Odisha Elections 2024

ଆଖି ବୁଜିଦେଇଛୁ

ଆମଠାରୁ କିଛି ଭିନ୍ନ କରିଥିବା ଏସିଆର ଦେଶଗୁଡ଼ିକ ତୁଳନାରେ ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକ ଅପେକ୍ଷାକୃତ ଗରିବ ବୋଲି ମୁଁ ଗତ ସପ୍ତାହରେ ଉଲ୍ଲେଖ କରିଥିଲି। ଆମର କ’ଣ ଭୁଲ୍‌ ରହିଛି କିମ୍ବା ଆମେ କ’ଣ ଭିନ୍ନ କରୁଛୁ ତାହା ଜାଣିବା ଦରକାର। ଆମ ତଥା ସେମାନଙ୍କ ବିଷୟରେ ଯାହା ବାସ୍ତବରେ ଭିନ୍ନ ତାହା ମଧ୍ୟ ଦେଖିବା ଦରକାର। ଏହାକୁ କେବଳ ଅର୍ଥନୈତିକ ବ୍ୟବସ୍ଥାର ରୂପ ବୋଲି ଦାୟୀ କରାଯାଇପାରିବ ନାହିଁ। ଆମେ କେନ୍ଦ୍ରୀୟ ଯୋଜନା ମାଧ୍ୟମରେ (୧୯୫୦ ଏବଂ ୧୯୬୦ ଦଶକରେ ଭାରତ), ଲାଇସେନ୍ସ ରାଜ (ଭାରତରେ ୧୯୮୦ ଦଶକ ପର୍ଯ୍ୟନ୍ତ), ‘ଉଦାରୀକରଣ’ (୧୯୬୦ ଦଶକରୁ ପାକିସ୍ତାନରେ ଓ ୧୯୯୧ରୁ ଭାରତରେ ଆରମ୍ଭ) ମାଧ୍ୟମରେ ଅର୍ଥନୀତି ପରିଚାଳନା କରିବାକୁ ଚେଷ୍ଟା କରିଛୁ। ଆମେ କିଛି ସଫଳତା ପାଇଛୁ ଏବଂ କେତୋଟି ସେକ୍ଟର ସୃଷ୍ଟି କରିଛୁ; ଯେଉଁଥିରେ ଆଗୁଆ ରହିଛୁ (୨୫ ବର୍ଷରୁ ଊର୍ଦ୍ଧ୍ୱ ଧରି ସୂଚନା ପ୍ରଯୁକ୍ତିବିଦ୍ୟା ସେବାର ନେତୃତ୍ୱ ନେଇଥିବାବେଳେ ବାଂଲାଦେଶ ଏବେ ପୋଷାକ କ୍ଷେତ୍ରରେ ଭିନ୍ନ କରିପାରିଛି)। ଆମେ ଆଣବିକ ଅସ୍ତ୍ର ବିକାଶ କରିଛୁ, ମିଲିଟାରିରେ ବିପୁଳ ଅର୍ଥ ବ୍ୟୟ କରିଛୁ। ପାକିସ୍ତାନର ସମସ୍ତ ସରକାରୀ ବ୍ୟୟର ୧୭% ଯାଏ ସେନାକୁ। କିନ୍ତୁ ଭାରତ ଓ ବାଂଲାଦେଶରେ ଏହା ୯%। ଆମେ ସବୁବେଳେ ଆମ ସାମର୍ଥ୍ୟକୁ ଉପେକ୍ଷା କରିବାକୁ ପ୍ରୟାସ କରିଛୁ। ଆମେ ପାଶ୍ଚାତ୍ୟ ମେଣ୍ଟରେ ଯୋଗଦେଇଛୁ(ପାକିସ୍ତାନ ୧୯୬୦ ଦଶରେ ଯୋଗଦେଇଥିଲା), ଆମେ ଗୋଷ୍ଠୀ ନିରପେକ୍ଷ ରହିଛୁ (୧୯୫୦ ଦଶକରେ ଭାରତ) ଏବଂ ଆମେ ବିଭିନ୍ନ ବିଷୟରେ ବିପରୀତ କାର୍ଯ୍ୟ କରିବାକୁ ଚେଷ୍ଟା କରିଛୁ, ଯାହାର ଶେଷ ପରିଣାମ ପୂର୍ବ ସ୍ତମ୍ଭରେ ଆଲୋଚନା କରିଥିଲୁ। ବିଶ୍ୱରେ ହାରାହାରି ମୁଣ୍ଡପିଛା ମୋଟ ଘରୋଇ ଉତ୍ପାଦ ବା ଜିଡିପି ୧୨,୨୬୨ ଡଲାର। ଚାଇନା ଏହି ବୈଶ୍ୱିକ ହାରାହାରିଠାରୁ ସାମାନ୍ୟ ଆଗରେ ଥିବାବେଳେ ବାଂଲାଦେଶ, ଭାରତ ଓ ପାକିସ୍ତାନରେ ଏହାର ଏକ ପଞ୍ଚମାଂଶ ରହିଛି। ୧୯୬୦ରେ ମଧ୍ୟ ଆମେ ବୈଶ୍ୱିକ ହାରାହାରିଠାରୁ ୫ଗୁଣ କମ୍‌ ଥିଲୁ। ସେ ସମୟରେ ବୈଶ୍ୱିକ ହାରାହାରି ୪୫୯ ଡଲାର ଥିଲାବେଳେ ଭାରତର ଥିଲା ୮୨ ଡଲାର। ଉଲ୍ଲେଖନୀୟ ଯେ, ଏହା ହେଉଛି ବିଶ୍ୱର ୭୦୭ କୋଟି ଲୋକଙ୍କର ମୁଣ୍ଡପିଛା ଆୟ। ଏଥିରେ ଦକ୍ଷିଣ ଏସିଆର ଯୋଗଦାନ ୨୩%। ଅର୍ଥାତ୍‌ ଆମେ ବିଶ୍ୱ ଅର୍ଥ ବ୍ୟବସ୍ଥା ଏବଂ ଉତ୍ପାଦକତାର ପଛରେ ରହିଛୁ। ଆମେ ନିଶ୍ଚିତ ଭାବେ କିଛି ହରାଉଛୁ। ବାଂଲାଦେଶ, ଭାରତ ଓ ପାକିସ୍ତାନ ମଧ୍ୟରେ ଆନ୍ତଃ ଆଞ୍ଚଳିକ ବାଣିଜ୍ୟ ଆମର ମୋଟ ବାଣିଜ୍ୟର ୫% ବୋଲି ବିଶ୍ୱ ବ୍ୟାଙ୍କ ପ୍ରକାଶ କରିଛି। କିନ୍ତୁ ଦକ୍ଷିଣ ପୂର୍ବ ଏସିଆରେ ଏହା ୫ଗୁଣ ଅଧିକ। ଏଠାରେ ବାର୍ଷିକ ବାଣିଜ୍ୟ ୨୩ ବିଲିୟନ ଡଲାର ରହିଥିବାବେଳେ ବାସ୍ତବରେ ଏହା ୧୦୦ବିଲିୟନ ଡଲାରରୁ ଅଧିକ ହେବା ଉଚିତ।
କିନ୍ତୁ ଏହା ନ ହେବାର ଯେଉଁ ସମସ୍ୟା ରହିଛି ତାହା ମାନବକୃତ। ବିଶ୍ୱ ବ୍ୟାଙ୍କ ଅନୁଯାୟୀ, ସୀମା ସମସ୍ୟା ରହିଛି, ଅର୍ଥାତ୍‌ ଭାରତରେ ଗୋଟିଏ କମ୍ପାନୀ ପାଇଁ ପଡ଼ୋଶୀ ଦକ୍ଷିଣଏସୀୟ ଦେଶଗୁଡ଼ିକ ପରିବର୍ତ୍ତେ ବ୍ରାଜିଲ ସହିତ ବାଣିଜ୍ୟ କରିବା ପ୍ରାୟ ୨୦% ଶସ୍ତା ହେଉଛି। ତେବେ ମୁଖ୍ୟ ସମସ୍ୟା ହେଉଛି ସମ୍ପୂର୍ଣ୍ଣ ଉପମହାଦେଶରେ ବିଶ୍ୱାସର ଅଭାବ ରହିଛି। ଏହାସହ ପରସ୍ପର ମାନବୀୟ ସମ୍ପର୍କ ଏବଂ ବାଣିଜ୍ୟ ଦୃଷ୍ଟିରୁ ଦକ୍ଷିଣ ଏସିଆ ହେଉଛି ସର୍ବନିମ୍ନ ସମନ୍ବିତ ଅଞ୍ଚଳ। ପାରମ୍ପରିକ ସମସ୍ୟାଗୁଡ଼ିକୁ ଏଡ଼ାଇ ଯାଇ ସମ୍ମିଳିତ ଭାବେ ପଦକ୍ଷେପ ନେଲେ ଭାଗୀଦାରି ବିଷୟଗୁଡ଼ିକର ସମାଧାନ ହୋଇପାରିବ, ଆଞ୍ଚଳିକ ବ୍ୟବସ୍ଥାକୁ ମଜଭୁତ କରାଯିବା ସହ ଭିତ୍ତିିଭୂମି ଓ ଯୋଗାଯୋଗରେ ଉନ୍ନତି ଅଣାଯାଇପାରିବ। ଏହା ସହ ବାଣିଜ୍ୟ ନୀତିରେ ବିକାଶ ହେବ। ବିଶ୍ୱବ୍ୟାଙ୍କ ପ୍ରକାଶ କରିଛି ଯେ, ଦକ୍ଷିଣ ଏସିଆର ସମସ୍ତ ଦେଶକୁ ଅତ୍ୟଧିକ ଲାଭ ପହଞ୍ଚାଇବାରେ ଆଞ୍ଚଳିକ ସହଯୋଗର କ୍ଷମତା ରହିଛି, କାରଣ ଏଠାରେ ବାର୍ଷିକ ବାଣିଜ୍ୟର ପରିମାଣ ୪୪ ବିଲିୟନ ଡଲାର। ବିକଶିତ ଦେଶ ତୁଳନାରେ ଦକ୍ଷିଣ ଏସିଆରେ ସମୁଦ୍ରପଥ ପରିବହନର ଅତ୍ୟଧିକ ଖର୍ଚ୍ଚକୁ ୫୦% ହ୍ରାସ କରିବାକୁ ଆମ ପାଖରେ ସୁଯୋଗ ଅଛି। କିନ୍ତୁ ଯଦି ଆମେ ଶତ୍ରୁତା କମାଇବା ଏବଂ ଏବକାର ସ୍ଥିତିରେ ପରସ୍ପର ଅଧିକ ଖୋଲା ହୋଇପାରିବା ତେବେ ଏହା ହୋଇପାରିବ। କିନ୍ତୁ ଏ ବିଷୟରେ ଆମେ କେବେ ଚେଷ୍ଟା କରିନାହୁଁ । ଆମ ଭିତରେ ଖୋଲା ସମ୍ପର୍କ ରଖିନାହୁଁ କିମ୍ବା ୧୯୪୭ ପୂର୍ବରୁ ଆମର ଯେଉଁ ଅର୍ଥ ବ୍ୟବସ୍ଥା ଓ ଭୌଗୋଳିକ ସ୍ଥିିତି ରହିଥିଲା ସେଠାକୁ ଫେରିନାହୁଁ । ରୁଚିର ଶର୍ମା ତାଙ୍କ ପୁସ୍ତକ ‘ସଫଳ ଦେଶର ୧୦ଟି ନିୟମ’ରେ ଯାହା ଲେଖିଛନ୍ତି ତାହା ଆମକୁ ଆଶ୍ଚର୍ଯ୍ୟ କରିବ ନାହିଁ। ତାଙ୍କ ଅନୁଯାୟୀ, ଏହି ସମୟରେ ଦକ୍ଷିଣ ଏସିଆ ବାଡ଼ ଭିତରେ ରହିଯାଇଛି। ବିଚ୍ଛିନ୍ନତା, ଆଇନଶୃଙ୍ଖଳା ପରିସ୍ଥିତି ଏବଂ ଆଞ୍ଚଳିକ ଯୁଦ୍ଧ ଦ୍ୱାରା ଉତ୍ପନ୍ନ ତିକ୍ତତା ଭାରତ, ପାକିସ୍ତାନ, ବାଂଲାଦେଶ ଏବଂ ଶ୍ରୀଲଙ୍କା ପାଇଁ ସୀମା ଉନ୍ମୁକ୍ତ କରିବା କଷ୍ଟକର ହୋଇପଡିଛି ଏବଂ ଏମାନଙ୍କ ମଧ୍ୟରେ ଶତ୍ରୁତା ହ୍ରାସ କରିବା ଲାଗି ଏପର୍ଯ୍ୟନ୍ତ କୌଣସି ନେତା ଆଗକୁ ଆସିନାହାନ୍ତି।
ଭାରତରେ ୨୦୧୪ରେ ଜିଡିପିର ବାଣିଜ୍ୟ ୫୮% ଥିଲା। ଏବେ ଏହା ୪୪%। ପାକିସ୍ତାନରେ ଏହା ୩୦% ଥିଲାବେଳେ ବାଂଲାଦେଶରେ ଏହା ୨୮%। ଆମେ ପରସ୍ପର ମଧ୍ୟରେ ଖୋଲା ହୋଇପାରିବା ସମ୍ଭବ କି? ଯଦି ହଁ, ତେବେ କେଉଁ ବାସ୍ତବ ଉପାୟରେ ଆମେ ଏହା କରିପାରିବା? ଏବଂ ଯଦି ଏହା ହାସଲ ହୁଏ, ତେବେ ସମାଜ ଉପରେ ଏହାର ପ୍ରଭାବ କ’ଣ ରହିପାରେ? ମୁଁ ଜାଣେ ନାହିଁ, ଏହା କରିବା ଦ୍ୱାରା ଆମେ ତାଇଓ୍ବାନ, ଜାପାନ ଏବଂ ଦକ୍ଷିଣ କୋରିଆ ଯାହା କରିଥିଲେ ତାହାର ପୁନରାବୃତ୍ତି କରିପାରିବା। କିନ୍ତୁ ମୁଁ ଏତିକି ଜାଣେ ଯେ, ଏହା ଆମ ମଧ୍ୟରେ ଥିବା ପ୍ରତିବନ୍ଧକକୁ ହଟାଇ ଦେବ। ହେଲେ ଭାରତ, ପାକିସ୍ତାନ, ବାଂଲାଦେଶ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇଥିଲେ ହେଁ ଏଯାବତ୍‌ ଏହା ଉପରେ ବ୍ୟାପକ ଆଲୋଚନା କରାଯାଇ ନାହିଁ। ଆମ ଅବସ୍ଥା ପ୍ରତି ଆମେ କିଭଳି ଆଖି ବୁଜିଦେଇଛୁ ତାହା ଏହା ସୂଚାଇ ଦିଏ। ଏକବିଂଶ ଶତାବ୍ଦୀର ଦ୍ୱିତୀୟ ‘୨୫ବର୍ଷ’ (୨୦୨୫-୨୦୫୦) ମଧ୍ୟରେ ପ୍ରବେଶ କରିବାକୁ ଯାଉଥିବାବେଳେ ଦକ୍ଷିଣ ଏସିଆରେ ଆମ ରାଜନୈତିକ ଦଳଗୁଡ଼ିକ କେତେ ସନ୍ତୁଷ୍ଟ ଓ ସୁପ୍ତ ତାହା ମଧ୍ୟ ସୂଚିତ କରେ। ଏହାକୁ ପରିବର୍ତ୍ତନ କରିବା ଯଦିଓ ସହଜ, ତେବେ ଏଥିପାଇଁ ଏକ ପ୍ରୟାସ କରିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଅଧିକରୁ ଅଧିକ ସଂଖ୍ୟକ ଲୋକ ଭୋଟ ଦେବା ଲାଗି ବିଭିନ୍ନ ସ୍ତରରେ ଚେଷ୍ଟା ଜାରି ରହିଛି। ଏହି କ୍ରମରେ ବେଙ୍ଗାଲୁରୁ ଏସ୍‌ପି କ୍ରିଷ୍ଣରାଜ ଏକ...

କୋଟିପତି ହେବି କିପରି

ଅନନ୍ତ ଚରଣ ସ୍ବାଇଁ   “ମୁଁ ମଧ୍ୟ ଦିନେ କୋଟିପତି ହେବି“- ଏହା ଥିଲା ରାଜଧାନୀରେ ରହୁଥିବା ଜନୈକ ସଫେଇ କର୍ମଚାରୀଙ୍କ ଦୃଢ଼ୋକ୍ତି। ଶୁଣି ବହୁତ...

ଭାରତକୁ ଚାଇନା ବିପଦ

ଶ୍ରୁତକୀର୍ତ୍ତି ତ୍ରିପାଠୀ   ଶାନ୍ତିପ୍ରିୟ ଭାରତ ସବୁବେଳେ ଅନ୍ୟ ଦେଶ ସହ ସୁସମ୍ପର୍କ ସ୍ଥାପନକରି ସଭିଙ୍କୁ ଏକାଠି ନେଇ ଚଳିବାକୁ ଚେଷ୍ଟା କରିଆସିଛି; ତଥାପି ସମୟ...

ୟୁକ୍ରେନ୍‌ ଓ ନାଟୋ

ନର୍ଥ ଆଟଲାଣ୍ଟିକ ଟ୍ରିଟି ସ୍ବାକ୍ଷର ସମାରୋହରେ ୪ଏପ୍ରିଲ ୧୯୪୯ରେ ତତ୍କାଳୀନ ଆମେରିକାର ରାଷ୍ଟ୍ରପତି ହ୍ୟାରୀ ଟ୍ରୁମାନ କହିଥିଲେ ଯେ ଯଦି ଏଭଳି ସରଳ ଦଲିଲ ୧୯୧୪...

ବୈଜ୍ଞାନିକ ଦୃଷ୍ଟିକୋଣ ଓ ସୁସ୍ଥ ସମାଜ

ଏଠି-ସେଠି-ସବୁଠି .. ବିଜ୍ଞାନ ଓ ବିଜ୍ଞାନ। ରଙ୍ଗବେରଙ୍ଗର କପଡ଼ା, ଆସବାବପତ୍ର, ଆୟୋଡିନ୍‌-ଲୁଣ, ଲୋଭନୀୟ ସୁଖମୟ ବସ୍ତ୍ର, ବହୁମୂତ୍ର ଲାଗି ଇନ୍‌ସୁଲିନ୍‌, ସୁଗାର-ଫ୍ରି ବଟିକା, ରୁଚିକର କ୍ୟାପ୍‌ସୁଲ,...

ତୁମେ ଦେଲେ ଆମେ ଦେବୁ

ଏବେ ସାରା ଦେଶରେ ଭୋଟ ନିର୍ବାଚନ ଚାଲିଛି। ଦେଶରେ ହେବ ମୋଟ ସାତୋଟି ପର୍ଯ୍ୟାୟରେ ଭୋଟ ଲୋକ ସଭା ପାଇଁ। ଲୋକ ସଭା ହେଉଛି ଦେଶର...

ଏଇ ଭାରତରେ

ବୟସ ୮୨। ତଥାପି କର୍ମଚଞ୍ଚଳ ଜୀବନର ଦୃଷ୍ଟାନ୍ତ ସାଜିଛନ୍ତି ତାମିଲନାଡୁର ଧନାମ ପଟି। ସେ ଗୋଟିଏ ଇଡ୍‌ଲିକୁ ୨ ଟଙ୍କାରେ ବିକ୍ରି କରୁଛନ୍ତି। ଧନାମ ରହନ୍ତି...

ଆଇସିସିର ଗିରଫ ପରୱାନା

ଗତ ବର୍ଷ ଅକ୍ଟୋବର ୭ରେ ହମାସ୍‌ ଉଗ୍ରବାଦୀମାନେ ଇସ୍ରାଏଲ ସୀମା ମଧ୍ୟରେ ଆକ୍ରମଣ କରିଥିଲେ ଓ ଏଥିରେ ପାଖାପାଖି ବିଦେଶୀ ନାଗରିକଙ୍କ ସମେତ ୧୨୦୦ ଇସ୍ରାଏଲୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri