୁଣ୍ଡାଇ ତହସିଲଦାର ପଞ୍ଚାନନ ନାୟକଙ୍କୁ ପଚାରିବାରେ ଆର୍‌ଆଇମାନଙ୍କୁ ଇଟାଭାଟି ହୋଇଥିବା ଜାଗାରେ ଚଢାଉ ଓ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri