ପ୍ରଶଂସକଙ୍କ ସହ ଫଟୋ ପୋଜ ଦେଇ ହୃଦୟ ଜିତିଲେ ମଲାଇକା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ଅନେକ ସମୟରେ ତାଙ୍କ ଓ୍ବାକକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହୋଇଥିବାର ଦେଖାଯାଏ। କିନ୍ତୁ ନିକଟରେ ଅଭିନେତ୍ରୀଙ୍କ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କ ହୃଦୟ ଜିତିଛି। ଭିଡିଓରେ, ଅଭିନେତ୍ରୀ ଜଣେ ଭିନ୍ନକ୍ଷମ ପ୍ରଶଂସକଙ୍କ ସହ ଅତି ସ୍ନେହପୂର୍ଣ୍ଣ ଭାବରେ ଏକ ଫଟୋ କ୍ଲିକ କରୁଥିବା ଦେଖିବାକୁ ମିଳୁଛି।
ଆଜିକାଲି ମଲାଇକା ଡ୍ୟାନ୍ସ ରିଅଲିଟି ସୋ ‘ଝଲକ ଦିଖଲାଜା ୧୧’ରେ ଜଣେ ଜଜ ଭାବରେ ନଜର ଆସିଛନ୍ତି। ଏହି ସମୟରେ ଶୋ’ର ସେଟରୁ ମଲାଇକାଙ୍କର ଏକ ସୁନ୍ଦର ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଲାଲ ରଙ୍ଗର ପୋଷାକ ପିନ୍ଧିଥିବା ଏହି ଅଭିନେତ୍ରୀ ଅପସରା ଠାରୁ କିଛି କମ ଦେଖାଯାଉନାହାଁନ୍ତି। କିନ୍ତୁ ଭିଡିଓ ବିଷୟରେ ବିଶେଷ କଥା ହେଉଛି ଏଥିରେ ଅଭିନେତ୍ରୀ ଜଣେ ଭିନ୍ନକ୍ଷମ ପ୍ରଶଂସକଙ୍କ ସହ ଫଟୋ କ୍ଲିକ କରୁଥିବା ଦେଖିବାକୁ ମିଳୁଛି।
ଅଭିନେତ୍ରୀଙ୍କର ଏହି ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ, ଯେତେବେଳେ ଜଣେ ଭିନ୍ନକ୍ଷମ ପ୍ରଶଂସକ ତାଙ୍କ ଫଟୋ କ୍ଲିକ କରିବାକୁ ମଲାଇକା ନିକଟକୁ ଆସନ୍ତ, ସେତେବେଳେ ସେ ଅଭିନେତ୍ରୀଙ୍କ ଅଣ୍ଟାରେ ହାତ ରଖିଥା’ନ୍ତି । କିନ୍ତୁ ଅଭିନେତ୍ରୀ ଏଥିରେ କୌଣସି ଆପତ୍ତି ଉଠାଇ ନଥିଲେ ଏବଂ ଫଟୋକୁ ସେହି ପ୍ରଶଂସକଙ୍କ ସହିତ ବହୁତ ଭଲ ପାଇବାରେ କ୍ଲିକ କରିଥିଲେ। ତେବେ ଫଟୋ କ୍ଲିକ ହେବା ପରେ ତାଙ୍କର ଜଣେ ଅଙ୍ଗରକ୍ଷୀ ତାଙ୍କ ପାଖକୁ ଆସି ପ୍ରଶଂସକଙ୍କ ହାତକୁ ମଲାଇକାଙ୍କ ଅଣ୍ଟାରୁ ବାହାର କରି ଦେଇଥିଲେ।

ବର୍ତ୍ତମାନ ବଲିଉଡ କୁଇନଙ୍କର ଏହି ମଧୁର ଅଙ୍ଗଭଙ୍ଗୀକୁ ଦେଖି ୟୁଜର୍ସ ତାଙ୍କର ବହୁତ ପ୍ରଶଂସା କରୁଛନ୍ତି ଏବଂ କମେଣ୍ଟ ବକ୍ସରେ ଅଭିନେତ୍ରୀଙ୍କୁ ଖୁବ୍‌ ପ୍ରଶଂସା କରୁଛନ୍ତି । କମେଣ୍ଟ ଦେବାବେଳେ ଜଣେ ୟୁଜର ଲେଖିଛନ୍ତି, ‘ଆଜି ପରେ କେହି ତାଙ୍କ ବିଷୟରେ ଖରାପ କଥା କହିବେ ନାହିଁ।’ ଅନ୍ୟ ଜଣେ ଲେଖିଛନ୍ତି, ତୁମେ କୌଣସି ପ୍ରତିକ୍ରିୟା ଦେଇ ନାହଁ, ଏହା ବହୁତ ଭଲ କରିଛନ୍ତି ମ୍ୟାମ। ତୃତୀୟ ୟୁଜର ଲେଖିଛନ୍ତି ‘ଗୋଲଡେନ ହାର୍ଟ ବାଲି ମଲାଇକା…’।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri