ସମ୍ବଲପୁରୀ ଲୁକ୍‌ରେ ଓଡ଼ିଶା ଫୁଟବଲ କ୍ଲବ୍‌ ମହିଳା ଦଳ

ଭୁବନେଶ୍ୱର,୧୭।୧୨(ଶର୍ମିଷ୍ଠା ପାଣିଗ୍ରାହୀ)ଫୁଟ୍‌ବଲ ଜର୍ସି ସହ ହସ୍ତତନ୍ତର ନିଆରା ସଂଯୋଗ। ଶୁଣିବାକୁ ଟ୍ରେଣ୍ଡି, ଆଉ ଟିକେ ନୂଆ ବି ଲାଗୁଥିବ। ଫୁଟବଲ ଓ ହସ୍ତତନ୍ତ କିଭଳି ସଂଯୋଗ ହୋଇପାରିଛନ୍ତି ତାହାକୁ ନେଇ ମନରେ ପ୍ରଶ୍ନ ବି ଆସୁଥିବ। ଏପରି ଏକ ପରିକଳ୍ପନା କରାଯାଇ ଓଡ଼ିଶା ଫୁଟବଲ୍‌ କ୍ଲବ ମହିଳା ଦଳ(ଓଏଫ୍‌ସି)କୁ ଏକ ଭିନ୍ନ ଳୁକ୍‌ ଦିଆଯାଇଛି। କ୍ଲବ୍‌ର ସଦସ୍ୟାମାନେ ହସ୍ତତନ୍ତର ପୋଷାକ ଓ ଜର୍ସି ପିନ୍ଧିଛନ୍ତି। ମନରେ ଏକ ଅନନ୍ୟ ଅନୁଭବ ଭେଟିଦେବାକୁ ସେମାନଙ୍କୁ ପ୍ରଥମଥର ପାଇଁ ନୂଆ ରୂପରେ ସଜାଇଛନ୍ତି ଡିଜାଇନର ସବ୍ୟସାଚୀ ଶତପଥୀ। ଜର୍ସି, ପୁଣି ତା’ସହ ହସ୍ତତନ୍ତର ପୋଷାକ। ୨ ପ୍ରକାରର ଡ୍ରେସ୍‌ ସେମାନଙ୍କୁ ନୂଆ ଲୁକ୍‌ ଆଣି ଦେଉଥିଲା। କିଏ ଉପରେ ଜର୍ସି ସହ ହସ୍ତତନ୍ତର ପ୍ୟାଣ୍ଟ, ତ ପୁଣି କିଏ ହସ୍ତତନ୍ତର ସ୍ରଗ ପିନ୍ଧିଥିଲେ। ସବୁଦିନ ଜର୍ସିରେ ଦେଖିବାକୁ ମିଳୁଥିବା ଝିଅମାନଙ୍କୁ ହସ୍ତତନ୍ତ ପୋଷାକ ସହ ଦେଖିବାକୁ ସତରେ ଖୁବ୍‌ ସୁନ୍ଦର ଲାଗୁଥିଲା। ସବ୍ୟସାଚୀଙ୍କ ଏହି ଶୁଟ୍‌ ଗତ ୯ ତାରିଖରେ ହୋଇଥିଲା। ସେ ଏହାକୁ ସୋସିଆଲ ମିଡିଆ ପେଜ୍‌ରେ ଅପ୍‌ଲୋଡ୍‌ କରିଥିଲେ। ତାଙ୍କ ପୋଷ୍ଟ ଦେଖିବା ପରେ କିଏ ସାନିଟାରି ନାପକିନ୍‌ ତ ଆଉ କିଏ ଫ୍ରିରେ ସ୍ବାସ୍ଥ୍ୟ ଚିକିତ୍ସା, ପୁଣି ସକ୍ସ ଦେବାକୁ କମେଣ୍ଟରେ ଲେଖିଥିଲେ।
କହିଛନ୍ତି, ପୁରୁଷ ଦଳକୁ ପ୍ରାୟ ସମୟରେ ପ୍ରାଧାନ୍ୟ ମିଳିଥାଏ। ମହିଳା ଫୁଟ୍‌ବଲ୍‌ ଖେଳାଳିଙ୍କ ପାଇଁ ଏଭଳି କିଛି ହେବା ଦ୍ୱାରା ସେମାନେ ସବୁବେଳେ ନଜରରେ ରହିପାରିବେ। ଟିମ୍‌ର ମ୍ୟାନେଜର ମୋତେ ଏ ନେଇ ଯୋଗାଯୋଗ କରିଥିଲେ। ଜଣେ ଡିଜାଇନର ହିସାବରେ ଆମ ଓଡ଼ିଶା ଯେଉଁସବୁ ପାଇଁ ପ୍ରସିଦ୍ଧ, ଯେମିତିକି ହସ୍ତତନ୍ତ, ମନ୍ଦିର, ପର୍ଯ୍ୟଟନ ସେବୁକୁ ନେଇ କିଭଳି ଏକ ନୂଆ ରୂପରେ ପ୍ରଦର୍ଶିତ କରାଯାଇପାରିବ ତାହା ମୁଁ ଯୋଜନା କଲି। ତା’ ପରେ ଭାବିଲି ଫୁଟବଲ ଟିମ୍‌କୁ କିଭଳି ହସ୍ତତନ୍ତରେ ସଜାଇପାରିବି। ହସ୍ତତନ୍ତରେ ମଡର୍ନ ଆଟାୟାର୍‌ ସହ ଫୁଟ୍‌ବଲ୍‌ ଜର୍ସିକୁ ନେଇ ମୁଁ ସଜାଇଲି। ସ୍ରଗ୍‌, ଜ୍ୟାକେଟ, ଟପ୍‌, ପ୍ୟାଣ୍ଟ ପ୍ରସ୍ତୁତ କଲି। ସମ୍ବଲପୁରୀ, ମାଣିଆବନ୍ଧରେ ପ୍ରସ୍ତୁତ ଏହି ଡ୍ରେସ୍‌ଗୁଡ଼ିକୁ ଯିଏ ଯେମିତି ଚାହିଁଲେ ବ୍ୟବହାର କରିପାରିବେ। ଜଣେ ଯଦି କିଏ ଉପରେ ଟପ୍‌ କରି ପିନ୍ଧିଲା, ଜର୍ସି ତଳେ ରହିଲା। ଏଭଳି ପୋଷାକରେ ଉଭୟ କ୍ରୀଡ଼ା ଓ ରାଜ୍ୟର ହସ୍ତତନ୍ତକୁ ଶୋ କରାଯାଇଛି। ଫିଲ୍ଡରେ ଥିବାବେଳେ ମହିଳା ଖେଳାଳିମାନେ ସାଧାରଣତଃ ଫିୟର୍ସ ଥାଆନ୍ତି। ତେଣୁ ସେମାନଙ୍କୁ ଆମେ ଫିୟର୍ସ ଫେରିଜ ବୋଲି କହିଲୁ। ଏଥିସହ ମୁଁ ଅନ୍ୟମାନଙ୍କୁ ମଧ୍ୟ ଅନୁରୋଧ କରିଛି, ଯେଉଁମାନେ ମହିଳା ସମ୍ପର୍କିତ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି, ସେମାନେ ମଧ୍ୟ ଏମାନଙ୍କୁ ସୁବିଧାରେ ଯୋଗାଇବା ସହ ନିଜର ପ୍ରମୋଟ କରାଇପାରିବେ। ଆଗକୁ ପୁରୁଷ ଦଳର ମଧ୍ୟ ଶୁଟ୍‌ କରିବାର ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri